Unknown

 

 

 

 

 

 

 

 

 

 

 

ଓଡ଼ିଶା ଓ ଜୈନଧର୍ମ

ଡକ୍ଟର.ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଏମ୍.ଏ

 

ଆସନରୁ ଉଠି ଖାରବେଳ

ପୁଷ୍‌ପମିତ୍ରେ କଲେ ସମାଦର

ପ୍ରଶ୍ନକଲେ, ଜାଣିଛ କି ରାଜା

ଇତିହାସ ତୁମେ ମୋ ଜାତିର ?

 

* * * *

 

ଆଜି ସୁଦ୍ଧା ଖଣ୍ଡଗିରି କୋଳେ

ଶିଳାଲିପି ଦିଏ ପରିଚୟ,

ଭାବିଦେଲେ ସେ ଦିନର କଥା

ଆଖି କୋଣୁଁ ଝରିପଡ଼େ ଲୁହ ।

 

(ଶ୍ରୀ ନରସିଂହ ମିଶ୍ର, ଗ୍ରାମମଙ୍ଗଳ ପରିଦର୍ଶକଙ୍କ ‘ଫେରିଆସ’ ବହିରୁ)

 

କୋରାପୁଟ ଜିଲ୍ଲା ଭଳି ଓଡ଼ିଶାର ଏକ ଅନୁନ୍ନତ ଉପାନ୍ତ ଅଞ୍ଚଳରେ ଓଡ଼ିଆ ସାହିତ୍ୟ ତଥା ସଂସ୍କୃତିର ବିକାଶ ଓ ସୁରକ୍ଷାପାଇଁ ଯେଉଁ ସବୁ ଉଦ୍ୟମ କରାଯାଉଛି, ‘ବିକାଶ ପ୍ରତିଷ୍ଠାନ’ ସେହି ସବୁ ଉଦ୍ୟମର ଅନ୍ୟତମ ସ୍ୱରୂପ ମାତ୍ର । ସେଥିପାଇଁ ଓଡ଼ିଶାର ଯେଉଁ ସାହିତ୍ୟରଥିମାନେ ତାଙ୍କର ଅମୂଲ୍ୟ ସହଯୋଗ ଓ ସହାନୁଭୂତି ଯାଚି ଦେଉଛନ୍ତି, ତାଙ୍କୁ ହୃଦୟର କୃତଜ୍ଞତା ଜଣାଇବା ଆମର କର୍ତ୍ତବ୍ୟ ।

 

ଶ୍ରୀଯୁକ୍ତ ଲକ୍ଷ୍ମୀନାରୟଣ ସାହୁ ୧୯୪୬ଠାରୁ ମୋର ସମସ୍ତ ସାହିତ୍ୟିକ ଉଦ୍ୟମ ସହ ଜଡ଼ିତ । ତେଣୁ ସେ ଚିର ନମସ୍ୟ । ବିଶେଷ କରି ଆଜି ତାଙ୍କରି ନିଜ ରଚନା ପ୍ରକାଶ କରି ପାରିବାରୁ ବିକାଶ ପ୍ରତିଷ୍ଠାନ ଅତ୍ୟନ୍ତ ଗୌରବାନ୍ୱିତ ।

 

ବିକାଶ ପ୍ରତିଷ୍ଠାନ ୧୯୫୬ରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଧାରାବାହିକ ଭାବେ ପୁସ୍ତକ ପ୍ରକାଶନ ଆରମ୍ଭ ହେଲା ୧୯୫୮ରୁ । ସେଦିନଠାରୁ ଓଡ଼ିଶାର ବିଭିନ୍ନ ବିଖ୍ୟାତ ଲେଖକମାନେ ଆମର ଏହି ‘‘ଉପାନ୍ତରେ ମାତୃ ସାହିତ୍ୟର ସୁରକ୍ଷା’’ ଅଭିଯାନରେ ଯୋଗ ଦେଇ ସଫଳ ସୈନିକର ସାହାଯ୍ୟ ଦାନ କରିଛନ୍ତି । ସେଥିପାଇଁ ଆମ ପ୍ରକାଶିତ ‘ପରାଗ’ ‘ଅନ୍ତରାୟ ଓ ଉଦ୍ଦଣ୍ଡୀ’ ର ‘ବେଦ ମନୁଷ୍ୟକୃତକି’ ‘ସ୍ୱପ୍ନସିଦ୍ଧ’ ‘ଓଡ଼ିଶା ଓ ଜୈନଧର୍ମ’ ‘ପାଷାଣର ପ୍ରାଣ’ ‘ଭଙ୍ଗା ଖେଳେଣା’ ପ୍ରଭୃତିର ଲେଖକ, ଔପନ୍ୟାସିକ ଶ୍ରୀ କାହ୍ନୁଚରଣ ମହାନ୍ତି, ଗଳ୍ପ ଲେଖକ ଶ୍ରୀ ବାମାଚରଣ ମିତ୍ର ଓ ଶ୍ରୀ କିଶୋରୀଚରଣ ଦାସ, ସମାଲୋଚକ ଶ୍ରୀ ପ୍ରିୟବତ ଦାସ ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀନାୟଣ ସାହୁ ପ୍ରଭୃତିଙ୍କୁ ହୃଦୟର ଗଭୀର କୃତଜ୍ଞତା ଜଣାଉଛୁ ।

 

ଏ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ଆମ ପ୍ରକାଶିତ ଅନ୍ୟତମ ‘ବେଦ ମନୁଷ୍ୟକୃତକି’ ପୁସ୍ତକକୁ ଶ୍ରେଷ୍ଠ ଆଲେଚନା ସାହିତ୍ୟରୂପେ ସ୍ୱୀକାର କରି ପୁରସ୍କାର ଦେଇଥିବାରୁ ପ୍ରକାଶକ ହିସାବରେ ଆମେ କର୍ତ୍ତୃପକ୍ଷମାନଙ୍କୁ ଧନ୍ୟବାଦ ଜଣାଉଛୁ ।

 

ରାମନାଥ ପଣ୍ଡା

 

ଉପୋଦ୍‌ଘାତ

ଓଡ଼ିଶା ଓ ଜୈନଧର୍ମ

 

ଏତତ ସମ୍ବନ୍ଧରେ ମତ୍‍କୃତ ଓଡ଼ିଶାରେ ଜୈନଧର୍ମ ବହି କଟକର ମନୋମୋହନ ପ୍ରେସ୍ କର୍ତ୍ତୃକ ପ୍ରକାଶିତ ହୋଇଥିଲା । ତାକୁହିଁ କେତେକ ପରିବର୍ତ୍ତନ କରି ହିନ୍ଦୀରେ ମଧ୍ୟ “ଓଡ଼ିଶାମେ ଜୈନଧର୍ମ’’ ଛାପା ହୋଇଛି । ଏ ଛାପା ଡକ୍ଟର ଶ୍ରୀ କାମତା ପ୍ରସାଦ ଜୈନ, Voice of Ahinsa ପତ୍ରିକାର ସମ୍ପାଦକଙ୍କ ଦ୍ୱାର ସମ୍ଭବପର ହୋଇଅଛି । ଓଡ଼ିଶା ଓ ଜୈନଧର୍ମ ସମ୍ବନ୍ଧରେ ଏଥର ତୃତୀୟ ପୁସ୍ତକ ଲେଖା ହେଲା । ଏଥିରେ ଶ୍ରୀଯୁକ୍ତ ରାମନାଥ ପଣ୍ଡା, ବିକାଶ ପ୍ରତିଷ୍ଠାନ, ଜୟପୁର ସହଯୋଗିତା କରିଛନ୍ତି ।

କିନ୍ତୁ ଏହି ପୁସ୍ତକରେ ଯେଉଁସବୁ କଥା ଲେଖା ହୋଇଅଛି, ତାହ ମନୋମୋହନ ପ୍ରେସ୍‍ଦ୍ୱାରା ପ୍ରକାଶିତ ଓଡ଼ିଶାରେ ଜୈନଧର୍ମ ପୁସ୍ତକର ମସଲାଠାରୁ ଭିନ୍ନ । ଏଥିରେ ଅଧିକାଂଶ ପ୍ରାୟ ସବୁ ନୂତନ ତଥ୍ୟ ଦିଆ ହୋଇଅଛି । ଏଥିରେ ଉତ୍କଳର ଚଉଧୁରୀ ବଜାର ସ୍ଥିତ ଜୈନ ମନ୍ଦିରର ପରିଚାଳକ ଶ୍ରୀଯୁକ୍ତ କୁଞ୍ଜଲାଲ ପରିବାର ଯଥେଷ୍ଟ ସାହାଯ୍ୟ କରିଛନ୍ତି । ପୁସ୍ତକର ପାଣ୍ଡୁ ଲିପି କ୍ରମଶଃ ଲିଖିତ ଓ ଛାପା ହୋଇ ଥିବାରୁ, ପୁଣି ଜୟପୁରରୁ ପ୍ରୁଫ୍ ମୋ ପାଖକୁ ମଝିରେ ମଝିରେ ଆସୁଥିବାରୁ ମୁଁ ତାକୁ ଦେଖି ଫେରାଇ ଦେଇଛି ସତ, କିନ୍ତୁ ହୁଏତ କେତେକ ଭୁଲ ରହି ଯାଇଥିବ । ତାହା ଅନିବାର୍ଯ୍ୟ ।

ସୁଖର ବିଷୟ ଏହା ଯେ ଉତ୍କଳରେ ଜୈନଧର୍ମ ସମ୍ବନ୍ଧରେ ଡାକ୍ତର ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ କେତେ ଲେଖା ଲେଖି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଉତ୍କଳରେ ଜୈନଧର୍ମ ପୁସ୍ତକ ଖଣ୍ଡିଏ ଛପାଉଛନ୍ତି । ତାହା ଆଜି ପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ । ଲେଖକ ଶ୍ରୀ ଧର୍ମାନନ୍ଦ ତ୍ରିପାଠୀ-। ଏଥିମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଲେ ଜଣେ ଜୈନଧର୍ମ ସମ୍ବନ୍ଧରେ ଲେଖି । ତାହା କେବେ ପ୍ରକାଶିତ ହେବ ମୁଁ ଜାଣେ ନାହଁ । ଡକ୍ଟର ବେଣୀମାଧବ ପାଢ଼ୀଙ୍କ ଉଦ୍ୟମକୁ ମଧ୍ୟ ମୁଁ ସ୍ୱାଗତ କରୁଅଛି ।

ଡକ୍ଟର ରାଧାଚରଣ ପଣ୍ଡା ମଧ୍ୟ ଉତ୍କଳରେ ଜୈନଧର୍ମ ପ୍ରବନ୍ଧ ଲେଖି ଉତ୍କଳ ସାହିତ୍ୟ ସମାଜ କର୍ତ୍ତୃକ ପୁରସ୍କୃତ ହୋଇଥିଲେ । ଖାରବେଳଙ୍କ ରାଜପ୍ରାସାଦ ପ୍ରାଚୀ ତଟରେ (କାକଟପୁର) ଥିବାର ଡକ୍ଟର ରାଧାଚରଣ ପଣ୍ଡା କହନ୍ତି । ଉତ୍କଳରେ ଯେ ଜୈନଧର୍ମ ଏକସମୟରେ ଚାରିଆଡ଼େ ପରିବ୍ୟାପ୍ତ ହୋଇ ରହିଥିଲା ଏହାର ଭୁରି ଭୁରି ନିଦର୍ଶନ ମିଳିଲାଣି ! ଶ୍ରୀଯୁକ୍ତ ସତ୍ୟନାରୟଣ ରାଜଗୁରୁ ମଧ୍ୟ ଉତ୍କଳରେ ଜୈନଧର୍ମ ସମ୍ବନ୍ଧରେ କେତେକ ଗବେଷଣା କରି ପ୍ରବନ୍ଧ ପ୍ରକାଶ କରିଛନ୍ତି । ଖଣ୍ଡଗିରି ଆଜି ପର୍ଯ୍ୟନ୍ତ ଜୈନଧର୍ମର ବିଜୟ ସ୍ତମ୍ଭ ସ୍ୱରୂପ ଦଣ୍ଡାୟମାନ; ତା ଛଡ଼ା ଉଦୟଗିରି ଓ ଖଣ୍ଡଗିରିସ୍ଥ ଗୁମ୍ପାମାନ । ମୁଁ ଆଶାକରେ ଓଡ଼ିଶାରେ ଜୈନଧର୍ମର ବିସ୍ତୃତ ଆଲେଚନା ଏଣିକ ଚାଲିବ । ଶ୍ରୀଯୁକ୍ତ କୁଞ୍ଜଲାଲ ପରିବାର ଗୋଟିଏ ଗ୍ରନ୍ଥ ଲେଖିଛନ୍ତି ଜୈନଧର୍ମ ସମ୍ବନ୍ଧରେ । ସେଥିରେ ଅନେକ ଧର୍ମ କାହାଣୀ ଓ ଉପଦେଶ ଦିଆ ଯାଇଅଛି । ତାହା ଆଜି ସୁଦ୍ଧା ପ୍ରକାଶିତ ହୋଇ ପାରି ନାହିଁ । ତାହା ପ୍ରକାଶିତ ହେଲେ ଆହୁରି ନୂତନ ଆଲୋକ ଓଡ଼ିଶାରେ ଜୈନଧର୍ମ ସମ୍ବନ୍ଧରେ ପଡ଼ିବ । ଯେଉଁ ତୀର୍ଥରଙ୍କର ଆଶୀର୍ବାଦରେ ମୁଁ ଜୈନଧର୍ମ ସମ୍ବନ୍ଧରେ ଓଡ଼ିଆରେ ତଥା ହିନ୍ଦୀରେ ପୁସ୍ତକ ପ୍ରକାଶ କରି ପାରିଲି । ସେହି ତୀର୍ଥର ମାନେ ହିଁ ମୋତେ ସର୍ବ ବିପଦବେଳେ ସହାୟ ହେବେ ଏହା ମୋର ଅତୀବ ବିଶ୍ୱାସ ।

ଲକ୍ଷ୍ମୀନାରୟଣ ସାହୁ

ତା ୧୮-୫-୧୯୬୦

 

ଡାଃ ନବୀନ କୁମାର ସାହୁ ଏମ୍. ଏ., ପି, ଏଇଚ୍. ଡି

ସମ୍ପାଦକ, ଜିଲ୍ଲା ଗେଜେଟିଅର ଲେଖିଛନ୍ତି–

 

ମାନନୀୟ ମହାଶୟ,

 

ପୁସ୍ତକଟିକୁ ମୂଳରୁ ଶେଷଯାଏ ପାଠକଲି । ଓଡ଼ିଶାର ସାଧାରଣ ପାଠକ ଜାଣିନଥିବା ବହୁ ଉପାଦେୟ କଥାବସ୍ତୁ ଏଥିରେ ସନ୍ନିବେଶିତ ହୋଇଅଛି । ଏ ଦିଗରେ ଆପଣଙ୍କର ପ୍ରଚେଷ୍ଟା ବିଶେଷ ପ୍ରଶଂସନୀୟ । ଆମ ସମାଜରେ କିମ୍ବଦନ୍ତୀର ବ୍ୟାପକ ଆଦର ଥିବା ହେତୁ କିମ୍ବଦନ୍ତୀ ବହୁଳ ଏହି ପୁସ୍ତକଟିର ମୂଲ୍ୟବୋଧ ଯଥେଷ୍ଟ । କିମ୍ବଦନ୍ତୀକୁ ଇତିହାସର ପରିପୋଷକ କରିବା ଚେଷ୍ଟା ନକରି ଐତହାସିକ ପରିସର ବିସ୍ତୃତ କରି ପାରିଥିଲେ ଗବେଷଣାର ଗୁରୁତ୍ୱ ଆହୁରି ବଢ଼ିଥାନ୍ତା । ତେବେ ପୁସ୍ତକଟିର ସାଂସ୍କୃତିକ ଅବଦାନ ଯେ ମହତ୍‍ କହିବା ବାହୁଲ୍ୟମାତ୍ର ।

 

ନବୀନ କୁମାର ସାହୁ

 

ମହାଶୟ,

 

‘‘ଆସନ୍ତା କାଲି’’ର ମାର୍ଚ୍ଚ ତୃତୀୟ ସଂଖ୍ୟାରେ ଆପଣଙ୍କଦ୍ୱାରା ପ୍ରକାଶିତ ‘‘ଓଡ଼ିଶାରେ ଜୈନଧର୍ମ’’ ଶୀର୍ଷକ ପ୍ରବନ୍ଧ ପଢ଼ି ବିଶେଷ ଆନନ୍ଦ ଉପଲବ୍ଧି କଲି । ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପ୍ରତି ଆପଣ ଯେ ସଦା ଜାଗ୍ରତ ଏହା ତା’ର ଗୋଟିଏ ନମୁନା । ସେଥିରେ କୁହାଯାଇଛି ଯେ “କୋଟି ତୀର୍ଥ’’ ନାମକ ଯେଉଁ ପାହାଡ଼ଟି କଳିଙ୍ଗରେ ଥିଲା, କାହା କାହାର ମତରେ ତାହା ଆସିକା ନିକଟସ୍ଥ ଆଧୁନିକ ମାଳତୀ ପାହାଡ଼ ଅଟେ । ଏହା ଅବଗତ ହେବାମାତ୍ରେ ମାଳତୀଗିରି ସମ୍ବନ୍ଧରେ ମୁଁ ଯେଉଁ କିମ୍ବଦନ୍ତୀ ବହୁର୍ଷ ପୂର୍ବେ ସଂଗ୍ରହ କରିଥିଲି, ତାହା ସଙ୍ଗେ ସଙ୍ଗେ ମୋର ସ୍ମୃତି ପଥାରୁଢ଼ ହେଲା । କିମ୍ବଦନ୍ତୀଟି ଓଡ଼ିଶା ଇତିହାସ ସଙ୍କଳନରେ ସାହାଯ୍ୟପ୍ରଦ ହେବ ବୋଲି ଭାବି, ତାହା ଆପଣଙ୍କ ଦୃଷ୍ଟିକି ଆଣୁଛି । ଆବଶ୍ୟକ ବୋଧ ହେଲେ ତାହାର ସଦୁପଯୋଗ କରିବାକୁ ଅନୁରୋଧ-

 

କିମ୍ବଦନ୍ତୀଟି ହେଉଛି–ବହୁବର୍ଷ ପୂର୍ବେ ପୁରୀ ଗଜପତି ବଂଶର କି କେଶରୀ ବଂଶର କୌଣସି ରାଜାଙ୍କର (ବୋଧହୁଏ, ମୁକୁନ୍ଦଦେବ ରାଜାଙ୍କର) ସାତଗୋଟି ପୁତ୍ର ମଧ୍ୟରୁ କନିଷ୍ଠ ପୁତ୍ରଙ୍କ ସହିତ ରାଜାଙ୍କର ମନମାଳିନ୍ୟ ଜାତହେଲା । ରାଜପୁତ୍ର ପିତାଙ୍କର କଥା ଗ୍ରହଣ ନକରିବାରୁ ରାଜା କ୍ରୁଧ ହୋଇ ତାକୁ ରାଜ୍ୟରୁ ବିତାଡ଼ିତ କଲେ । ରାଜପୁତ୍ର ସଙ୍ଗରେ ବହୁ ଧନରତ୍ନ ନେଇ କତିପୟ ହିତାକାଂକ୍ଷୀ ବନ୍ଧୁଙ୍କ ସହିତ ଘୁସୁସର ରାଜ୍ୟରେ ପ୍ରବେଶ କଲେ । ବହୁ ଅନୁସନ୍ଧାନ ପରେ ସେ ମାଳତୀ ପର୍ବତର ସନ୍ନିକଟରେ ରାଜପ୍ରାସାଦ ନିର୍ମାଣ କରି ମାଳତୀଗଡ଼ ନାମରେ ରାଜ୍ୟ ସ୍ଥାପନ କଲେ ଓ କେତେଗୋଟି କ୍ଷୁଦ୍ର ପଲ୍ଲୀ ଅଧିକାର କରି ରାଜତ୍ୱ କରିବାକୁ ଲାଗିଲେ । ଏହି ମାଳତୀଗଡ଼ର ପୂର୍ବଦିଗରେ ଜଉଗଡ଼ ନାମରେ ଆଉ ଗୋଟିଏ କ୍ଷୁଦ୍ର ରାଜ୍ୟ ଥିଲା, କେତେକାଳ ପରେ ରାଜ୍ୟର ସୀମା ବା ସହରବ୍ଦ ନେଇ ଜଉଗଡ଼ ରାଜାଙ୍କ ସହିତ ତାଙ୍କର ମନମାଳିନ୍ୟ ଜାତହେଲା । ଉଭୟ ରାଜ୍ୟର ରାଜା କୌଣସି ସମାଧାନରେ ପହଞ୍ଚି ନପାରି ଶେଷରେ ଉଭୟେ ପରସ୍ପର ପ୍ରତି ଯୁଦ୍ଧ ଘୋଷଣା କଲେ । ମାଳତୀଗଡ଼ର ରାଜା ନିଜର କନ୍ଧ ଓ ସଉରା ସୈନ୍ୟମାନଙ୍କୁ ଏକତ୍ରିତ କରି ଜଉଗଡ଼ ବିରୁଦ୍ଧରେ ଯୁଦ୍ଧଯାତ୍ରା ଆରମ୍ଭ କଲେ । ଯୁଦ୍ଧକୁ ଯିବା ପୂର୍ବରୁ ସେ ନିଜ ଗଡ଼ର ସମ୍ମୁଖରେ ଥିବା ଗୋଟିଏ ନାତି ନୀଚ ପାହାଡ଼ ଉପରେ ଗୋଟିଏ ବୃହଦାକାର ପ୍ରସ୍ତର ଦୀପାଲିରେ ତୈଲ ଓ ସଳିତା ଦେଇ ଜଳାଇଦେଲେ ଓ ଦୀପାଲିଟିର ରକ୍ଷଣାବେକ୍ଷଣ ଭାର ଦୁଇଜଣ ବିଶ୍ୱାସୀ ପାଇକଙ୍କ ଉପରେ ରଖି ନିଜର ପଟ୍ଟମହିଷୀଙ୍କି ଡାକି କହିଲେ, “ମୁଁ ଯୁଦ୍ଧକୁ ଯାଉଛି, ପତିତପାବନ ଶ୍ରୀ ଜଗନ୍ନାଥ ମୋର ଏକମାତ୍ର ସାହା ।

 

ଯେଦିନ ପର୍ଯ୍ୟନ୍ତ ଆମ ଗଡ଼ ସମ୍ମୁଖରେ ଥିବା ପ୍ରସ୍ତର ଦୀପାଳିଟି ଜଳୁଥିବ, ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ନିରାପଦ ବୋଲି ବୁଝିବ । ଯଦି ଦୀପାଳି ଲିଭିଯାଏ, ତା’ହେଲେ ବିପଦ ସମୁପସ୍ଥିତ ଅର୍ଥାତ୍‍ ରାଜ୍ୟ ଶତ୍ରୁର କବଳିତ ହୋଲା ବୋଲି ବୁଝିବେ । ଆଉ ଏପରି ଅସ୍ଥାରେ ତୁମେ ଶତ୍ରୁର ହସ୍ତରେ ନିଜକୁ ସମର୍ପଣ ନକରି କ୍ଷତ୍ରୀୟ ରମଣୀର ବୀରୋଚିତ କାର୍ଯ୍ୟ କରିବ ବୋଲି ଆଶା । ଏହା କହି ରାଜା ବୀର ଦର୍ପରେ ସୈନ୍ୟ ଚାଳନକଲେ ଜଉଗଡ଼ ଆକ୍ରମଣ କରିବାକୁ ।

 

ବହୁଦିନ ପର୍ଯ୍ୟନ୍ତ ଉଭୟ ପକ୍ଷରେ ଯୁଦ୍ଧ ଲାଗି ରହିଲା । କଥିତ ଅଛି ଯେ ଜଉଗଡ଼ର ପ୍ରାଚୀର ଜଉରେ ନିର୍ମିତ ହୋଇଥିଲା । ପ୍ରାଚୀର ଭଗ୍ନକରି ଗଡ଼ ମଧ୍ୟରେ ପ୍ରବେଶ କରିବାକୁ ମାଳତୀଗଡ଼ ରାଜା ଯତ୍ପରୋନାସ୍ତି ଯତ୍ନ କଲେ କିନ୍ତୁ ଫଳ କିଛି ହେଲାନି । ତୋପଦ୍ୱାରା ଯେତେ ଆଘାତ କଲେ ମଧ୍ୟ ତୋପର ଗୁଳାଗୁଡ଼ିକ ପ୍ରାଚୀର ଭିତ୍ତିରେ ବିଦ୍ଧହୋଇ ରହିଯାଉଥାଏ। ରାଜା ଉପାୟଶୂନ୍ୟ ହୋଇ ଚିନ୍ତା କରୁଛନ୍ତି, ଏତିକିବେଳେ ଦୁଇଜଣ ପାଇକ ଆସି କହିଲେ, ମହାରାଜ ! ସ୍ଥାନୀୟ ଜଣେ ଗଉଡ଼ୁଣୀ କହୁଛି ଯେ ପାଚେରୀ ଗୁଡ଼ିକରେ ଜଉ ଲେସାଯାଇଛି ଏଣୁ ତାହା ଭାଙ୍ଗିବା କଷ୍ଟକର । ପାଚେରୀ ନିକଟରେ ଯଦି ପାଳ ରଖି ନିଆଁ ଲଗାଯାଏ, ତା’ହେଲେ ଅଳ୍ପ ସମୟ ମଧ୍ୟରେ ପାଚେରୀର ଜଉ ତରଳି ତଳକୁ ବସିଯିବ ଓ ପରେ ତୋପ ମାଡ଼ରେ ପାଚେରୀ ଭୁସୁଡ଼ି ପଡ଼ିବ । ଏ କଥା ରାଜାଙ୍କ ମନକୁ ପାଇଗଲା, ସେଇକ୍ଷଣି ସେ ଗଉଡ଼ୁଣୀର ପରାମର୍ଶ ଅନୁସାରେ କାର୍ଯ୍ୟ କରି ଗଡ଼ ଭିତରକୁ ପଶିଗଲେ । ଜଉଗଡ଼ ରାଜା ଯେତେବେଳେ ଦେଖିଲେ ପରାଜୟ ସୁନଶ୍ଚିତ ସେତେବେଳେ ସେ କପଟାଚରଣର ଆଶ୍ରୟ ନେଲେ । ସେ ଜାଣି ପାରିଲେ ଯେ ପ୍ରସ୍ତର ଦୀପାଳି ରାଜ୍ୟର ଶାନ୍ତିସୂଚକ । ଦୀପାଳିଟିକି ଯଦି କୌଣସିମତେ ଲିଭାଯାଇ ପାରିବ, ତା ହେଲେ ମାଳତୀଗଡ଼ରେ ବିଭ୍ରାଟ ସୃଷ୍ଟି କରାଯାଇ ପାରିବ । ଏହା ଭାବି ସେ ଗୁପ୍ତଚରମାନଙ୍କୁ ପଠାଇ ଦୀପାଳିଟି ଲେଉଟାଇଦେଲେ । ଫଳରେ ତାଙ୍କର ଅଭିସନ୍ଧି କାର୍ଯ୍ୟକାରୀ ହେଲା ।

 

ରାଣୀ ଯେତେବେଳେ ଜାଣିଲେ ଯେ ରାଜ୍ୟ ଶତ୍ରୁର କରକବଳିତ, ସେ ଉପାୟଶୂନ୍ୟା ହୋଇ ନିଜର ପରିଚାରୀମାନଙ୍କ ସହ ଜହର ଗୀତ ଗାଇ ଗାଇ ନଅର ମଧ୍ୟରେ ଥିବା ବାମ୍ପରେ ପ୍ରାଣୋତ୍ସର୍ଗ କଲେ ।

 

ଏଣେ ମାଳତୀଗଡ଼ ରାଜା ଯୁଦ୍ଧରେ ଜୟଲାଭ କରି ଜୈତ୍ର ଯାତ୍ରାସହ ଆସି ଦେଖନ୍ତିତ ବଡ଼ ଛାରଖାର ହୋଇଯାଇଛି । ଏହା ଦେଖି ସେ ହତାଶରେ, ଭାଙ୍ଗି ପଡ଼ିଲେ । ପ୍ରାଣପ୍ରିୟା ରାଣୀଙ୍କି ହରାଇ ସେ ଆଉ ବଞ୍ଚି ରହିବାକୁ ଅଭିଳାଷ କଲେନି । ସେ ମଧ୍ୟ ନିଜର ଅତ୍ମୀୟମାନଙ୍କୁ ନେଇ ନିଜର ସଲିଳ ସମାଧି ରଚନା କଲେ । ଏପରି ମାଳତୀଗଡ଼ର ଅବସାନ ଘଟିଲା । ରାଜାଙ୍କ ଦୂରାବସ୍ଥାର କଥା ଜାଣିପାରି ଘୁମୁସରର ଭଞ୍ଜ ରାଜା ସସୈନ୍ୟେ ମାଳତୀଗଡ଼ରେ ପଶି ଗଡ଼ଟିକୁ ଆତ୍ମସାତ୍‍ କରିନେଲେ । କଥିତ ଅଛି ଯେ ଗଡ଼ର ପ୍ରଧାନ ଅଧିଷ୍ଠାତ୍ରୀ ବ୍ୟାଘ୍ର ଦେବୀଙ୍କୁ ରାଜା ମହା ସମାରୋହ ସହକାରେ ନେଇ ନିଜ ରାଜ୍ୟ କୁଲାଡ଼ ଗଡ଼ରେ ସ୍ଥାପନ କଲେ । ଗଡ଼ର ଅନ୍ୟ ପ୍ରସିଦ୍ଧ ଦେବତା ଶ୍ରୀ ବିରଞ୍ଜୀ ନାରାୟଣଙ୍କୁ ମଧ୍ୟ ସେଠାରୁ ନେଇ ନିଜ ରାଜ୍ୟରେ ବୁଗୁଡ଼ା ନାମକ ଗୋଟିଏ କ୍ଷୁଦ୍ର ସହରରେ ସ୍ଥାପନ କଲେ । ଏହା ହେଉଛି ମାଳତୀଗଡ଼ ଧ୍ୱଂସାବସାନର ପ୍ରଚଳିତ କିମ୍ବଦନ୍ତୀ ।

 

ମାଳତୀଗଡ଼ କଥା ଜନ ମୁଖରୁ ଶୁଣି ଦିନେ ମୁଁ ମୋର କତିପୟ ସଙ୍ଗୀମାନଙ୍କୁ ନେଇ ମାଳତୀଗଡ଼ ଦେଖିବାକୁ ଗଲି । ଏହା ହେଉଛି ପ୍ରାୟ ୨୦ କି ୨୫ ବର୍ଷ ତଳର ଘଟଣା । ବର୍ତ୍ତମାନ ମାଳତୀଗଡ଼ ନିକଟର କେସରାପଲ୍ଲୀ ନାମରେ କ୍ଷୁଦ୍ର ଗାଁଟିଏ ରହିଛି । ଏହି ଗାଁକୁ ଯାଇ ପ୍ରଥମେ ଜଣେ ଅଶୀତି ବର୍ଷ ବୃଦ୍ଧଙ୍କ ସହିତ କଥୋପକଥନ କରି ଉପରୋକ୍ତ କିମ୍ବଦନ୍ତୀଟି ସଂଗ୍ରହ କରିଥିଲି । ପରେ କେତେଜଣ ଅନୁଚରବର୍ଗଙ୍କୁ ନେଇ ମାଳତୀଗଡ଼ ଦେଖିବାକୁ ଗଲୁ । ଗଡ଼ଟି ପର୍ବତର ଗୋଟାଏ ନିଭୃତ ଅଂଶରେ ଅବସ୍ଥିତ । ବର୍ତ୍ତମାନ ସ୍ଥାନଟି ଘନ ବୃକ୍ଷଲତାରେ ଆଚ୍ଛାଦିତ । ହିଂସକ ଜନ୍ତୁମାନଙ୍କର ଲୀଳା ଖେଳାର ସ୍ଥାନ ହୋଇ ରହିଛି । ଅସାଧ୍ୟ ପଥଦେଇ ଗଡ଼ ନିକଟକୁ ଗଲୁ, ପୁରାତନ ଇଟା ଓ ଝିଙ୍କରର ଭଗ୍ନସ୍ତୁପ ଛଡ଼ା ଅନ୍ୟ କିଛି ଦେଖି ପାରିଲୁ ନାହିଁ । ଜନ୍ତୁ ଭୟହେତୁ ଆଉ ଅଗ୍ରସର ମଧ୍ୟ ହୋଇ ପାରିଲୁନି । ସେଠାରୁ ଫେରି ଗଡ଼ ଆଗର ତିମିରାକୁ ଦେଖିଲୁ । ଗୋଟାଏ ବଡ଼ ପ୍ରସ୍ତର ତିମିରା ଶିଖରେ ରହିଛି । ପ୍ରସ୍ତରଟି କଥିତ ଦୀପାଳି ବୋଲି ଗ୍ରାମଲୋକେ କହିଲେ । ମାତ୍ର ତିମିରା ଚଢ଼ି ଦେଖିବାକୁ ସମୟର ଅଭାବ ଯୋଗୁଁ ଅମ୍ଭମାନଙ୍କର ଅଶାଆକାଂକ୍ଷା ଅପୂର୍ଣ୍ଣ ରହିଗଲା । ଏହାର କେତେବର୍ଷ ପୂର୍ବେ ଆମ ସରକାରଙ୍କର ପ୍ରତ୍ନତ୍ତତ୍ୱ ବିଭାଗରେ କାର୍ଯ୍ୟ କରୁଥିବା ରାଜଗୁରୁ ମହାଶୟଙ୍କର ଦୃଷ୍ଟି ଏଥିପ୍ରତି ଆକର୍ଷଣ ମଧ୍ୟ କରିଥିଲି । ସେ ମହାଶୟ ସ୍ଥାନଟି ଦେଖିବାପାଇଁ ଯାଇଥିଲେ ବୋଲି ଶୁଣିଲି । ମାତ୍ର ତାହାଙ୍କର ଗବେଷଣାର ଫଳ କ’ଣ ହେଲା ଜାଣି ପାରଲି ନାହିଁ ।

 

ମାଳତୀଗଡ଼ ନିକଟରେ ଆମ୍ୱ୍ରକାନନ ଶୋଭିତ ଯେଉଁ ବିଶାଳ ସମତଳ କ୍ଷେତ୍ର ଦୃଷ୍ଟି ଗୋଚର ହୁଏ, ତାହା ପୂର୍ବେ ମାଳତୀଗଡ଼ ରାଜ୍ୟର ରାଜଧାନୀକି ବକ୍ଷରେ ଧିରେ ଶୋଭା ପାଉଥିଲା ବୋଲି ଲୋକେ କହିଥାନ୍ତି । ଉକ୍ତ ସ୍ଥାନଟି ଯେ ଅତୀତରେ ଜନ ଅଧ୍ୟୁଷିତ ବସତି ଥିଲା, ତାହାର ପ୍ରମାଣ ସମୟେ ମିଳିଥାଏ । ଥରେ ଗୋଟାଏ କନ୍ଧୁଣୀ ପିଠଳ ଖୋଳୁ ଖୋଳୁ ପ୍ରାୟ ୪୦ ଭରି ଓଜନର ସୁବର୍ଣ୍ଣ ନାଟ ମୂର୍ତ୍ତିଟିଏ ପାଇଥିଲା । ଆଉ ଥରେ ଜଣେ କୃଷକ ଆକସ୍ମିକ ଭାବେ ଗୋଟାଏ ଚତୁରସ୍ର ପ୍ରସ୍ତର ଦେହରୁ ପାଞ୍ଚଶହ ରୌପ୍ୟମୁଦ୍ରା ପାଇଥିଲେ । ମୁଦ୍ରାଗୁଡ଼ିକ ‘‘ଗେଡ଼ି କପତାନ’’ଙ୍କ ମସ୍ତକର ଛବି ବହନ କରିଥାଏ ବୋଲି ଉକ୍ତ ବୃଦ୍ଧ କହିଥିଲେ ।

 

ବିଶ୍ୱାସ ହୁଏ, ମାଳତୀ ପର୍ବତ ନିକଟସ୍ଥ ଅଞ୍ଚଳଗୁଡିକୁ ଆମର ପ୍ରତ୍ନତ୍ତତ୍ତ୍ୱ ବିଭାଗଦ୍ୱାରା ପରୀକ୍ଷା କରାଗଲେ ବହୁ ଆବଶ୍ୟକୀୟ ତଥ୍ୟ ଜଣାଯାନ୍ତା ।

 

ଶ୍ରୀ ନୀଳକଣ୍ଠ ଦାସ

ଅବସର ପ୍ରାପ୍ତ ଶିକ୍ଷକ,

ହରିହର ହାଇସ୍କୁଲ, ଆସିକା

 

ଜୈନ ଧର୍ମ ଓ ଓଡ଼ିଶା

 

ଜୈନଧର୍ମ ଅତି ପ୍ରାଚୀନ ଧର୍ମ । ଏହା କାହାରି କାହାରି ମତରେ ବେଦର ସମୟଠାରୁ ମଧ୍ୟ ପ୍ରଚୀନତର । ପଣ୍ଡିତ ନୀଳକଣ୍ଠ ଦାଶଙ୍କ ମତ ଏଇଆ । ଯାହା କିଛି ହେଉ ଏହା ଯେ ବୌଦ୍ଧ ଧର୍ମଠାରୁ ପ୍ରାଚୀନତର ଏଥିରେ ସନ୍ଦେହ ନାହଁ; କାରଣ ସାକ୍ୟ ମୁନି ବୁଦ୍ଧ ଯେତେବେଳେ ପୌଢ଼, ସେତେବେଳେ ମହାବୀର ଏକ ପ୍ରକାର ବୃଦ୍ଧ । କିନ୍ତୁ ମହାବୀର ତ ଜୈନ ଧର୍ମର ୨୪ ତୀର୍ଥଙ୍କର ମଧ୍ୟରୁ ଶେଷ ତୀର୍ଥଙ୍କର । ସୁତରାଂ ତାଙ୍କ ପୂର୍ବରୁ ଆହୁରି ୨୩ ତୀର୍ଥଙ୍କର ରହିଥିଲେ । ଅତଏବ ବୌଦ୍ଧ ଧର୍ମଠାରୁ ଜୈନ ଧର୍ମ ପ୍ରାଚୀନତର।

 

ଓଡ଼ିଶାରେ ଖଣ୍ଡଗିର ପର୍ବତ ଗାତ୍ରରେ ଯେଉଁ ସବୁ ଜୈନ ଚିତ୍ର ଓ ଲେଖା ରହିଅଛି, ତାହା ଭାରତବର୍ଷର ବା ଅନ୍ୟାନ୍ୟ ଜୈନ ନିଦର୍ଶନଠାରୁ ପ୍ରାଚୀନତର । ଅତଏବ ଓଡ଼ିଶା ଭାରତବର୍ଷ ମଧ୍ୟରେ ପ୍ରାଚୀନତମ ଜୈନ କ୍ଷେତ୍ର । ଜଗନ୍ନାଥଙ୍କର ଇତିହାସ ଅନେକ କୁହେଳିକା ମଧ୍ୟରେ ଆଚ୍ଛନ୍ନ ହୋଇ ରହିଥିଲେ ସୁଦ୍ଧା ଜଗନ୍ନାଥ ଯେ ଜିନ ଦେବତା ଏହାର ପ୍ରମାଣ ଅନେକ ମିଳେ । ଗୋଟିଏ ଶ୍ଳୋକର ଜଗନ୍ନାଥଙ୍କୁ ଜିନାର୍ଚିତ ବୋଲି କୁହାଯାଇଅଛି ।

 

ଓଡ଼ିଶାରେ ମହାବୀରଙ୍କର ପୂର୍ବରୁ ପାର୍ଶ୍ୱନାଥ ଅତି ପରିଚିତ ହୋଇଥିଲେ । ପାର୍ଶ୍ୱନାଥ ଏକବସ୍ତ୍ର ହୋଇ ଓଡ଼ିଶାର ଜଙ୍ଗଲମାନଙ୍କରେ ବିଚରଣ କରି ଜୈନ ମଠ ଇତ୍ୟାଦି ସ୍ଥାପନା କରିଥିଲେ । ସେହି ଜଙ୍ଗଲମାନଙ୍କରେ ସ୍ତ୍ରୀ ଲୋକ ଏବଂ ପୁରୁଷ ଲୋକଙ୍କପାଇଁ ଭିନ୍ନ ଭିନ୍ନ ମଠ ମଧ୍ୟ ଥିଲା । ଚମ୍ପା ନଗରର ରାଜା ଯେତେବେଳେ ଜଙ୍ଗଲ ଭିତରେ ନିଜ ସ୍ତ୍ରୀଙ୍କୁ ହରାଇଲେ, ସେତେବେଳେ ରାଣୀଙ୍କୁ ଆଶ୍ରୟ ଦେଇଥିଲେ ଜଣେ ଜୈନ ସନ୍ୟାସିନୀ । ଏଇ ରାଣୀଙ୍କ ଗର୍ଭରୁ ଯେଉଁ ପୁତ୍ର ଜନ୍ମଗ୍ରହଣ କରିଥିଲେ ସେ ଶ୍ମଶାନର ଚଣ୍ଡାଳ ଦମ୍ପତିଦ୍ୱାରା ପାଳିତ ହୋଇଥିଲେ । ସୁତରାଂ ଜୈନ ଶାସ୍ତ୍ରରେ ଓଡ଼ିଶାରେ ଯେଉଁ ଚଣ୍ଡାଳ ରାଜା ଥିବା କଥା ମିଳେ ସେ ହେଉଛନ୍ତି ଏଇ ରାଣୀଙ୍କର ସନ୍ତାନ । ପିଲାଦିନୁ ସେ ଚଣ୍ଡାଳୁଣୀଦ୍ୱାରା ପାଳିତ ହୋଇଥିବାରୁ ଏବଂ ଆହାର୍ଯ୍ୟ ଦ୍ରବ୍ୟର ସୁବିଧା ନଥିବାରୁ ଚର୍ମ ରୋଗର କଷ୍ଟ ପାଉଥିଲେ । କଣ୍ଡୁ ରୋଗ ହୋଇଥିବା ଯୋଗୁ ମୁଁ ତାଙ୍କର ନାମ ହୋଇଥିଲା କର-କଣ୍ଡୁ । କରକଣ୍ଡୁଙ୍କର ଉପାଖ୍ୟାନ ଅତି ବିଚିତ୍ର । କରକଣ୍ଡୁ ଯେତେବେଳେ ଯୁବକ ହୋଇ ବାହାରିଲେ ସେତେବେଳେ ଚମ୍ପାନଗରର ରାଜା ଖବର ପାଇଲେ ସେ ତାଙ୍କର ଜଙ୍ଗଲରେ କିଏ ଜଣେ ବାହାରି ବଡ଼ ପ୍ରବଳ ପରାକ୍ରାନ୍ତ ହୋଇଅଛି ଏବଂ ନିଜର ରାଜ୍ୟ ବିସ୍ତାର କରିବାକୁ ଲାଗିଛି । ସେତିକିରେ ଚମ୍ପା ନଗରର ରାଜା ଦଧିବାହନ କରକଣ୍ଡୁଙ୍କୁ ଦମନ କରିବାକୁ ବାହାରିଲେ । ପିତା ଓ ପୁତ୍ର ମଧ୍ୟରେ ଯୁଦ୍ଧ ହେଲା । କେହି କାହାକୁ ଚିହ୍ନି ନଥିଲେ । ଭୀଷଣ ଯୁଦ୍ଧ ହେବା ସମୟରେ ଆଶ୍ରମରୁ ରାଣୀ ବାହାରି ଆସି ଏ ଉଭୟଙ୍କ ମଧ୍ୟରେ ଠିଆହେଲେ ଏବଂ ଯୁଦ୍ଧ ବନ୍ଦ କରିବାକୁ କହିଲେ । ରାଣୀ ରାଜାଙ୍କୁ କହିଲେ, ଏ ଯେ ତୁମର ପୁତ୍ର, କାହା ସଙ୍ଗରେ ଲଢ଼ିବାକୁ ଯାଉଛନ୍ତି ? ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ପରେ ପରସ୍ପର ନିଜ ନିଜର ପରିଚୟ ପାଇ ସ୍ଥିର ହେଲେ । ଚମ୍ପାନଗରର ରାଜା ଦଧିବାହନ ସେହି ସମୟଠାରୁ ନିଜ ପୁତ୍ର କରକଣ୍ଡୁଙ୍କୁ ଓଡ଼ିଶା ରାଜ୍ୟ ପ୍ରଦାନ କଲେ । କରକଣ୍ଡୁ ଓଡ଼ିଶାର ରାଜା ହୋଇ ଜୈନ ଧର୍ମ ପ୍ରଚାର କରିବାକୁ ଲାଗିଲେ । ସେ ଜୈନ ଧର୍ମ ପ୍ରତି ବିଶେଷ ଆସ୍ଥାବାନ ହେଲେ ତାହାର କାରଣ ହେଉଛି ତାଙ୍କର ମାତା ଜୈନ ସନ୍ୟାସିନୀଦ୍ୱାରା ଉପକୃତ ହୋଇଥିଲେ ।

 

ପାର୍ଶନାଥଙ୍କ ପରେ ମହାବୀର ଆସିଲେ । ମହାବୀର ପିଲାଦିନେ କଳିଙ୍ଗର ରହିଥିଲେ-। ପ୍ରବାଦ ଅଛି ଯେ ସେ ଚେଟକ ରାଜାଙ୍କ ଘରେ ରହୁଥିଲେ । କାରଣ ଚେଟକ ରାଜାଙ୍କ ସଙ୍ଗେ ମହାବୀର ପିତାଙ୍କର ସଂଖ୍ୟା ଏବଂ ସମ୍ବନ୍ଧ ଥିଲା । କେହି କେହି କହନ୍ତି ଏହି ଚେଟକ ରାଜ୍ୟ ହେଉଛି ବର୍ତ୍ତମାନ ଚିକିଟି । ଚିକିଟି ଗଞ୍ଜାମ ଜିଲ୍ଲା ମଧ୍ୟରେ ଅବସ୍ଥିତ । ଏହି ସବୁ ପ୍ରାଚୀନ ତଥ୍ୟ ଆମ୍ଭମାନଙ୍କୁ ବଡ଼ ଆନନ୍ଦ ଦିଏ ।

 

ଏହା ପରେ ଓଡ଼ିଶାରେ ଖାରବେଳ ପ୍ରଧାନ ବିଜୟୀ ସମ୍ରାଟ୍‍ ହୋଇ ଭାରତବର୍ଷରେ ଦେଖାଦେଲେ । ଏଇ ଖାରବେଳଙ୍କୁ କେହି କେହି ଖରବଳ ବୋଲି କହନ୍ତି । ଅର୍ଥାତ୍ ୟାଙ୍କର ପ୍ରଖର ବଳ ଥିଲା । ଆଉ କେହି କେହି କହନ୍ତି ଏ କ୍ଷାର ଅର୍ଥାତ୍ ଲବଣ ବେଳାର ଅଧିପତି ଥିଲେ, ଅର୍ଥାତ୍ ସମଗ୍ର ନୀଳାଚଳ ଧାମକୁ କେନ୍ଦ୍ର କରି ଏ ପାଖ ସେ ପାଖ ଅନେକ ରାଜ୍ୟର ମାଲିକ ହୋଇ ବସିଥିଲେ । ଏପରିକି ଖାରବେଳ ଉତ୍ତର ଦକ୍ଷିଣରେ ବିହାର, ମାନ୍ଦ୍ରାଜ ଇତ୍ୟାଦି ସ୍ଥାନ ପର୍ଯ୍ୟନ୍ତ ନିଜର ପ୍ରଭାବ ବିସ୍ତାର କରିଥିଲେ । ଅତି ଅଳ୍ପ ସମୟ ମଧ୍ୟରେ ସେ ଆଲେକଜାଣ୍ଡରଙ୍କ ପରି ମହୀ ବିଜୟୀ ସମ୍ରାଟ ହୋଇ ଦେଖାଦେଲେ । ଅତି ଆଶ୍ଚର୍ଯ୍ୟର କଥା ଏହି ଯ ସେ ହିଟ୍‍ଲର୍‍ ପରି ତାରିଖ ଦେଇ ଏବର୍ଷ ଏଟା ଜିଣିବା ସେବର୍ଷ ସେଟା ଜିଣିବି ବୋଲି ହୁ ହୁ ଭାବରେ ଭାରତବର୍ଷର ଉତ୍ତର ଦକ୍ଷିଣ ପ୍ରାନ୍ତ ସବୁ ନିଜର କରାୟତ୍ତ କରି ପକାଇଲେ । ଆଉ ଆଶ୍ଚର୍ଯ୍ୟର କଥା ଏହି ଯେ ସେ ଦିଗ୍‍ବିଜୟ ସଙ୍ଗେ ସଙ୍ଗେ ଦାନ ଧର୍ମ, କୂପ ଖନନ, ପୁଷ୍କରିଣୀ ଖନନ, ଦେବାଳୟ ନିର୍ମାଣ ଏବଂ ଅନ୍ୟାନ୍ୟ ନାନା ଲୋକହିତକର କାର୍ଯ୍ୟ ମଧ୍ୟ କରିଗଲେ । ଷୋହଳ ବର୍ଷ ବୟସରେ ସେ ପଠନ, ପାଠନ ଓ ଅନ୍ୟାନ ଅନେକ ବିଦ୍ୟା ହାସଲ କଲେ ଏବଂ ଆହୁରି ଆଶ୍ଚର୍ଯ୍ୟର ବିଷୟ ଏହି ଯେ ସେ ସମସ୍ତ ଦେଶକୁ ଜୟ କରି ସାରି ନିଜେ ସନ୍ୟାସୀ ହୋଇଗଲେ । କଥିତ ଅଛି ଯେ ଖଣ୍ଡଗିରିର ରାଣୀ ଗୁମ୍ଫାରେ ତାଙ୍କର ରାଣୀ ମଧ୍ୟ ସନ୍ୟାସିନୀ ହୋଇ ରହିଲେ ଏବଂ ସେହିଠାରେ ଜୈନ ଅର୍ହତ ଏବଂ ବୌଦ୍ଧ ଭିକ୍ଷୁମାନଙ୍କପାଇଁ ମଧ୍ୟ ଅନେକ ଗୁମ୍ଫା ତିଆରି ହେଲା । ଏହା କମ୍ ଗୌରବର କଥା ନୁହେଁ, କମ୍ ତ୍ୟାଗର ଆଦର୍ଶ ନୁହେଁ । ମହାରାଜ ମହାଫକିର ହେଲେ । କିନ୍ତୁ ସେହି ଖାରବେଳଙ୍କୁ ଆଜି ସୁଦ୍ଧା ଆମ୍ଭେମାନେ ଭକ୍ତିର ସହିତ ଭାବୁଅଛୁ ।

 

ଯେତେବେଳେ ମହାବୀର ନିଜର ଧର୍ମ ପ୍ରଚାରପାଇଁ ବାହାରିଲେ ଖଣ୍ଡଗିରିକୁ ତାଙ୍କର ପ୍ରଧାନ କେନ୍ଦ୍ର କରି ଖଣ୍ଡଗିରିରେ ଥିବା କୁମାର ଓ କୁମାରୀ ପର୍ବତରେ ଦୁଇଟି ଭିନ୍ନ ଭିନ୍ନ ଛାତ୍ରାବାସ ନିର୍ମାଣ କରି ସେ ସମୟରେ ସହଶିଷାର ମହା ଆଦର୍ଶ ଦେଖାଇ ଯାଇଅଛନ୍ତି ।

 

ମହାବୀର ଥିଲେ ମହା ସଂଗଠକ । ତାଙ୍କର ଶିଷ୍ୟମାନଙ୍କୁ ସେ ଠିକ୍ ମାର୍ଗରେ ଚଳାଇବାପାଇଁ କେତେଗୁଡ଼ିଏ ଗଣଧରର ସୃଷ୍ଟି କଲେ । ଗୋଟିଏ ଗୋଟିଏ ଗଣଧରଙ୍କ ଅଧୀନରେ ହଜାର, ଦୁଇ ହଜାର, ଚାରି ହଜାର ଏହିପରି ଶିଷ୍ୟ ରହିଲେ ।

 

ମହାବୀରଙ୍କର କଠୋର ନିୟମରେ ବାନ୍ଧି ହେବାରୁ ଜୈନ ଧର୍ମ ବେଶ୍‍ ଭଲ ଭାବରେ ଚାଲିବାକୁ ଆରମ୍ଭ କଲା । ସେହି ସମୟରେ ପୁରୀ ସହର ଭାରୀ ନାମ କରିଥିଲା । ଏହି ପୁରୀ ସହରର ପ୍ରାଚୀନ ନାମ ପିଥୁଣ୍ଡ । ଏହି ପିଥୁଣ୍ଡଠାରୁ କେତେ ବାଣିଜ୍ୟ ପୋତ ଭାରତର ପୂର୍ବ ଦ୍ଵୀପପୁଞ୍ଜକୁ ଦେଶର ନାନା ସମ୍ଭାର ନେଇ ଯାଉଥିଲା ତା’ର ଇୟତ୍ତା ନାହିଁ । ବସ୍ତୁତଃ ଓଡ଼ିଶାର ଅନେକ ଜ୍ଞାନୀ, ଗୁଣୀ, ପଣ୍ଡିତ, ବିଦ୍ୱାନ, ସାଧକ ସେହି ସମୟରେ ଜାଭା, ସୁମାତ୍ରା ବୋର୍ଣ୍ଣିଓ ସେଲ୍‍ବିସ୍, ବାଲି ପ୍ରଭୃତି ଅଞ୍ଚଳକୁ ଯାଇ ଭବିଷ୍ୟତ ବଂଶର ରାଜାମାନଙ୍କର ପଥ ପରିଷ୍କାର କରିଦେଇଥିଲେ । ଆମେ ଯେଉଁ ପ୍ରାଚୀନ ଶୈଳେନ୍ଦ୍ର ବଂଶର ଉଲ୍ଲେଖ ପାଉ ସେମାନେଇ ଓଡ଼ିଶାର ଗୌରବବର୍ଦ୍ଧକ । ଏମାନଙ୍କଦ୍ୱାରା ଜାଭାର ଯେଉଁ ବରୋବୁଦୁର ବା ବଡ଼ ବୁଦ୍ଧ ମନ୍ଦିର ତିଆରି ହୋଇଅଛି ତାହା ଆଜି ପର୍ଯ୍ୟନ୍ତ ଉତ୍କଳୀୟ କାରିଗରଙ୍କର ସୌନ୍ଦର୍ଯ୍ୟର ପରାକାଷ୍ଠା ଦେଖାଉଅଛି ।

 

ମୁଁ ଅଶା କରେ ଏଇ କେତୋଟି କଥାଦ୍ୱାରା ଆପଣମାନଙ୍କୁ ମୁଁ ଜୈନ ଧର୍ମ ଏବଂ ପ୍ରାଚୀନ ଉତ୍କଳୀୟମାନଙ୍କର କୀର୍ତ୍ତି ପ୍ରତି ବିଶେଷ ଭାବରେ ଆକୃଷ୍ଟ କରିପାରିଅଛି । ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ କହନ୍ତି ଯେ କେନ୍ଦୁଝରର ଆନନ୍ଦପୁରଠାରୁ ୮, ୯ ମାଇଲ ପୂର୍ବକୁ ଯେଉଁ ସ୍ଥାନ ଅଛି ସେହିଠାରେ ଜଙ୍ଗଲ ମଧ୍ୟରେ ଅନେକ ଜୈନ ମୂର୍ତ୍ତି ଅଦ୍ୟାପି ରହିଅଛି । ଖାଲି ଏତିକି ନୁହେଁ ପାଟଣା ରାଜ୍ୟର ଶିଳ, ଆଜମୀରର ଜୈନ ମନ୍ଦିରରେ ରହିଅଛି ବୋଲି କମ୍ବଦନ୍ତୀ ଅଛି । ଆଉ ଯେଉଁ ସିଂହଭୂମି, ବର୍ତ୍ତମାନ ବିହାରର ଅନ୍ତର୍ଭୁକ୍ତ ହୋଇ ରହିଛି ସେହି ସିଂହଭୂମ ରାଜ୍ୟରେ ଅନେକ ବଡ଼ ବଡ଼ ପୁଷ୍କରିଣୀ ରହିଛି । ସେ ସବୁ ଜୈନ ସରାକ୍‌ ବା ଶ୍ରାବକମାନଙ୍କର ଆସ୍ଥାନ ଥିଲା ! ନରସିଂହପୁର, ଭଦ୍ରକ, ନୀଳଗିରି ଓ ଏହିପରି ଓଡ଼ିଶାର ଅନେକ ଜାଗାରେ ଜୈନ ମୂର୍ତ୍ତି ରହିଅଛି ।

 

କଥିତ ଅଛି ଯେ ବଙ୍ଗ ଦେଶରୁ ସରୁସୂତାରେ ଲୁଗା ବୁଣା ଶିଖିବାପାଇଁ ଓଡ଼ିଶାକୁ ଅନେକ ତନ୍ତୀ ଆସିଥିଲେ । ବିଶେଷତଃ ବାଲେଶ୍ୱର ଜିଲ୍ଲାରେ ସେମାନଙ୍କର ଅଧିବାସ ହୋଇଥିଲା-। ସେହି ତନ୍ତୀମାନଙ୍କର ଉପାଧି ବା ସାଙ୍ଗିଆ ସେଣ, ନନ୍ଦୀ, ଦେବ ଇତ୍ୟାଦି ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଛି । କର୍ପୂର ଚାଲିଯାଇଅଛି ମାତ୍ର କନାଟି ପଡ଼ି ରହିଛି । କିନ୍ତୁ ସେଥିରୁ ଯେଉଁ ସୁବାସଟିକ ବର୍ତ୍ତମାନ ସୁଦ୍ଧା ବାହାରୁଅଛି ସେଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଓଡ଼ିଶାରେ ଜୈନ ଧର୍ମର ପ୍ରଭାବ ଖୁବ୍‌ ପଡ଼ିଥିଲା । ରଙ୍ଗିଣି ତନ୍ତୀମାନେ ଆଜି ପର୍ଯ୍ୟନ୍ତ ରାତିରେ ଖାଆନ୍ତି ନାହିଁ । ରଙ୍ଗିଣି ତନ୍ତୀ ଛଡ଼ା ଆହୁରି ଏପରି କେତେକ ପରିବାର ଅଛନ୍ତି ଯେଉଁମାନେ କାଟିବା, ହାଣିବା, ମାରିବା ଇତ୍ୟାଦି ହିଂସାତ୍ମକ ଶବ୍ଦ ବ୍ୟବହାର କରନ୍ତି ନାହିଁ । ଜୈନ ଧର୍ମ ସମ୍ବନ୍ଧରେ ସମସ୍ତେ ବିଶେଷ ଆଗ୍ରହାନ୍ୱିତ ହୁଅନ୍ତୁ ଏହାହିଁ ମୋର କାମନା ।

 

ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ନନ୍ଦରାଜ ନାମକ କଳିଙ୍ଗ ବିଜେତା ଏକ ରାଜାଙ୍କର ଏକାଧିକଥର ଉଲ୍ଲେଖ ଅଛି । ସେଥିରେ ଲେଖାଅଛି ଯେ ଖାରବେଳଙ୍କର ତିନିଶତ ବର୍ଷ ପୂର୍ବେ ନନ୍ଦରାଜ କଳିଙ୍ଗରେ ଏକ କେନାଲ ଖୋଳାଇଥିଲେ । ପୁରାଣମାନଙ୍କରୁ ମିଳେ ଯେ କଳିଙ୍ଗ ନନ୍ଦରାଜ ମହାପଦ୍ମନନ୍ଦଙ୍କର ଅଧୀନରେ ଥିଲା ! ହାତୀ ଗୁମ୍ଫା ଶିଳାଲେଖର ନନ୍ଦରାଜ ଯେ ପୁରାଣର ମହାପଦ୍ମନନ୍ଦ, ଏହା ସୁନିଶ୍ଚିତ, କାରଣ ଉଭୟତ୍ର ନନ୍ଦରାଜ କଳିଙ୍ଗ ବିଜେତାର ଉପେୟତ୍ରିତତା । ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀରେ ମଗଧରେ ରାଜତ୍ୱ କରୁଥଲେ, ତେଣୁ ତାଙ୍କର ତିନିଶତ ବର୍ଷ ପରେ ଅର୍ଥାତ୍‍ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖାରବେଳଙ୍କୁ ନିରୂପଣ କରିବା ଯୁକ୍ତିସଙ୍ଗତ ।

 

ହାତୀଗୁମ୍ଫା ଶିଳାଲେଖରୁ ଆହୁରି ମଧ୍ୟ ଜଣା ପଡ଼େ ଯେ ଖାରବେଳ ସାତବାହନ ରାଜା ସାତକର୍ଣ୍ଣିଙ୍କୁ ଖାତିରି ନକରି ଦକ୍ଷିଣ ପଶ୍ଚିମ ଦିଗକୁ ଯୁଦ୍ଧ ଅଭିଯାନ କରିଥିଲେ । ସାତବାହନ ରାଜବଂଶର ସ୍ଥାପୟିତା ସିମୁକଙ୍କର ପୁତ୍ର ହେଉଛନ୍ତି ଏହି ସାତକର୍ଣ୍ଣି । ପୁରାଣରୁ ଜଣାପଡ଼େ ଯେ ସିମୁକ ମଗଧର କାଣ୍ୱବାୟନ ବଂଶର ଶେଷ ରାଜା ସୁସର୍ମଣଙ୍କୁ ହତ୍ୟା କରିଥିଲେ । ପୁରାଣର ଗଣନା ଅନୁସାରେ ଏହି ସୁସର୍ମଣ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରାଜତ୍ୱ କରୁଥିଲେ । ତେଣୁ ସିମୁକ ଓ ତାଙ୍କ ପୁତ୍ର ସାତକର୍ଣ୍ଣିଙ୍କୁ ସେହି ଶତାବ୍ଦୀରେ ନିରୂପଣ କରାଯାଏ । ଖାରବେଳ ସାତକର୍ଣ୍ଣିଙ୍କ ସମସାମମୟିକ ଥିବାରୁ ସେ ମଧ୍ୟ ଯେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ରାଜା ଏହି ନିଃସନ୍ଦେହ ।

 

ହାତୀଗୁମ୍ଫା ଅଧିଲେଖ ଯେଉଁ ଶୈଳୀରେ ଲେଖା ତାହାକୁ କୁହାଯାଏ କାବ୍ୟ ଶୈଳୀ ଏବଂ ତାହା ଓଜଃଗୁଣଯୁକ୍ତ କାବ୍ୟ ଶୈଳୀ । ଏହି ଶୈଳୀ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ପୂର୍ବେ ଭାରତରେ ଅଜ୍ଞାତ ଥିଲା । ତେଣୁ ହାତୀଗୁମ୍ଫା ଶିଳାଲେଖର ନାୟକ ଖାରବେଳ ଯେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଏହା ନିଃସନ୍ଦେହ ।

 

ଉଦୟଗିରର ମଞ୍ଚପୁରୀ ଗୁମ୍ଫାରେ ଖାରବେଳଙ୍କ ଅଗ୍ରମହିଷୀଙ୍କର ଏକ ଅଭିଲେଖ ଦେଖାଯାଏ । ମଞ୍ଚପୁରୀ ଗୁମ୍ଫାର କଳା ଓ ଖୋଦନ କାର୍ଯ୍ୟକୁ ଆଧୁନିକ କଳା ସମାଲୋଚକମାନେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ବୋଲି ନିର୍ଣ୍ଣୟ କରି ଅଛନ୍ତି । ଏହି ମଞ୍ଚପୁରୀ ଗୁମ୍ଫା ଯେ ଖାରବେଳଙ୍କ ମହିଷୀଙ୍କଦ୍ୱାରା ନିର୍ମିତ ହୋଇଥିଲା, ଏହା ତାଙ୍କ ଅଭିଲେଖରୁ ସ୍ପଷ୍ଟ ଜଣାଯାଏ । ତେଣୁ ଖାରବେଳଙ୍କ ମହିଷୀ ତଥା ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ବୋଲି ସହଜରେ ନିରୂପିତ ହୁଏ ।

 

ଖାରବେଳଙ୍କ ବାନପ୍ରସ୍ଥ ଜୀବନ

 

ଖାରବେଳ ଐରଙ୍କର ଚରମ ଜୀବନ ତାଙ୍କର ବୀର ଜୀବନ ଅପେକ୍ଷା ଆହୁରି ଅଧିକ ଓ ବୈଚିତ୍ର୍ୟ ପରିପୂର୍ଣ୍ଣ । ହିନ୍ଦୁର ଚିରାଚରିତ ବର୍ଣ୍ଣାଶ୍ରମ ଧର୍ମାନୁସାରେ ସେ ମଧ୍ୟ ତାଙ୍କର ରାଜ୍ୟ ପ୍ରସାରଣ ଜନିତ ବିବିଧ ପାପର ପ୍ରାୟଶ୍ଚିତ୍ତ କରିବାକୁ ଯାଇ ବାନପ୍ରସ୍ଥାବଲମ୍ବନ କରିଥିଲେ । ସେତିକି ବେଳେ ତାଙ୍କର ପୁତ୍ର ବିପତ୍‌ସେନ ଓ ଭାର୍ଯ୍ୟା ଉମାଦେବୀ ତାଙ୍କ ସହ ବନବାସର ସୁଖ ଦୁଃଖରେ ଭାଗ ନେଇଥିଲେ ।

 

କଥିତ ସମୟରେ ବହୁ ଦୁର୍ଦ୍ଦମନୀୟ ଚୋର ଓ ଡକାୟତ ଗହନ ବନ ମଧ୍ୟରେ ଆଶ୍ରୟ ନେଉଥିଲେ । ତେଣୁ ଖାରବେଳ ସେମାନଙ୍କୁ ଶାସନ କରି ବନ ମଧ୍ୟସ୍ଥ ଋଷ୍ୟାଶ୍ରମମାନଙ୍କରେ ସେମାନଙ୍କର ଶିକ୍ଷାଦୀକ୍ଷା ସମ୍ବନ୍ଧେ ଆବଶ୍ୟକୀୟ କାର୍ଯ୍ୟ କରୁଥିଲେ; ତଦ୍ଦ୍ୱାରା ତାଙ୍କଦ୍ୱାରା ପ୍ରତିଷ୍ଠିତ ଋଷି ରାଜ୍ୟର ସୁଶ୍ରୀ ଓ ଶାନ୍ତି ବିଧାନ କରିଥିଲେ । ଇତି ମଧ୍ୟରେ ତାଙ୍କର ଗର୍ଭବତୀ ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ ସେ ସନ୍ନିକଟବର୍ତ୍ତୀ ଉଜ୍ଜୟିନୀ ନଗରକୁ କିଛି ଆବଶ୍ୟକୀୟ ପଦାର୍ଥ ଲାଗି ଚାଲିଗଲେ । ଜଣେ ସୌଦାଗରଙ୍କଠାରୁ ମଣି ମାଣିକ୍ୟ ବିନିମୟେ କିଛି ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବେଳେ ତାହା ଚୋରି ପଦାର୍ଥ ବୋଲି ସନ୍ଦେହ କରି ମାଳବ ରାଜ୍ୟ ଓ ପୋଲିସ୍ ପାଇକଗଣ ଖାରବେଳଙ୍କୁ ବନ୍ଦୀ କଲେ । ଏତାଦୃଶ ଦୁର୍ଘଟଣାର କବଳରେ ପଡ଼ି ଖାରବେଳ କିଂକର୍ତ୍ତବ୍ୟବିମୂଢ଼ ହେଲେ ।

 

ଏଣେ ଉମାଦେବୀ ସଦ୍ୟପ୍ରସୂତ ଶିଶୁ ବିପତ୍‌ସେନ ସଙ୍ଗେ ବଣରେ ଅନାଥିନୀ ତୁଲ୍ୟ ମହାରାଜଙ୍କର ପଥକୁ ଅନାଇ ରହିଛନ୍ତି । ଜଣେ ଉଦାରଚେତା ବଣିକ ମହାରାଣୀ ଓ ତରୁଣ ରାଜକୁମାରଙ୍କର ଶୋଚନୀୟ ଅବସ୍ଥାରେ ଦୟା ବିଗଳିତ ହୋଇ ସେମାନଙ୍କୁ ଉଜ୍ଜୟିନୀକୁ ଘେନିଗଲେ । ସଦ୍ୟଜାତ ଶିଶୁ ସଙ୍ଗେ ମହାରାଣୀ ଓ ତରୁଣ ବିପତ୍‌ସେନ ବଣିକଙ୍କ ଗୃହରେ ପରମ ସୁଖରେ କାଳାତିପାତ କରିବାକୁ ଲାଗିଲେ । ତଥାପି ମହାରାଜଙ୍କର ବିଚ୍ଛେଦରେ ଅନେକ ସମୟରେ ଅଧୀର ହେଉଥିଲେ; ବଣିକ ବଧୂ ଓ ମହୋଦାର ବଣିକରାଜଙ୍କ ଶତ ଆଶ୍ୱାସନା, ସେହି ପ୍ରବଳ ଦୁଃଖାଗ୍ନିରେ ଆହୁତି ମାତ୍ର ଦେଉଥିଲା ।

 

ଏହିପରି ସୁଖ ଦୁଃଖରେ କେତେ କାଳ ବିତିଗଲା । ତରୁଣ ବିପତ୍‌ସେନଙ୍କ ଜୀବନରେ ଯୌବନ ବସନ୍ତ ଋତୁରାଜ ପ୍ରଦାର୍ପଣ କଲା ଓ ଚିତ୍ତ–ଭ୍ରମର ପ୍ରଣୟର ପ୍ରଥମ ମଧୁ ପାନ ଲାଗି ପୁଷ୍ପାନୁସନ୍ଧାନ କରିବାକୁ ଲାଗିଲା । ଦିନେ ରାଜପୁତ୍ର ମୃଗୟା ବିନୋଦନର ବନ ମଧ୍ୟରେ ଭ୍ରମଣ କଲାବେଳେ ମାଳବ ରାଜକୁମାରୀ ରମାଦେବୀ ଦେବତା ଦର୍ଶନରୁ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଉଭୟଙ୍କର ମିଳନ ସମ୍ଭବିଗଲା । ତଦବଧି ଉଭୟଙ୍କର ମଧ୍ୟରେ ରହସ୍ୟରେ ପ୍ରଣୟ ଭିସାର ଆରମ୍ଭ ହେଲା । ଏହି ଗୁପ୍ତ ପ୍ରଣୟ କାଳକ୍ରମେ ଲୋକ ମଧ୍ୟରେ ପ୍ରକଟନ ହୁଅନ୍ତେ ମାଳବ ରାଜ ବିପତ୍‌ସେନଙ୍କୁ କୌଣସି ଅଜ୍ଞାନ କୁଳଶୀଳ ମନେକରି ଦଣ୍ଡ ବିଧାନ ଉଦ୍ଦେଶ୍ୟେ ବନ୍ଦୀ କଲେ-। ଘଟଣାର କିୟତ୍‌କାଳ ପୂର୍ବେ ରାଜବନ୍ଦୀ ଖାରବେଳଙ୍କର ପ୍ରକୃତ ବ୍ୟକ୍ତିତ୍ୱ ବିଚାରାଳୟରେ ଉଦ୍‌ଘାଟିତ ହୁଅନ୍ତେ ମାଳବ ରାଜ ମହାରାଜ ଖାରବେଳଙ୍କୁ ମୁକ୍ତ କରି ରାଜ୍ୟଲକ୍ଷ୍ମୀ ତାଙ୍କର ପାଦ ତଳେ ସମର୍ପଣ କରି ନିଜ ଅପରାଧ ଲାଗି କ୍ଷମା ଭିକ୍ଷା କଲେ । ତତ୍ପରେ ଖାରବେଳେ ନିଜର ସହଧର୍ମିଣୀ ଓ ପୁତ୍ରଙ୍କର ଅନୁସନ୍ଧାନ କରି ନିରାଶ ହେଲେ । ମହାରଜାଙ୍କର ଏତାଦୃଶ -ପତ୍ନୀ-ପୁତ୍ର-ବିଚ୍ଛେଦ-ବେଦନା ଉପଶମାର୍ଥେ ମାଳବରାଜ ଖାରବେଳଙ୍କ ଚିତ୍ତବୃତ୍ତିକୁ ରାଜ୍ୟପାଳନ ବିଷୟ ଧନ୍ଦାରେ ପ୍ରବର୍ତ୍ତାଉଥିଲେ ।

 

ଏତିକି ବେଳେ କଳିଙ୍ଗ ରାଜପୁତ୍ର ବିପତ୍‌ସେନଙ୍କର ଗୁପ୍ତ ପରିଣୟର ବିଚାର ମହାରାଜ ଖାରବେଳଙ୍କ ଭାଗ୍ୟରେ ପଡ଼ିଲା । ଅଦ୍ଭୁତ ଘଟଣା ସୂତ୍ରରେ ପିତା ନିକଟରେ ପୁତ୍ରର ପରିଚୟ ଲୁଚି ରହିଲା ନାହିଁ । ସେହି ଅଜ୍ଞାତ କୁଳଶୀଳ, ପ୍ରାଣଦଣ୍ଡ ଦ୍ୱାରେ ଦଣ୍ଡାୟମାନ, ବନ୍ଦୀ ରାଜକୁମାର କେବଳ ଯେ ମହାରାଜ ଖାରବେଳଙ୍କ ପୁତ୍ର ବିପତ୍‌ସେନ, ଏହି ରହସ୍ୟ ଭେଦ କରିବାମାତ୍ରେ ମାଳବରାଜ ଏକାବେଳକେ ବିସ୍ମୟାନନ୍ଦ-ରସ-ସାଗର ଅଭିଭୂତ ହୋଇ କନ୍ୟା ଜାମାତା ଉଭୟଙ୍କର ବିବାହ ଅବିଳମ୍ବେ ସମ୍ପାଦନ କରି ତାଙ୍କ ହସ୍ତରେ ରାଜ୍ୟ ଭାର ସମର୍ପଣ କଲେ; ତୁରନ୍ତ ଅନୁସନ୍ଧାନ ପରେ ମହାରାଣୀଙ୍କର ଓ ନବଜାତ ଶିଶୁର ସାକ୍ଷାତ୍‌କାର ଲାଭ କରି ଉଭୟ ରାଜଦମ୍ପତି ବାନପ୍ରସ୍ଥାଚରଣରେ ପ୍ରବୃତ୍ତ ହେଲେ ।

 

ଜୈନଧର୍ମ ପରୀକ୍ଷା

 

ଜଣେ ସନ୍ତାପିତ ଗୃହସ୍ଥ ଜଣେ ଜୈନ ସନ୍ନ୍ୟାସୀଙ୍କୁ ଦେଖି ପ୍ରଣାମ କରି ନିଜର ଦୁଃଖ ଜଣାଇଲା ଏବଂ ଶେଷରେ କହିଲା, ପ୍ରଭୁ ସଂସାରରେ ଦୁଃଖତ ଚାରିଆଡ଼େ ଭର୍ତ୍ତି, ସେଥିରେ ସୁଖର ପରିମାଣ କେତେ ? ତାକୁ ସନ୍ନ୍ୟାସୀ କହିଲେ ବତ୍ସ, ବୁଝାଇ ଦେଉଛି ଶୁଣ । ଦିନେ ବାଟୋଇ ଟିଏ ବାଟରେ ଯାଉଁ ଯାଉଁ ଗୋଟିଏ କୂପରେ ପଡ଼ିଗଲା ।

 

ସେହି କୂପ ନିକଟସ୍ଥ ବୃକ୍ଷର ଚେର କୂପ ମଧ୍ୟକୁ ଯାଇଥିବାରୁ ସେହି ଚେରରେ ପଥିକଟି ଲଟକି ରହି ଦେଖିଲା ଯେ, ଯମରାଜଙ୍କ ଦଣ୍ଡ ସଦୃଶ ଗୋଟିଏ ଅଜଗର ସର୍ପ ତହିଁରେ ରହିଅଛି ଓ ସେହି କୂପର ଚାରି କୋଣରେ ଆହୁରି ଚାରିପଟେ ସର୍ପ ରହିଛନ୍ତି । ଆଉ ମଧ୍ୟ ପଥିକଟି ଉପରକୁ ଅନାଇ ଦେଖିଲା ଯେ, ଲଟକିଥିବା ବୃକ୍ଷର ଚେରକୁ ଦୁଇଟି ଶୁକ୍ଳ ଓ କୃଷ୍ଣ ବର୍ଣ୍ଣର ମୂଷା କାଟୁଅଛନ୍ତି । ସେହି ହସ୍ତୀ ଅତିଶୟ କ୍ରୋଧାନ୍ୱିତ ହୋଇ ସେଇ ବୃକ୍ଷକୁ ଉପାଡ଼ିବା ନିମିତ୍ତ ପ୍ରବଳ ଭାବରେ ହଲାଇବାରୁ ବୃକ୍ଷରେ ବସା ବାନ୍ଧଇଥିବା ମହୁମାଛିଗୁଡ଼ିକ ପଥିକ ଉପରେ ପଡ଼ି ତାହାକୁ–ଦଂଶନ କରିବାକୁ ଲାଗିଲେ ଓ ସେହି ସମୟରେ ଉପରୁ ମଧୁ ବିନ୍ଦୁଟିଏ ପଥିକର ଓଷ୍ଠରେ ପଡ଼ିଥିଲା । ସେ ଏ ସମସ୍ତ ଦୁଃଖ ଯନ୍ତ୍ରଣାକୁ ଗଣନା ନକରି ମଧୁ ବିନ୍ଦୁର ଆସ୍ୱାଦନ ଲାଭ କରି ନିଜକୁ ମହା ସୁଖୀ ମନେକଲା ଏବଂ ସମସ୍ତ ଦୁଃଖ କଷ୍ଟ ଭୁଲିଯାଇ ସେହି ମଧୁ ବିନ୍ଦୁର ଲୋଭରେ ଊର୍ଦ୍ଧ୍ୱକୁ ମୁଖ ଟେକି ରହିଲା । ଏହି ସମୟରେ ପଥିକଟି ଯେତେ ସୁଖ ଦୁଃଖ ଅନୁଭବ କଲା ସଂସାର ମଧ୍ୟରେ ସେତିକି ଦୁଃଖ ସୁଖ ବୋଲି ଜାଣିବ । ପ୍ରକୃତରେ ଏହି ସଂସାରରେ ଭ୍ରମଣ କରୁଥିବା ଜୀବମାନଙ୍କର ସୁଖ ଓ ଦୁଃଖକୁ ବିଭାଗ କରିବାକୁ ଗଲେ ଦୁଃଖ ମେରୁ ସଦୃଶ ଓ ସୁଖ ସୋରିଷ ସଦୃଶ ଅଟେ । ସଂସାର କୂପ ସଦୃଶ ଅଟେ । ଚାରିଟି ସର୍ପ ଚାରି ଗତି ଅଟନ୍ତି (ଦେବଗତି, ମନୁଷ୍ୟଗତି, ତୀର୍ଯ୍ୟକ୍‌ଗତି ଓ ନରକଗତି) । ଅଜଗର ସର୍ପ ନିଗୋଦମଣ୍ଡଳ ଅଟେ । (ଯେଉଁଠାରେ ଜୀବମାନେ ପୂରି ରହିଛନ୍ତି ଓ ଏକ ଶ୍ୱାସ ପ୍ରଶ୍ୱାସରେ ଅଠରବାର ଜନ୍ମ ଓ ମୃତ୍ୟୁ ପାପ୍ତ ହୁଅନ୍ତି ତାହାକୁ, ନିଗୋଦମଣ୍ଡଳ କୁହାଯାଏ-।) ବୃକ୍ଷର ଚେର ଆୟୁ ସଦୃଶ ଅଟେ । ଶୁକ୍ଳ ଓ କୃଷ୍ଣବର୍ଣ୍ଣର ମୂଷିକ ଦ୍ୱୟ ଦିବସ ଓ ରାତ୍ରି ସଦୃଶ ଆୟୁର କ୍ଷୟକରୀ ଅଟନ୍ତି । ହସ୍ତୀ ଯମରାଜ ସଦୃଶ ଓ ମହୁମାଛିମାନେ କୁଟୁମ୍ବ ସଦୃଶ ଅଟନ୍ତି-। ପଥିକ ଗୋଟିଏ ଜୀବ ଅଟେ । ମଧୁ ବିନ୍ଦୁଟି ଇନ୍ଦ୍ରିୟଜନିତ ସୁଖ ଲାଭ ଅଟେ । ଏପରି ସଂସାରର ଜୀବ ସୁଖ ଓ ଦୁଃଖ ଭୋଗ କରୁଅଛି । ଏହି କାରଣରୁ ସଂସାରକୁ ତ୍ୟାଗ କରିବାପାଇଁ ସର୍ବଦା ଉଦ୍‌ଯୋଗ କରିବା ଉଚିତ । ଯେଉଁ ମୂର୍ଖ ଲୋକ ଅଳ୍ପ ମାତ୍ର ସୁଖପାଇଁ ସର୍ବଦା ବିଷୟ ସୁଖରେ ଆସକ୍ତ ଥାଏ, ସେ ଶୀତ ବାଧାକୁ ଦୂର କରିବା ନିମନ୍ତେ ବିଜୁଳି ଅଗ୍ନିରେ ପଡ଼ିବା ପରି ଅବସ୍ଥାକୁ ପ୍ରାପ୍ତ ହୁଏ । ତେଣୁ ଧର୍ମକୁ ରକ୍ଷା କରି ପ୍ରାଣୀମାନେ ବିଷୟ ସୁଖ ଭୋଗ କରିବା ଉଚିତ । ଯେପରି ବୃକ୍ଷରୁ ଫଳ ଭଲ ହୁଏ ସେପରି ବୃକ୍ଷକୁ ରକ୍ଷା କରି ଫଳ ଲାଭ କରିବା ଉଚିତ । ପାପରୁ ଦୁଃଖ ଉତ୍ପନ୍ନ ହୁଏ ବୋଲି ଭାବି ସଜ୍ଜ୍ନନମାନେ ପାପକାର୍ଯ୍ୟରୁ ବିରତ ହୁଅନ୍ତି । ଅଗ୍ନିରୁ ଦାହ ଉତ୍ପନ୍ନ ହୁଏ, ଏହି କଥା ଜାଣିଥିବା ଲୋକେ ଅଗ୍ନିରେ ପଡ଼ିବାକୁ ଇଚ୍ଛା କଦାପି କରନ୍ତି ନାହିଁ ।

 

ଜୈନଧର୍ମ

 

ଜୈନଧର୍ମ ଅହିଂସା ମାର୍ଗର ଧର୍ମ । ମହାବୀର ଏହି ଧର୍ମର ଜଣେ ପ୍ରଧାନ ସାଧୁ ଅଟନ୍ତି-। ଋଷଭଦେବ ହେଉଛନ୍ତି ଜୈନଧର୍ମର ଆଦି ତୀର୍ଥଙ୍କର । ପାର୍ଶ୍ୱନାଥ, ଜୈନଧର୍ମର ୨୪ଶ ତୀର୍ଥଙ୍କର ଭିତରୁ ତ୍ରୟ ବିଂଶତି ତୀର୍ଥଙ୍କର ଅଟନ୍ତି । ସେହି ମହାବୀରଙ୍କ ଅଢେଇଶ ବର୍ଷ ପୂର୍ବେ କାଶୀନଗରରେ ଜନ୍ମ ଗ୍ରହଣ କରିଥିଲେ । ଏହି ଜୈନଧର୍ମର କୁନ୍ଥୁନାଥ ହେଉଛନ୍ତି ସପ୍ତଦଶ ତୀର୍ଥଙ୍କର ।

 

ଜୈନଧର୍ମରେ ମହାବୀରଙ୍କ ସମୟରେ ଯେଉଁ ସବୁ ସାହିତ୍ୟ ଥିଲା, ତାହା ଏକତ୍ର କରି ଦ୍ୱାଦଶ ଅଙ୍ଗରେ ବିଭକ୍ତ କରାଯାଇଛି ! ଏହା ପୂର୍ବରୁ ଯେଉଁ ସବୁ ସାହିତ୍ୟ ଥିଲା ତାହାର ନାମ ପୂର୍ବାନନ୍ଦୀ । ସୂତ୍ରରେ ଚଉଦ ପୂର୍ବର କଥା ଉଲ୍ଲେଖ ଅଛି । ଏହି ପୂର୍ବ ଶବ୍ଦ ସାଙ୍ଗରେ ପ୍ରକାଦ ଶବ୍ଦ ଯୁକ୍ତ ହୋଇଥାଏ । ଏହି ସବୁ ସଂସ୍କୃତର ଲେଖା, ଅର୍ଦ୍ଧମାଗଧୀରେ ନୁହେଁ । ‘ବିଶେଷାବଶ୍ୟକ’ ଭାଷ୍ୟରେ କୁହାଯାଇଛି ଯେ, ଅଙ୍ଗଗୁଡ଼ିକ ପୂର୍ବ ଗ୍ରନ୍ଥରୁ ସାଧାରଣ ଲୋକଙ୍କପାଇଁ ରଚିତ ହୋଇଥିଲା-

 

ମହାବୀର ସର୍ବସାଧାରଣଙ୍କପାଇଁ ଜୈନ୍ୟଧର୍ମର ତଥ୍ୟଗୁଡ଼ିକ ପ୍ରକାଶ କରିଥିଲେ ଏ ସେମାନଙ୍କର ବୁଝିବାପାଇଁ ସ୍ଥାନୀୟ ଭାଷାମାନଙ୍କରେ ସେ ସବୁ ପ୍ରକାଶ କରିଥିଲେ । ମହାବୀର, ଜୈନଧର୍ମକୁ କିପରି ଜୀବନରେ ପାଳନ କରିବାକୁ ହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ । ବର୍ତ୍ତମାନ ଜୈନଧର୍ମର ଆଗମରେ ଦୁଇଟି ପ୍ରଧାନ ବିଭାଗ ଅଛି । ତାହା ହେଉଛି ଶ୍ରୁତପୁରୁଷ ଓ ଅଙ୍ଗ ପବିତ୍ର । ବୌଦ୍ଧଧର୍ମ ପରି ଜୈନ ଧର୍ମରେ, ଧର୍ମ ବଚନମାତ୍ର ଏକତ୍ର କରିବାପାଇଁ ତିନୋଟି ସଭା ହୋଇଥିଲା । ଏହି ସଭାକୁ ଜୈନଧର୍ମରେ ବଚନ କୁହାଯାଏ । ପ୍ରଥମ ବଚନ ପାଟନାରେ ମହାବୀରଙ୍କ ମୃତ୍ୟୁର ୧୭୦ ବର୍ଷ ପରେ ସଙ୍କଳିତ ହୋଇଥିଲା । ଦ୍ୱିତୀୟଟି ମହାବୀରଙ୍କ ମୃତ୍ୟୁର ୬୦୯ ବର୍ଷ ପରେ ମଥୁରାଠାରେ ହୋଇଥିଲା । ତୃତୀୟଟି ବହ୍ଲଭୀଠାରେ ଗୁଜୁରାଟରେ ମହାବୀରଙ୍କ ମୃତ୍ୟୁର ୯୯୨ ବର୍ଷ ପରେ ବସିଥିଲା । ଏହି ବଚନମାନଙ୍କରୁ ଜଣାଯାଏ ଯେ, ଜୈନଧର୍ମ ଆସ୍ତେ ଆସ୍ତେ ମଗଧରୁ ଉତ୍ତର ପ୍ରଦେଶକୁ ଏବଂ ଉତ୍ତର ପ୍ରଦେଶରୁ ଗୁଜୁରାଟକୁ ଯାଇଥିଲା । ଆଜି ଗୁଜୁରାଟ ଓ ରାଜସ୍ଥାନ, ଜୈନ୍ୟଧର୍ମର ପ୍ରଧାନ କେନ୍ଦ୍ର ହୋଇ ରହିଛି । ଏହି ସବୁ ବଚନକୁ ଦେବର୍ଧିବାଣୀ ତାଙ୍କର ନନ୍ଦୀସୂତ୍ରରେ ଉଳ୍ଲେଖ କରିଛନ୍ତି । ବର୍ତ୍ତମାନ ଯାହା ମିଳୁଛି ସେ ସବୁ ଏଗାର ଅଙ୍ଗ, ଦ୍ୱାଦଶ ଉପାଙ୍ଗ, ଛଅଛେଦ ସୂତ୍ର, ଦୁଇ ଅଧିକା (Supplementaries) ଏବଂ ଦଶ ଅନ୍ୟାନ୍ୟ ଗ୍ରନ୍ଥ ।

 

ଜୈନଧର୍ମର ସମସ୍ତ ଗନ୍ଥଗୁଡ଼ିକ ପୁଣି ଚାରି ଭାଗର ବିଭକ୍ତ କରାଯାଇ ପାରେ । ପ୍ରଥମ ଦ୍ରବ୍ୟାନୁଯୋଗ । ଏହା ହେଉଛି (Metaphysics) ବା ଅଧ୍ୟାତ୍ମ୍ୟ ବିଦ୍ୟା । ଦୁଇ-ଗଣିତାନୁଯୋଗ, ଅର୍ଥାତ୍‍ ଗଣିତ ଶାସ୍ତ୍ର । ତିନି–ଚରଣକରଣାନୁଯୋଗ ଅର୍ଥାତ୍ ଆଚରଣ ନୀତି । ଚତୁର୍ଥ–ଧର୍ମକଥାନୁଯୋଗ ଅର୍ଥାତ୍‍ ସାଧୁ ଲୋକମାନଙ୍କର ଜୀବନୀ ଏବଂ ହିତୋପଦେଶ ।

 

ଶ୍ରୀ ରାଜେନ୍ଦ୍ର ଜଣେ ଜୈନଯୋଗୀ ଥିଲେ । ଗାନ୍ଧିଜୀ, ତାଙ୍କୁ ତାଙ୍କର ଗୁରୁ ବୋଲି ମଣିଥିଲେ । ସେ କହନ୍ତି ଯେ, ମନରେ ସନ୍ଦେହ ହେଲେ ଅଧ୍ୟାତ୍ମ୍ୟ ଶାସ୍ତ୍ରର ଆଲୋଚନା କରିବ । ଦୁଇ - ଦୁଇଅଳସୁଆ ହେଇଗଲେ ଧର୍ମ ବା ନୀତି ଶାସ୍ତ୍ରର ଆଲୋଚନା କରିବ । ତିନି–ମନ ବିଚଳିତ ହେଲେ ସାଧୁ ଜୀବନୀ ଆଲୋଚନା କରିବ । ଚାରି–ଯେତେବେଳେ କିଛି କାମ କରିବାକୁ ମନ ହେଉ ନଥିବ, ସେତେବେଳେ ଶାସ୍ତ୍ର ଆଲୋଚନା କରିବ ।

 

ମହାବୀର କହନ୍ତି ତୁମ ନିଜ ଭିତରେ ଶକ୍ତି ଏତେ ଅଛି ଯେ, ଅପର କାହାରି ସାହାଯ୍ୟ ଲେଡ଼ା ନାହିଁ । ଅନେକ ଦେବଦେବୀଙ୍କର ଆଶ୍ରୟ ଲୋଡ଼ା ନାହିଁ ।

 

ହତ୍ୟାର ଉପରକୁ ଉଠ ଏବଂ ମୟା ମମତାକୁ ଏଡ଼ାଅ ।

 

ବହୁ ଶତାବ୍ଦୀ ତଳର କଥା, କେତେ ଶତାବ୍ଦୀ କହି ହେବ ନାହିଁ ଠିକକରି, ହୁଏତ ସେତେବେଳେ ହିମାଳୟର ଜନ୍ମ ହୋଇଛି କି ହୋଇ ନାହିଁ, ଯାହା ହେଉ ସେ ସମୟରେ ଲୋକେ ଅଳସୁଆ ହୋଇ ଯାଇଥିଲେ, ଚାଷବାସ ଭୁଲି ଯାଇଥିଲେ । କିନ୍ତୁ ବ୍ୟବସାୟ ବାଣିଜ୍ୟ ଜାଣି ନଥିଲେ ବା କରୁ ନଥିଲେ । ଆଖୁ ତାଙ୍କ ବଂଶର ଚାଷ । ସେହି ଇକ୍ଷ୍ୱାକୁ ବଂଶର ଋଷଭଦେବଙ୍କ ଶତ ପୁତ୍ର ଥିଲେ । ସେମାନଙ୍କୁ ସେ ସବୁ ବିଦ୍ୟା ଶିଖାଇଥିଲେ; ଚାଷବାସ, କମାର କାମ, ବଢ଼େଇ କାମ, କୁମ୍ଭାର କାମ ଇତ୍ୟାଦି ।

 

ତା'ପରେ ଏହିମାନଙ୍କୁ ଧର୍ମୋପଦେଶ ମଧ୍ୟ ଦେଲେ । ଋଷଭଙ୍କର ଶତ ପୁତ୍ର ଥିଲେ । ସେତେବେଳେ ବହୁ ବିବାହ ଅବଶ୍ୟ ଥିବ । ଯାହାଥିଲେ, ସେହି ଶତ ପୁତ୍ରଙ୍କ ଭିତରୁ ୧୦ ଜଣଙ୍କୁ ବାଛି ଋଷଭ ଧର୍ମଦୀକ୍ଷା ଦେଲେ । ସେମାନେ ଧର୍ମର କଥା, ନୀତିର କଥା ସବୁ ଶୁଣିଲେ ଏବଂ ସେହି ସବୁ ଜୀବନରେ ପାଳନ କରିବାକୁ ଚେଷ୍ଟା କଲେ ।

 

ଏହି ଦଶ ପୁତ୍ରଙ୍କ ମଧ୍ୟରୁ ଭରତ ଜଣେ ଥିଲେ । ତାଙ୍କରି ନାମାନୁସାରେ ଭାରତବର୍ଷ ହୋଇଛି ବୋଲି କେହି କେହି କହନ୍ତି ।

 

ଯାହା ହେଉ ନୀତି ଉପଦେଶଗୁଡ଼ିକ ଧର୍ମ ଜୀବନର ମୂଳ ହେଲା ।

 

ହିଂସା କରିବ ନାହିଁ, ଦୟା ଧର୍ମ କରିବ, ପରର ଉପକାର କରିବ ଇତ୍ୟାଦି କଥା ଋଷଭ ସେମାନଙ୍କର ଦଶ ପୁତ୍ରଙ୍କୁ ଶିକ୍ଷା ଦେଲେ । ଏହିଠାରୁ ଜୈନଧର୍ମର ଆରମ୍ଭ ବୋଲି କହନ୍ତି । ଅଲେଖ ଧର୍ମର ଆରମ୍ଭ ମଧ୍ୟ ଏହିଠାରୁ । ବୈଦିକ ଧର୍ମର ମୂଳ ମଧ୍ୟ ଏହା ।

 

ପ୍ରାଣୀହିଂସା କରିବ ନାହିଁ, ଚୋରୀ କରିବ ନାହିଁ, ମିଥ୍ୟା କହିବ ନାହିଁ, ନୀତି ପଥରେ ବିଚରଣ କରିବ, ଏହି ସବୁ କଥା ସେହିଦିନଠୁ ଆରମ୍ଭ । ଋଷଭଦେବ ଜୈନଧର୍ମର ଆଦି ତୀର୍ଥଙ୍କର-

 

ଜୈନଧର୍ମର ଈଶ୍ୱର କଳ୍ପନା ନାହିଁ । ସେଥିରେ ଅଛି ମନୁଷ୍ୟ । ଏହି ମନୁଷ୍ୟ ଦେବତା ହୁଏ ନିଜର ଚରିତ୍ରଦ୍ୱାରା । ସତକାର୍ଯ୍ୟ, ସତ୍‍ଭାବନା, ସତବ୍ୟବହାର ଜୈନଧର୍ମର ମୂଳ କଥା; ଜୈନଧର୍ମରେ ମନୁଷ୍ୟକୁ ଦେବତା କରାଯାଇଛି । କିନ୍ତୁ ମନୁଷ୍ୟଠାରୁ ଶିକ୍ଷା କରିବାର, ଗୁଣ ଅର୍ଜନ କରିବାର କଥା କୁହାଯାଇଛି ! ଅତଏବ ମଣିଷ ବଡ଼ ।

 

ପରେ ଏହି ମଣିଷସବୁ ଆପଣା ଗୁଣରେ ଦେବତା ଆସନରେ ବସିଲେ, ତୀର୍ଥଙ୍କର ହେଲେ । ଜିନ ଅର୍ଥାତ୍ ଯେ ଅପଣାକୁ ଜୟ କରି ପାରିଛି ସେହି ତୀଥଙ୍କର ଅର୍ଥାତ୍ ବାଟ ପାଇଛନ୍ତି ଓ ବାଟ ଦେଖାଇଛନ୍ତି । ଜୈନଧର୍ମର ପୂଜାରେ ଅଛି–

 

‘‘ନମୋ ଅରହ ନ୍ତାନଂ,

ନମୋ ସର୍ବସିଦ୍ଧାନ ଇତ୍ୟାଦି ।’’

 

ଅର୍ଥାତ୍ ଯେଉଁମାନେ ଅର୍ହତ ବା ଯୋଗ୍ୟ ସେମାନଙ୍କୁ ନମସ୍କାର, ଯେଉଁମାନେ ସିଦ୍ଧ ସେମାନଙ୍କୁ ନମସ୍କାର ।

 

ଆସିଲେ ମହାବୀର, ତାଙ୍କ ପୂର୍ବରୁ ପାର୍ଶ୍ୱନାଥ । ଏହି ମହାବୀର ଓ ପାର୍ଶ୍ୱନାଥ ଓଡ଼ିଶାର ଖଣ୍ଡଗିରିକୁ ମୂଳକେନ୍ଦ୍ର କରି ରହିଥିଲେ ଏବଂ ଜୈନଧର୍ମ ଭାରତର ଚାରିଆଡ଼େ ପ୍ରଚାର କରିଥିଲେ । ଖାରବେଳ ଓଡ଼ିଶାର ରାଜା ଥିଲେ । ସେ ଆଜକୁ ଦୁଇ ହଜାର ବର୍ଷ ପୂର୍ବେ ଜୈନଧର୍ମ ଗ୍ରହଣ କରିଥିଲେ । ସେ ୩୭ ବର୍ଷ ବୟସ ମଧ୍ୟରେ ସମଗ୍ର ଭାରତକୁ କରାୟତ୍ତ କରି ପାରିଥିଲେ । ତା’ପରେ ସେ ସନ୍ନ୍ୟାସୀ ହୋଇଗଲେ । ସେ ଖଣ୍ଡଗିରିରେ ରହିଲେ । ତାଙ୍କ ରାଣୀ ମଧ୍ୟ ସେହିଠାରେ ସନ୍ନ୍ୟାସିନୀ ହୋଇ ରହିଲେ । ଅଶୋକ ଏହିଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ । ଧନ୍ୟ ଏ ଦେଶ ‘‘କଳିଙ୍ଗ ଦେଶ’’ । ଏହି ଖଣ୍ଡଗିରି ପାହାଡ଼ରେ ନାନା ସାଧୁ ସନ୍ନ୍ୟାସୀ ଜୈନ୍ୟଧର୍ମର ଜୈନ ସନ୍ୟାସୀ ବାସ କରୁଥିଲେ । ବାହ୍ମଣ୍ୟ ଧର୍ମର ସନ୍ନାସୀ, ହିନ୍ଦୁ ସନ୍ନ୍ୟାସୀ, ଜୈନଧର୍ମର ଜୈନ ସନ୍ନ୍ୟାସୀ ଏବଂ ଅନ୍ୟାନ୍ୟ ଧର୍ମପ୍ରାଣ ବ୍ୟକ୍ତି ଏହିଠାରେ ବାସ କରୁଥିଲେ । ଶେଷ ଦିନେ ଏହିଠାରେ ଧର୍ମରେ କଟାଇଥିଲେ । କହନ୍ତି, ଆଜି ସୁଦ୍ଧା ସେହି ଖଣ୍ଡଗିରିରେ ନିଶୀଥ ପ୍ରହରରେ ଘଣ୍ଟାଧ୍ୱନି ଶୁଣାଯାଏ । ସଠି ଅମର ସାଧୁ ମାନଙ୍କର ପଦଚିହ୍ନ ପଡ଼ି ରହିଲା ପରି ସେମାନଙ୍କର ଘଣ୍ଟାର ଶବ୍ଦ ମଧ୍ୟ ଶୁଭେ । ହେଇ ମନୁଷ୍ୟ ଆସୁଛନ୍ତି, ଜୈନ ସନ୍ନ୍ୟାସୀମାନେ ଧୀର ସ୍ଥିରରେ ବାଟ ଚାଲୁଛନ୍ତି, ନମ୍ର ଭାବରେ କଥା କହୁଛନ୍ତି । ପବିତ୍ର ଜୀବନ ଏହାଙ୍କର । ସେହି ଦୟା ନଦୀ ସେମାନଙ୍କୁ ଉଦ୍‍ବୁଦ୍ଧ କରିଥିଲା, ସେହି ଭାର୍ଗବୀ ନଦୀ ।

 

ଆମେ କ’ଣ କିଛି ପ୍ରେରଣା ପାଇ ପାରୁନାହୁଁ ସେମାନଙ୍କଠାରୁ ? ଏହି ଦେଶ, ସେହି ଶିଶୁପାଳଗଡ଼, ଖାରବେଳଙ୍କର ? ବୋଧହୁଏ ଖାରବେଳଙ୍କର ।

 

ଆସ ଆଉଥରେ ବଡ଼ ହୁଅ ।

 

ଜୈନଧର୍ମ ଉତ୍କଳରେ ଖୁବ୍‍ ବିସ୍ତୃତି ଲାଭ କରିଥିଲା । ଓଡ଼ିଶାର ସବୁ ଶ୍ରେଣୀର ଲୋକ ଜୈନଧର୍ମାବଲମ୍ବୀ ଥିଲେ । ସେଇଥିପାଇଁ ଉତ୍କଳରେ ସବୁ ଜାତି ମଧ୍ୟର ସାହୁ ସାଇଙ୍ଗା ମିଳେ ! ସାହୁ ବା ସାହୁ ମହାଜନ ଅର୍ଥାତ୍‍ ବ୍ୟବସାୟୀ–ଏହାଇ ହେଲା ଜୈନଧର୍ମର ମୂଳ କଥା । କାରଣ ଜୈନମାନେ କୃଷି କର୍ମକୁ ଯିବେ ନାହିଁ । କାରଣ ତଦ୍ଦ୍ୱାରା ଅନେକ ଜୀବଜନ୍ତୁ ହାନି ହେବ । ସେଥିପାଇଁ ବ୍ୟବସାୟ । ବ୍ୟବସାୟଦ୍ୱାରା ଜୀବଜନ୍ତୁର ହାନି ଆଶଙ୍କା ନାହିଁ ।

 

ଏ’ତ ଗଲା ଗୋଟିଏ ଦିଗ । ଅନ୍ୟ ଦଗଟି ହେଉଛି ବ୍ୟବସାୟ ବାଣିଜ୍ୟ କରିବାପାଇଁ ଓଡ଼ିଶା ସୁପ୍ରସିଦ୍ଧ, କାରଣ ତା’ର ନଦନଦୀ, ତା’ର ସାଗରକୁ ଯିବାର ସୁବିଧା, ପୁରୀର ସମୁଦ୍ର, ବାଲେଶ୍ୱରର ସମୁଦ୍ର, କଟକର ସମୁଦ୍ର, ଗଞ୍ଜାମର ସମୁଦ୍ର–ସବୁତ ତା’ର ଅନୁକୂଳ । ସେଇଥିପାଇଁ ଆମର ଏଠି ‘‘ତ’ ପୋଇ’’ ଇତ୍ୟାଦି ଗଳ୍ପର ପ୍ରାବଲ୍ୟ ।

 

ଏହାଛଡ଼ା ବ୍ୟବସାୟ ବାଣିଜ୍ୟ ଯୋଗୁଁ ଓଡ଼ିଶାରେ ବଣିକ ସମ୍ପ୍ରଦାୟ ବେଶୀ ହେଲେ । ସବୁ ଜାତିର ଲୋକ ବ୍ୟବସାୟ ବାଣିଜ୍ୟ କରିବାକୁ ଲାଗିଲେ । ସେଥିପାଇଁ ଏମାନେ ହେଲେ ସାହୁ ମହାଜନ । ଆଉ ଏହି ସାହୁ ଉପାଧିଟା ଜୈନ ଉପାଧି । ସାହୁ ଅର୍ଥାତ୍ ସାଧୁ । ସତ୍ୟତାଦ୍ୱାରା ଏମାନେ ଜୀବନଯାପନ କରନ୍ତି, କହାରି ସଙ୍ଗରେ କଳିଗୋଳ କରନ୍ତି ନାହିଁ ।

 

ସେଥିପାଇଁ ଏହି ସାହୁ ଉପାଧି ଓଡ଼ିଶାର ସବୁ ଜାତି ମଧ୍ୟରେ ଅଛି । ଗଉଡ଼, ଗୁଡ଼ିଆ, ବ୍ରାହ୍ମଣ, ତେଲି, ଚଷା ପ୍ରାୟ ସବୁ ଶ୍ରେଣୀର ଲୋକ ବାଣିଜ୍ୟ କରୁଥିଲେ । ଏହାହିଁ ହେଲା ଓଡ଼ିଶାର ବିଶେଷତ୍ୱ ।

 

ଆଜି ହୁଏତ କାଳକ୍ରମରେ ସେ ଜାହାଜ ଭାଙ୍ଗିଗଲା, ବାଲେଶ୍ୱର ବନ୍ଦର ତୁଟିଗଲା, ଆଉ ଅନେକ ବନ୍ଦର ହଟିଗଲା, ସମୁଦ୍ରରେ ଚଡ଼ା ପଡ଼ିଗଲା । କିନ୍ତୁ ତଥାପି ଏବେବି ଓଡ଼ିଶାର ଅନେକ ବନ୍ଦରକୁ ପୁନରୁଜ୍ଜୀବିତ କରିବାପାଇଁ ଚେଷ୍ଟା ଚାଲିଛି ।

 

ଜୈନଧର୍ମ ଅହିଂସା ପ୍ରଧାନ । ସେଥିପାଇଁ ଓଡ଼ିଶାରେ ଲୁଗା ତିଆରି କାମ ଖୁବ ଚାଲିଥିଲା । ସରୁ ସୂତାରେ ଲୁଗାବୁଣା ଚାଲିଥିଲା । ଯେଉଁମାନେ ଏହି ସରୁ ସୂତାରେ ଲୁଗା ବୁଣୁଥିଲେ, ସେମାନେ ସବୁ ଜୈନ ଥିଲେ । ବଡ଼ ନିଷ୍ଠାର ସେମାନେ ରହୁଥିଲେ । କାହାରି ହାତର ରୋଷେଇ ଖାଇବେ ନାହିଁ ! ନିଜେ ରୋଷେଇ କରିବେ, ବଡ଼ ନିଷ୍ଠାର ରହିବେ । ଓଡ଼ିଶା ଏକ ସମୟରେ ସରୁ ଲୁଗାପାଇଁ ଅତି ପ୍ରସିଦ୍ଧ ଥିଲା ବାଲେଶ୍ୱରର ମାଖଲାପୁର ତନ୍ତୀଙ୍କ ଏ ଦିଗରେ ସୁଖ୍ୟାତି ଥିଲା ।

 

ଗୋଟିଏ କଥା ମୁଁ ଭାବୁଛି, ସେ ସମୟରେ ଓଡ଼ିଶାରେ କପା ଚାଷ ଖୁବ୍ ହେଉଥିବ, ଆଉ ସରୁ ସୂତା ଉପଯୋଗୀ କପା ଲଗା ଯାଉଥିବ, ଓଡ଼ିଶାର ଜମି ମଧ୍ୟ କପାପାଇଁ ଉପଯୋଗୀ ଥିବ । ଏହି ଦିଗରେ ଅନୁସନ୍ଧାନ କରି ଆମେ ଓଡ଼ିଶାରେ କପା ଚାଷ ବେଶୀ କରି ପାରିବୁ । ତାହାହେଲେ ଆଉ ଏତେ ବେଶୀ ଧାନ କରି ସେ ଧାନକୁ ବିକି, ଅଳ୍ପ ଟଙ୍କା ପାଇ ଦୁଃଖରେ ରହିବୁ ନାହିଁ । କପା ବିକିବାଦ୍ୱାରା ବେଶୀ ପଇସା ହେବ, ବେଶୀ ଶାନ୍ତି ଆସିବ । ଆମର ଚଳିବା ମାଫିକ ଧାନ ଆମେ କରିବୁ । ଏହି Self sufficiency ଦିଗରେ ଆମର ଚେଷ୍ଟା କରିବା ଦରକାର ।

 

ଜୈନଧର୍ମର ମୂଳ କଥା - ବିବାଦ ବିସମ୍ବାଦ ଭିତରେ ଆମେ ଯିବୁ ନାହିଁ । ଅମର Self sufficiency ବା ଆତ୍ମ ପ୍ରୟୋଜନ ଯେତିକି, ସେତିକି ଶସ୍ୟ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଉତ୍ପାଦନ ଓ ପ୍ରସ୍ତୁତ କରି ଆମେ ବ୍ୟବହାର କଲେ ବହୁ ଶାନ୍ତିରେ ଆମେ ରହି ପାରିବୁ । ଶାନ୍ତିରେ ରହିପାରିଲେ ଆମର ଚାରିତ୍ର୍ୟ ମଧ୍ୟ ଠିକ୍‍ ରହିବ ।

 

ଜୈନଧର୍ମର ଆଉ ଗୋଟିଏ କଥା–ଶାନ୍ତିରେ ରହି ଆମେ ଜ୍ଞାନାର୍ଜ୍ଜନ କରିବୁ । ସେଥିପାଇଁ ଜୈନମାନଙ୍କ ଲିଖିତ ଗ୍ରନ୍ଥ ଖୁବ୍ ପ୍ରଚୁର। ଏହି ପ୍ରୟୋଗ ବିଜ୍ଞାନ, ଜୀବନକୁ ଶାନ୍ତିରେ ଚଳେଇବାର ସୂତ୍ର ଜୈନମାନଙ୍କୁ ଭଲ ଜଣାଥିଲା ।

 

ଏହି ଭୂମିରେ ଓଡ଼ିଶାରେ, ସେଥିପାଇଁ ଖାରବେଳ ଦିଗ୍‍ବିଜୟ କରି ସାରି ସନ୍ନ୍ୟାସୀ ହୋଇଥିଲେ ଏବଂ ଖଣ୍ଡଗିରି ଗୁମ୍ଫାରେ ରହିଥିଲେ । ଏଥିପାଇଁ ଅଶୋକ ଏଠାରେ କଳିଙ୍ଗ ବିଜୟର ରକ୍ତପାତ ପରେ ଅନୁତପ୍ତ ହୋଇ ସନ୍ନ୍ୟାସୀ ହେଲେ ଏବଂ ନିଜର ପୁତ୍ର କନ୍ୟାକୁ ଅହିଂସା ଧର୍ମର ପ୍ରଚାରରେ ଲଗାଇଲେ । ଏହି ବୌଦ୍ଧଧର୍ମ ଜୈନଧର୍ମର ପରିବର୍ତ୍ତିତ ଆକାର । ଏଠାରେ ଜୈନଧର୍ମର ଅତି କଠୋରତା ନାହିଁ । ମହାବୀର ଏବଂ ବୁଦ୍ଧ ଏକ ସମୟରେ ଜୀବିତ ଥିଲେ–କିନ୍ତୁ ମହାବୀର ବୁଦ୍ଧଙ୍କଠାରୁ ବଡ଼, ତାଙ୍କ ଅନ୍ତେ ବୁଦ୍ଧ ଆସିଲେ । କରୁଣା ମୈତ୍ରୀର ପ୍ରଚାର ଚାଲିଲା । ଜୈନଧର୍ମର ନିଷ୍ଠା ଓ କାଷ୍ଠାକୁ ବୌଦ୍ଧଧର୍ମରେ ମୈତ୍ରୀ ଓ ଲୋକକଲ୍ୟାଣରେ ନିୟୋଜିତ କରାଗଲା-

 

ସେଥିପାଇଁ ଏହି ଉତ୍କଳ ଭୂଇଁରେ ଜନ୍ନାଥଙ୍କର ଆବିର୍ଭାବ, ସ୍ଥାପନା । ଜଗନ୍ନାଥ କିଏ ? ସେ ଜଗତର ନାଥ, ଜଗନ୍ନାଥ । ସେ ନିଜେ କର୍ମପାରାବାର ପାରରେ ଅବସ୍ଥିତ । ସୁତରାଂ ତାଙ୍କର ହାତ ଗୋଡ଼ ନାହିଁ, କର୍ମ କରିବାର ଅଙ୍ଗ ପ୍ରତ୍ୟଙ୍ଗ ଲୋଡ଼ା ନାହିଁ । କିନ୍ତୁ, ସଙ୍ଗେ ସଙ୍ଗେ ବଳଭଦ୍ର ଓ ସୁଭଦ୍ରା-ଏମାନେ କର୍ମର ପ୍ରତୀକ ଓ ଦ୍ୟୋତକ ।

 

ଜୈନଧର୍ମରେ ଆଉ ଗୋଟିଏ ବଡ଼ କଥା ଅଛି । ତାହା ହେଉଛି ପ୍ରାୟୋପବେଶନ । ଜୀବନର କର୍ମ ଯେତେବେଳେ ଶେଷ ହୋଇ ଆସିଲା ବୋଲି ଅନୁଭବ ହେଲା, ଅଙ୍ଗ ଶିଥିଳ ହୋଇ ଆସିଲା, ବାର୍ଦ୍ଧକ୍ୟ ଜରା ଘେରିଲା, ସେତେବେଳେ ଏକାବେଳକେ ତ୍ୟକ୍ତାହାର ବିହାର ହୋଇ ଜୀବନକୁ ନିର୍ବାଣରେ ଦେବା । ସେତେବେଳେ କର୍ମର ଅବସାନ । ମୃତ୍ୟୁ, ଶାନ୍ତି । ଏହାହିଁ କୈବଲ୍ୟ ମୁକ୍ତି । ଅତଏବ ଜୈନଧର୍ମର ଆଚାର ଓ ବିଚାର ଉଭୟ ସୌନ୍ଦର୍ଯ୍ୟ ପୂର୍ଣ୍ଣ ।

 

ଆଉ ଜୈନଧର୍ମର ବିଚାର ପଦ୍ଧତିରେ କେହି ନିଆଗିଳା ହୋଇ ପାରିବେ ନାହିଁ, ଅହଙ୍କାରୀ ହୋଇ ପାରିବେ ନାହିଁ, ଦମ୍ଭୀ ହୋଇ ପାରିବେ ନାହିଁ । ସେମାନଙ୍କର ନ୍ୟାୟ ସପ୍ତଭଙ୍ଗୀ ଉପରେ ପ୍ରତିଷ୍ଠିତ । କୌଣସି କଥାର ବିଚାର କରିବାକୁ ହେଲେ ଏକଦେଶଦର୍ଶୀ ହେବାକୁ ହେବ ନାହିଁ, କୌଣସି ଗୋଟିଏ ଶାସ୍ତ୍ର ଉପରେ ଅପଣାକୁ ନିର୍ଭର ହେବାକୁ ହେବ ନାହିଁ । ଯୁକ୍ତି ତର୍କ, ବିଚାର ମୀମାଂସା ଆପଣା ଭିତରେ ଭଲ କରି କରିବାକୁ ହେବ ଏବଂ ତତ୍ପରେ ତଦନୁଯାୟୀ ଆପଣା ଜୀବନକୁ ପରିଚାଳିତ କରିବାକୁ ହେବ । ଆଉ କାହାରି ଉପରେ କିଛି କଥାପାଇଁ ଯୋର ଜବରଦସ୍ତି କରିବାକୁ ହେବ ନାହିଁ । ଏହାଇ ହେଲା ଜୈନଧର୍ମର ଗୂଢ଼ ବିଚାର ।

 

ଏଭଳି ଧର୍ମର ଉପଯୋଗିତା ବର୍ତ୍ତମାନ ଜଗତରେ ଖୁବ ବେଶି । ଈଶ୍ୱର, ମହେଶ୍ୱର କେହି ମୋ ନିଜକୁ ଟପି ପାରିବେ ନାହିଁ । ବିଚାର-ସିଦ୍ଧ ଜୀବନ ମୋର ହେବ । ଗୁରୁଭକ୍ତିରେ ଭାସି ଯାଇ ଆପଣାକୁ ଭସାଇ ଦେବାକୁ ହେବ ନାହିଁ ।

ଜୈନଧର୍ମର ଶେଷ ତୀର୍ଥଙ୍କର ମହାବୀର ଚାରିତ୍ୟ ଉପରେ ଖୁବ୍‍ ଜୋର ଦେଇଥିଲେ । କେବଳ ଜ୍ଞାନ ଅର୍ଜନ କରି, ଶାସ୍ତ୍ରର ଯୁକ୍ତି ବାରି କେହି ବଡ଼ ହୋଇ ପାରିବେ ନାହିଁ । ପ୍ରକୃତରେ ବୀର ହେବାକୁ ହେଲେ, ମହାବୀର ହେବାକୁ ହେଲେ, ଚାରିତ୍ର୍ୟ ଉପରେ ଆପଣାକୁ ପ୍ରତିଷ୍ଠିତ କରିବାକୁ ହେବ । ବ୍ୟବହାର, ଜୀବନଯାପନର ଶୁଦ୍ଧତା, ବୁଦ୍ଧତା ଉପରେ ଆପଣାକୁ ରଖିବାକୁ ହେବ । ଆଉ ନଗ୍ନତା, ଏହି ବିଷୟରେ ବିଚାର କରିବାକୁ ହେବ । ସନ୍ନ୍ୟାସୀ ଜୀବନରେ ନଗ୍ନତା, ଏକମାତ୍ର ସିଦ୍ଧ ବିଚାର । ସମ୍ୟକ୍ ଭାବରେ ନ୍ୟାସ, ଅର୍ଥାତ୍‍ ଆପଣାକୁ ଏକାଥରେ ନିସ୍ପୃହ କରିବା ବ୍ୟକ୍ତି ହେଲା ସନ୍ନ୍ୟାସୀ ।

ନଗ୍ନତାରେ ଆଉ ଲୁଚାଚୋରା କିଛି ନାହିଁ । ସବୁ ଉନ୍ମୁକ୍ତ ସବୁ ଦୃଶ୍ୟମାନ, ସବୁ ଶାନ୍ତ, କାନ୍ତ, ମଧୁର ଅବ୍ୟକ୍ତ । ନଗ୍ନତାରେ, ଶୁଦ୍ଧ ନଗ୍ନତାରେ ଏହି ଅବ୍ୟକ୍ତ ଭାବ ରହିଛି । ତେଣୁ ଏହା ଅତି ଉଚ୍ଚ ଧରଣର ଚିନ୍ତା ଓ ଧାରଣା ।

ନଗ୍ନତାରେ ଆପଣକୁ ସଂଯମରେ ରଖିବାକୁ ହେଲେ ଅନ୍ତର୍ମୁଖୀନତା ଦରକାର । ସେହି ଅନ୍ତର୍ମୁଖୀନତାକୁ ସାହାଯ୍ୟ କରିବାପାଇଁ ଜୈନ ସନ୍ନ୍ୟାସୀମାନେ ନଗ୍ନ ରହନ୍ତି । ଏହା ଭ୍ରଷ୍ଟାଚାର ନୁହେଁ, ଏହା ଉଲ୍ଲଙ୍ଗତା ନୁହେଁ । ଏହିପରି ନଗ୍ନତାରେ ରହି ଲୋକ ଅଧ୍ୟାତ୍ମିକତାକୁ ପ୍ରବେଶ କରେ, ଅଧିକ ଅନ୍ତର୍ମୁଖି ହୁଏ । ଯାହାର ଅନ୍ତର୍ମୁଖୀନତା ନାହିଁ, ସେ କେବେ ନଗ୍ନ ହୋଇ ରହି ପାରିବ ନାହିଁ-। ଆଉ ଶରୀରର ସୁସ୍ଥତାପାଇଁ ମଧ୍ୟ ନଗ୍ନତା ପ୍ରୟୋଜନ । ଦେହରେ ଯେତେ ପବନ ଖେଳିବ, ଯେତେ ଆଲୁଅ ପଡ଼ିବ ସେତେ ସ୍ୱାସ୍ଥ୍ୟ ଭଲ ହେବ, ରୋଗ ସେତେ କମିବ । ବସ୍ତ୍ର ସଭ୍ୟତାରେ ଅନେକ ଅବିଗୁଣ ଦେଖା ଦେଇଛି । ପ୍ରଥମତଃ ଯେଉଁମାନେ ସଫା ସୁତୁରା କରି ସବୁ ସମୟରେ ଲୁଗାପଟା ବ୍ୟବହାର କରି ପାରନ୍ତି ନାହିଁ, ସେମାନେ ସ୍ୱାସ୍ଥ୍ୟ ହରାନ୍ତି । ଦ୍ୱିତୀୟତଃ, ବସ୍ତ୍ର ତଳେ ତଳେ କେତେ କଦର୍ଯ୍ୟ ଭାବନାର ଉଦୟ ହୁଏ । ନିର୍ବସ୍ତ୍ର ହେଲେ ସେ ଦୁର୍ଭାବନାର ଅବକାଶ ନଥାଏ-

ଶିବ ଆମର ଲଙ୍ଗଳା । ଅଥଚ ତାଙ୍କ ନାମ ଶିବ, ଅର୍ଥାତ୍‍ ମଙ୍ଗଳମୟ ।

ପୂର୍ବେ ଇଜିପ୍ତବାସୀମାନେ ଏବଂ ଗ୍ରୀକ୍‍ମାନେ ନଗ୍ନମୂର୍ତ୍ତି ପୂଜା କରୁଥିଲେ । ଗ୍ରୀସ୍‍ରେ ଶାରୀରିକ ସୌନ୍ଦର୍ଯ୍ୟପାଇଁ ମଧ୍ୟ ନଗ୍ନତାର ବିକାଶ ହୋଇଥିଲା । ଏବେବି ନାଗା ସନ୍ନାସୀ ଭାରତରେ ଅଛନ୍ତି । ଏବେବି ପାହାଡ଼ିଆମାନଙ୍କ ଭିତରେ ନାଗା ଅର୍ଥାତ୍ ନଗ୍ନ ଅଛନ୍ତି ।

ନିର୍ବାଣର ଶେଷ କଥା ନିର୍ବସ୍ତ୍ରତା । ଅନ୍ୟାନ୍ୟ ଧର୍ମରେ ମଧ୍ୟ ଏହି ନିର୍ବସ୍ତ୍ରତାର କଥା ଅଛି-। ବାଇବେଲ୍‍ରେ ମଧ୍ୟ ଅଛି । ଆମେ ପଢ଼ୁଁ–

"And he stripped his clothes also, and prophesied before Samuel in like manner and lay down naked all that day and all that night. Therefore, they said, "Is Saul also among the prophets ?”

Samuel XIX, 24.

 

ରାଜଗୃହରେ ଜଣେ ଧନୀ ବଣିକ ବାସ କରୁଥିଲେ । ତାଙ୍କ ପୁଅ ୧୨ ବର୍ଷ ପର୍ଯ୍ୟନ୍ତ ଖୁବ୍‍ ଯତ୍ନର ସହିତ ଲାଳିତ ପାଳିତ ହେଲେ । ବଣିକମାନଙ୍କର ଯେଉଁ ଶିକ୍ଷା ପ୍ରୟୋଜନ ସେହି ଶିକ୍ଷା ସେ ଲାଭ କରି ପାରିଥିଲେ । ତାଙ୍କର ଅନେକ ଗୁଡ଼ିଏ ସଦ୍‍ଗୁଣ ଥିଲା । ପିଲା ଏବେ ବଡ଼ ହୋଇଯିବାରୁ ବାପା ତାଙ୍କର ବିବାହ ବନ୍ଦୋବସ୍ତ କଲେ । ସେ ସମୟର ମର୍ଯ୍ୟଦା ଅନୁଯାୟୀ ପିଲାଟିକୁ ୮ଟି ଧନୀ ବଣିକ କନ୍ୟା ସହିତ ବିବାହ ଦେବାର ସ୍ଥିର ହେଲା । ପିତା ରାଜଗୃହରେ ଗୋଟିଏ ବଡ଼ ପ୍ରସାଦ ତିଆରି କଲେ ଏବଂ ସେହିଠାରେ ତାଙ୍କର ପୁତ୍ର ବଡ଼ ଆଡ଼ମ୍ବରରେ ରହିଲେ-। ପିତା ମଧ୍ୟ ପୂର୍ବରୁ ମହାରାଜ ଶ୍ରେଣୀକଙ୍କ କନ୍ୟାକୁ ବିବାହ କରିଥିଲେ । ଶ୍ରେଣୀକ ରାଜଗୃହର ମହରାଜା ଥିଲେ । ଏହିପରି ସେ ନିଜର ଅବସ୍ଥାକୁ ଉନ୍ନତ କଲେ ଏବଂ ସେ ମଧ୍ୟ ରାଜକନ୍ୟାଙ୍କ ସହିତ ୮ ଟି ଧନିକ ବଣିକ କନ୍ୟାକୁ ବିବାହ କରିଥିଲେ । ଏହିପରି ୨୪ ବର୍ଷ ସୁଖରେ କଟିଗଲା । ତା’ପରେ ଧନିକ ବଣିକ ସଂସାରକୁ ପରିତ୍ୟାଗ କରିବାକୁ ଇଚ୍ଛା କଲେ । ସେ ସଂସାରକୁ ପରିତ୍ୟାଗ କରି ମହାବୀରଙ୍କଠାରୁ ଦୀକ୍ଷା ଗ୍ରହଣ କଲେ ଏବଂ ଶ୍ରମଣ ମଧ୍ୟରେ ଯୋଗ ଦେଲେ । ଶ୍ରମଣ ଭାବରେ ବଣିକଟି ଖୁବ୍‍ କଠୋର ତପସ୍ୟା କଲେ । ସେ ତାଙ୍କର ସକଳ କର୍ମକ୍ଷୟପାଇଁ ଏବଂ ମୁକ୍ତିପାଇଁ ପ୍ରାଣପଣେ ଚେଷ୍ଟା କଲେ । ତାଙ୍କର କଠୋର ତପସ୍ୟା ଦେଖି ତାଙ୍କୁ ସମସ୍ତେ ମାନ୍ୟ କଲେ, ଥରେ ସେ ୨ ମାସକୁ ପ୍ରବେଶ କଲେ । ତା’ପରେ ଭିକ୍ଷାପାତ୍ର ଧରି ଦିବା ଦ୍ଵିପ୍ରହରରେ ରାଜଗୃହକୁ ଯିବାକୁ ଲାଗିଲେ । ସେଠାରେ ବୁଲୁ ବୁଲୁ ସେ ଗୋଟାଏ ଧନୀ ସୁନାରୀ ବଣିଆ ଘରେ ପହଞ୍ଚିଲେ ଏବଂ ଭୀକ୍ଷା ମାଗିଲେ । ସୁନାରୀଟି ସେହି ସମୟରେ ରାଜା ଶ୍ରେଣୀକଙ୍କ ବ୍ୟବହାରପାଇଁ ୧୦ ଗ୍ରେନ୍‍ର ଗୋଟିଏ ସୁବର୍ଣ୍ଣ ଯବ ତିଆରି କରୁଥିଲା । ଏହି ସମୟରେ ମେତାର୍ଯ୍ୟମୁନିଙ୍କୁ ସେଠାରେ ଉପସ୍ଥିତ ହେଲେ । ବଣିକଟି ମେତାର୍ଯ୍ୟମୁନିଙ୍କୁ ଚିହ୍ନିନଥିଲେ କିନ୍ତୁ ଦୈବମୁନିର ଦର୍ଶନରେହିଁ ସେ ଶ୍ରଦ୍ଧାନ୍ୱିତ ହୋଇ ଉଠିଲେ । ସେ ମେତାର୍ଯ୍ୟମୁନିଙ୍କୁ ପ୍ରଣାମ କରି ଘର ଭିତରକୁ ଯାଇ କିଛି ଖାଦ୍ୟ ଆଣିଲେ । ସୁନାର ଯବ ସେଠାରେ ପଡ଼ିଥାଏ । ଇତିମଧ୍ୟରେ ଗୋଟାଏ ଚଢ଼େଇ ଆସି ତାକୁ ପ୍ରକୃତ ଶସ୍ୟ କ’ଣ ଭାବି ଖାଇଦେଲା । କିନ୍ତୁ ସୁନା ଦାନାର ଓଜନରେ ସେ ଭାରି ହୋଇଯିବାରୁ ଆଉ ଉଡ଼ି ପାରିଲା ନାହିଁ । ସେ ସେହି ସୁନାରୀର ଘରର କାନ୍ଥରେ ବସି ରହିଲା । ସୁନାରୀଟି ଖାଦ୍ୟ ଧରି ଘରୁ ଆସି ସନ୍ନ୍ୟାସୀଙ୍କୁ ଦେଲା । ସନ୍ନ୍ୟାସୀ ତାହା ନେଇ ଯାଉଛନ୍ତି ଏହି ସମୟରେ ସୁନାରୀଟି ଦେଖିଲା ଯେ ଯେଉଁଠାରେ ସ୍ଵର୍ଣ୍ଣ ଯବ ଥିଲା ସେଠାରେ ତାହା ନାହିଁ, ସେଥିରୁ ସେ ଅନୁମାନ କଲା ଯେ ସନ୍ନ୍ୟାସୀଟି ତାହା ଚୋରାଇ ନେଇଛି ଏବଂ ସେ ସନ୍ନ୍ୟାସୀଙ୍କୁ ଧରି ତା’ର ସୁନା ଦବାକୁ କହିଲା । ସନ୍ନ୍ୟାସୀଟି ଭାବିଲା, ମୁଁ ଯଦି ବଣିକକୁ କହିଦିଏ ଯେ ଚଢ଼େଇଟି ତାହା ଖାଇଯାଇଛି ତାହାହେଲେ ବଣିଆ ସେ ଚଢ଼େଇଟିକୁ ଧରି ତାକୁ ମାରି ତା’ପେଟରୁ ସୁନା ବାହାର କରିବ । ଏହା ଯଦି ହୁଏ ତାହାହେଲେ, ସନ୍ନ୍ୟାସୀ ଭାବିଲା ତାକୁ ମଧ୍ୟ ପାତକ ଦୋଷ ଲାଗିବ । ପୁଣି ମିଛ କହିବ କିପରି । ଏହିପରି ଭାବି ସେ ତୁନି ରହିଲା ଏବଂ ବଣିକ ତାକୁ କିଛି ଯନ୍ତ୍ରଣା ଦେଉ ପଛକେ, ତେକୁ ସହିବାକୁ ସ୍ଥିର କଲା । ସୁନରୀଟି ସନ୍ନ୍ୟାସୀକୁ ପ୍ରଥମେ ଖୁବ ବଡ଼ ମାଡ଼ ମାରିଥିଲା । କିନ୍ତୁ ତାଙ୍କ ପାଖରେ ଏ ସୁନା ମିଳିଲା ନାହିଁ ଏବଂ ସନ୍ନ୍ୟାସୀକୁ ଯେତେ ପଚାରିଲେ ମଧ୍ୟ ସେ କିଛି କହିଲା ନାହିଁ । ଏହିପରି ବଣିକଟି ରାଗିଯାଇ ଗୋଟିଏ ଚମଡ଼ାର ଦଉଡ଼ିରେ ତା’ର ମୁଣ୍ଡର ଚାରିଆଡ଼େ କଷିକରି ବାନ୍ଧିଲା ଏବଂ ସେଥିରେ ପାଣି ଭିଜାଇ ଦେଲା, ଯେପରି ଚମଡ଼ାରେ କଷିକରି ତା’ର ମୁଣ୍ଡ ବାନ୍ଧି ହେବ । ସନ୍ନ୍ୟାସୀକୁ ସେ ଖୁବ୍‍ ଖରାରେ ଠିଆ କରେଇଦେଲା । ଖରାରେ ଚମଡ଼ାଟି ଯେତେ ଶୁଖିବାକୁ ଲାଗିଲା ସେତେ ସେତେ ତା ମୁଣ୍ଡ ଭିଡ଼ି ହୋଇଗଲା ଏବଂ ସେଥିରେ ଘା ହେଲା । ସନ୍ୟାସୀଟି ଖୁବ୍ କଷ୍ଟ ପାଉଥିଲେ ମଧ୍ୟ କୌଣସି କ୍ରୋଧ ପ୍ରକାଶ କଲା ନାହିଁ କିମ୍ବା ସୁନାରୀ ପ୍ରତି କିଛି ଅସଦ୍ ବ୍ୟବହାର କଲା ନାହିଁ । ବରଂ ଏହି କଷ୍ଟପାଇଁ ସେ ଭାବିଲା ତା’ର ସଞ୍ଚିତ କର୍ମ କ୍ଷୟ ହେଉଛି । ଶେଷରେ ଚମଡ଼ା ଦଉଡ଼ି ଏତେ ଶୁଖିଗଲା ଯେ ସନ୍ନ୍ୟାସୀଟିର ମୁଣ୍ଡ ଅତି ଭିଡ଼ି ହୋଇ ଯିବାରୁ ତା’ର ଆଖି ପଦାକୁ ବାହାରି ପଡ଼ିଲା । କିନ୍ତୁ ତଥାପି ସେ ବଣିକ ପ୍ରତି କୌଣସି ଈର୍ଷାଭାବ ପୋଷଣ କରିନାହିଁ । ତା’ର ମୁଖମଣ୍ଡଳରେ ଶାନ୍ତି ଓ କ୍ଷମା ବିରାଜ କରୁଥିଲେ । ଆଉ ସେ ଅଧିକରୁ ଅଧିକତର ଭାବରେ, ଗଭୀରତର ଭାବରେ ଆତ୍ମଚିନ୍ତନ କରିବାକୁ ଲାଗିଲା ଏବଂ ପରିଶେଷରେ ସେ ସେହିଠାରେ ଜୀବନରେ ସର୍ବୋଚ୍ଚ ଜ୍ଞାନ ଲାଭ କଲା । କିନ୍ତୁ ତା’ର ଶରୀରଟି ଉପବାସରେ କ୍ଷୀଣ ହୋଇ ଯାଇଥିବାରୁ ଆଉ କଷ୍ଟ ସହି ପାରିଲା ନାହିଁ । ସୁତରାଂ ଶେଷରେ ଧଡ଼୍‌ କରି ତା’ର ଶରୀରଟି ଜମିରେ ପଡ଼ିଗଲା । ଏହି ସମୟରେ ସେହି ଧଡ଼୍‍ ଶବ୍ଦରେ ପକ୍ଷୀଟି ଚମକିଯାଇ କାନ୍ଥରୁ ଗଡ଼ି ପଡ଼ିଲା ଏବଂ ଯେଉଁ ସବୁ ସୁନା କ’ଣ ଖାଇଥିଲା ତାହା ତା ମୁହଁରୁ ବାହାରି ପଡ଼ିଲା । ସୁନାରୀଟି ଏତେବେଳେ ତା’ର ନିଜର ଭୁଲ ବୁଝି ପାରିଲା ଏବଂ ଜାଣି ପାରିଲା ଯେ ଚଢ଼େଇର ଜୀବନକୁ ରକ୍ଷା କରିବାପାଇଁ ସନ୍ନ୍ୟାସୀଟି ଏତେ ଯନ୍ତ୍ରଣା ସହ୍ୟ କରିଥିଲା ଏବଂ ପରିଶେଷରେ ନିଜର ଜୀବନକୁ ପରିତ୍ୟାଗ କରିଥିଲା । ବଣିକଟି ଏହି ବିଷୟ ଭାବୁ ଭାବୁ ଅତ୍ୟନ୍ତ ଦୁଃଖ ଅନୁଭବ କଲା ଏବଂ ଶେଷରେ ସେ ଘର ଛାଡ଼ି ଜୈନ ଶ୍ରମଣ ହୋଇଗଲା ।

 

ଜମ୍ବୁ କୁମାର

(ଗୋଟିଏ ପୁରାତନ ଜୈନ କାହାଣୀର ଏକାଙ୍କିକା)

 

୧ମ ଦୃଶ୍ୟ

ରାଜ ଗୃହ କଚେରୀରେ ରୁଷଭଦତ୍ତ ବଣିକଙ୍କ ସ୍ତ୍ରୀଙ୍କ ଗର୍ଭରୁ ପୁତ୍ର ଜନ୍ମ, ନାମ ଜମ୍ବୁ କୁମାର । ସେ ଖୁବ୍ ଅଳ୍ପ ବୟସରେ ନାନା ବିଦ୍ୟାରେ ପାରଦର୍ଶିତା ଲାଭ କଲେ ।

 

 

 

 

 

ବିଦ୍ୟା ଶିକ୍ଷା ସମୟରେ ସୁଧର୍ମାସ୍ୱାମୀ ନାମକ ଜନୈକ ସାଧୁଙ୍କ ସଙ୍ଗେ ସାକ୍ଷାତ୍ ଏବଂ ଧର୍ମ ଶିକ୍ଷା ଲାଭ । ପିତାଙ୍କର ମନରେ ଆକସ୍ମିକ ଭୟ । ଜମ୍ୱୁର ମନ ପରିବର୍ତ୍ତନ କରିବାକୁ ୮ଟି ଅତି ସୁନ୍ଦରୀ ସ୍ତ୍ରୀଙ୍କ ସହିତ ବିବାହ ।

 

 

 

୨ୟ ଦୃଶ୍ୟ

ରାସ୍ତାରେ ଆସୁ ଆସୁ ଲୁହା ବଲ ମାଡ଼ ବାଜି ଆଘାତ ପ୍ରାପ୍ତ ଏବଂ ଭୀତତ୍ରସ୍ତ ଭାବରେ ସ୍ତ୍ରୀମାନଙ୍କ ଆଗରେ କଥୋପକଥନ । ଏଣୁ ସୁଧର୍ମାସ୍ୱାମୀଙ୍କର ଉପଦେଶାବଳୀ ପ୍ରତି ଜମ୍ବୁଙ୍କର ଅଟଳ ବିଶ୍ୱାସ ଏବଂ ଅଷ୍ଟ ସୁନ୍ଦରୀଙ୍କ ପ୍ରତି ତାତ୍ସଲ୍ୟ ଭାବ ପ୍ରକାଶ । ଏହା ଶୁଣି ସମୁଦ୍ରଶ୍ରୀ ନାମକ ପ୍ରଥମା ସ୍ତ୍ରୀ କହିଲେ, ମହାଶୟ କ୍ଷଣସ୍ଥାୟୀ ମାନବ ଜୀବନକୁ କେବଳ ଭୋଗ ବିଳାସରେ କଟାଇବା ଉଚିତ ।

 

 

 

୩ୟ ଦୃଶ୍ୟ

ଜମ୍ବୁ କୁମାର ଆଶ୍ଚର୍ଯ୍ୟ ! କ’ଣ କହିଲ ? ମନୁଷ୍ୟ ଜୀବନ କ’ଣ କେବଳ ବିଳାସପାଇଁ ? ତେବେ ମନୁଷ୍ୟ ଜୀବନରେ କେବଳ ବିଳାସଟା ସବୁ ସୁଖ ଦେଇ ପାରେ ? ଯଦି ଆମେ ମନୁଷ୍ୟ ଜନ୍ମ ପାଇ ଏ ସଂସାରକୁ କିଛି ଶିକ୍ଷା ନଦେବା ତେବେ ପଶୁ, ପରି ରହି ଲାଭ କ’ଣ ?

 

 

 

୪ର୍ଥ ଦୃଶ୍ୟ

ସମୁଦ୍ରଶ୍ରୀ ଜମ୍ବୁକୁମାରର ବାକ୍ୟବାଣରେ ମର୍ମ୍ମାହତ ହୋଇ ପୁଣି କହିଲେ, ମହାଶୟ ମୁଁ ଶୁଣିଛି ଯେ ବକ କୃଷକଟି ଚାଷ କରି ଚଳୁଥିଲା । ଦିନେ ସେ ତା’ର ପଡ଼ୋଶୀ ଘରକୁ ବୁଲିଗଲା ଏବଂ ସେଠାରେ ଗହମଜାତ ଖାଦ୍ୟ ଖାଇଲା ଏବଂ ଗହମ ଉତ୍ପାଦନ ଅଶାରେ କିଛି ଜମି ଠିକ୍‍ କଲା । କିନ୍ତୁ ହାୟ, ଅନୁର୍ବର ଜମି ସବୁ ଉତ୍ପାଦନକ୍ଷମ ହେଲା ନାହିଁ । ତେଣୁ କୃଷକଟି ଉପାସରେ ମରିଗଲା । ତେବେ ବର୍ତ୍ତମାନ କଥା ନ ବିଚାରି ଭବିଷ୍ୟତ୍‍ରେ କ’ଣ ହେବ ଏହି ଅନଧିକାର ଚର୍ଚ୍ଚାରୁ କ’ଣ ଲାଭ ଅଛି ?

 

 

 

୫ମ ଦୃଶ୍ୟ

ଜମ୍ବୁ କୁମାରଙ୍କ ମନ ଏହି ଉକ୍ତିରେ ଉଦବିଗ୍ନ । ସେ କହିଲେ, ବିନ୍ଧ୍ୟ ପର୍ବତର ଗୋଟାଏ ଗିରି ନଦୀରେ ହାତୀଟିଏ ପଡ଼ି ମରିଗଲା । ମୃତମାଂସ ଲୋଭୀ କାକ ମାଂସ ଖାଇବାପାଇଁ ତା’ର ପିଠି ଉପରେ ବସିଲା । କିନ୍ତୁ ହଠାତ୍ ପାଣି ବେଶୀ ହୋଇଯିବାରୁ ହାତୀଟି ଭାସିଯାଇ ସମୁଦ୍ରରେ ପଡ଼ିଲା । ସାମୁଦ୍ରିକ ତରଙ୍ଗ ଆଘାତରେ ମାଂସ ଲୋଭୀ କାକଟି ମଧ୍ୟ ମଲା । ତେଣୁ ହେ ପ୍ରେୟସୀ, ଲୋଭ ମନୁଷ୍ୟଠାରୁ ଆରମ୍ଭ କରି ପଶୁ ପକ୍ଷୀଙ୍କ ମଧ୍ୟରେ କିପରି ବ୍ୟାପି ରହିଛି ଶୁଣ । ଲୋଭର କରାଳ ଗ୍ରାସରେ ପଡ଼ି କିପରି ନିଜର ଜୀବନକୁ ସଙ୍କାଟପନ୍ନ କରୁଛନ୍ତି ତା’ର ଅନ୍ୟ ଏକ ଦୃଷ୍ଟାନ୍ତ ଅଛି ।

 

 

 

୬ଷ୍ଠ ଦୃଶ୍ୟ

ରାତ୍ରୀ ପ୍ରାୟ ୧୨ଟା । ଦସ୍ୟୁ ଦଳପତିଙ୍କ ସହିତ ୧୨୫ ଜଣ ଦସ୍ୟୁ ଉପସ୍ଥିତ-। କଥୋପକଥନ - ଏହିଠାରେ ପାଞ୍ଚଜଣ ଜଗିଥାଅ । ଦେଖ, ପ୍ରଧାନ ଦରଜା ବନ୍ଦ । ଏହା ଧନୀ ଲୋକର ଘର । ସୁନା ରୁପା ସବୁ ନେବା-। ଦସ୍ୟୁମାନଙ୍କର ଗୁପ୍ତଦ୍ୱାର ଦେଇ ଭିତରେ ପ୍ରବେଶ ଏବଂ ନିରୀକ୍ଷଣ-। ଜମ୍ବୁ ଅଷ୍ଟ ସୁନ୍ଦରୀଙ୍କ ସହିତ ଧର୍ମ୍ମ ଉପଦେଶରେ ରତ । ଦସ୍ୟୁ ଦଳପତି ଚୁପ୍ ହୋଇ ଚୋରି କରିବା ଦୂରେ ଥାଉ ଧର୍ମ୍ମର ଏହି ସବୁ ନିଗୂଢ଼ ତଥ୍ୟ ସବୁ ଶୁଣି ଚମକିତ । ହଠାତ୍ ଯାଇ ଜମ୍ବୁର ଗୋଡ଼ ତଳେ ପ୍ରଣାମ । ଅନ୍ୟ ଚୋରମାନେ–ଭାଇମାନେ, କ’ଣ କରିବା ? ଏ କ’ଣ ହେଲା, ଆମେ ଜୀବନ ପୋଷିବା କିପରି ?

 

 

 

୭ମ ଦୃଶ୍ୟ

ଦଳପତି ପ୍ରବର କହିଲେ, ମୁଁ ଅଧମ । ମୁଁ ଆସିଥିଲି ଆପଣଙ୍କର ଅଷ୍ଟ କନ୍ୟାଙ୍କର ଯୌତୁକଲବ୍ଧ ପଦାର୍ଥ ଅପହରଣ କହିବାକୁ କିନ୍ତୁ ଯେଉଁ ସୁନ୍ଦରୀମାନଙ୍କୁ ଦେଖିଲେ ସ୍ୱର୍ଗର ଦେବତାମାନେ ଭୁଲିଯିବେ ଆପଣ ତାଙ୍କ ସାଙ୍ଗରେ ଯେଉଁ ଧର୍ମ୍ମର ତଥ୍ୟ ସବୁ ବ୍ୟାଖ୍ୟା କରୁଛନ୍ତି ମୁଁ ତାହା ଶୁଣି ନିଜକୁ ଧନ୍ୟ ମନେ କରୁଛି । ବର୍ତ୍ତମାନ ଆପଣ ମୋତେ ଦଣ୍ଡ ଦିଆଇ ପାରନ୍ତି । ମୁଁ ଦଣ୍ଡ ଭୋଗ କରିବାକୁ ପ୍ରସ୍ତୁତ ଅଛି ।

 

 

 

୮ମ ଦୃଶ୍ୟ

ସାଙ୍ଗେ ସାଙ୍ଗେ ଜମ୍ବୁ, ତାଙ୍କୁ କୁଣ୍ଢାଇ ପକାଇ କହିଲେ, ହେ ବନ୍ଧୁ, ମୋର ସବୁ ନେଇ ଯାଅ । ମୋର କ’ଣ ହେବ । ଏ ସଂସାରର ମୋର ମୁଠାଏ ଧୂଳି ଥିଲା ଯଥେଷ୍ଟ । ଏହି କଥା ଶୁଣି ଅତି ନିଷ୍ଠୁର ହୃଦୟୁ ଦସ୍ୟୁଟି କାନ୍ଦି ପକାଇ କହିଲା, ମହାଶୟ ମୁଁ ଆଜି ଯେଉଁ କଥା ଆପଣଙ୍କଠାରୁ ଶୁଣିଲି ତାହା ମୋର ସମସ୍ତ ଶରୀରର ଲୋମକୂପ ସମୂହକୁ କମ୍ପିତ କରିଦେଇଛି ମୋର ଏତିକି ମାଗୁଣି ଯେ ମୁଁ ଆଜିଠାରୁ ମୋର ୧୨୫ ଜଣ ଲୋକଙ୍କ ସହିତ ଶ୍ରମଣ ହୋଇଯିବି ।

 

 

 

୯ମ ଦୃଶ୍ୟ

ତେଣୁ ସେମାନେ ସମସ୍ତେ ଠିକ୍‍ କଲେ, ଚାଲ ଆଜିଠାରୁ ମୁଁ ଓ ମୋର ସ୍ତ୍ରୀମାନେ ଏବଂ ଆପଣମାନେ ସମସ୍ତେ ସୁଧର୍ମା ସ୍ଵାମୀଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ଏବଂ ପ୍ରଚାର କରିବା ଯେ ଅହିଂସା ପରମ ଧର୍ମ୍ମ । ଏହି ଧର୍ମ୍ମରେ ଯେ ଦୀକ୍ଷିତ ହେବ ତାକୁ ପରମାଣୁ ବୋମା ସୁଦ୍ଧା ସ୍ପର୍ଶ କରି ପାରିବ ନାହିଁ ।

 

ଓଡ଼ିଶାର କୃଷ୍ଟି

 

ଓଡ଼ିଶାରେ ତିନୋଟି ଜାଗାରେ ତିନୋଟି ପରୀକ୍ଷା କରା ହୋଇଛି । ପ୍ରଥମଟି ବିରଜାକ୍ଷେତ୍ର–ସ୍ତ୍ରୀ ଶକ୍ତି ଜାଗ୍ରତ କରିବାପାଇଁ ବିରଜା କ୍ଷେତ୍ର ତିଆରି ହୋଇଥିଲା ଏବଂ ସେଠାରେ ବହୁଯୁଗ ଧରି ଏହି ସ୍ତ୍ରୀ ଶକ୍ତିର ଜାଗୃତିପାଇଁ ଚେଷ୍ଟା କରାଯାଇଥିଲା । ପରେ ଭୁବନେଶ୍ୱରରେ ଚେଷ୍ଟା କରାଗଲା ପୁରୁଷ ଶକ୍ତି ଜାଗ୍ରତ କରିବାପାଇଁ । ଏହାହିଁ ଲିଙ୍ଗ ପୂଜା । ଯୋନି ପୂଜା ଏହା ଆଗରୁ । କିନ୍ତୁ ପରେ ପୁରୀରେ ମନ୍ଦିର ତିଆରି ହୋଇ ଜଗନ୍ନାଥଙ୍କର ଏବଂ ସେଥିରେ ରହିଲେ ଜଗନ୍ନାଥ, ବଳରାମ ସୁଭଦ୍ରା । ଏଠାରେ ଲିଙ୍ଗ ବା ଯୋନି ପୂଜାର କଥା ନାହିଁ । ଏଠାରେ ଅଛି ସହୋଦର ଓ ସହୋଦରା ପୂଜା–ଜଗନ୍ନାଥ, ବଳରାମ ଓ ସୁଭଦ୍ରା ଭାଇ ଓ ଭଉଣୀ ଅଟନ୍ତି । ଏହି ପରସ୍ପରର ଭାଇ ଓ ଭଉଣୀ ଭାବ ଶ୍ରେଷ୍ଠ ଭାବ, ସୁନ୍ଦର ଭାବ । ଜଗନ୍ନାଥ କ୍ଷେତ୍ରରେ ଏହାରଇ ପରୀକ୍ଷା ହୋଇଛି । ଏହା ଆନନ୍ଦ ଧାମ । ଏଠାର କୌଣସି ଭେଦ ନାହିଁ । ଏଠାରେ ଅଛି ବୈକୁଣ୍ଠ ଅର୍ଥାତ୍ ଯେଉଁଠାରୁ କୌଣସି କୁଣ୍ଠା ନାହିଁ । ଏଠାରେ ଆନନ୍ଦ ବଜାର–ଏବଂ ସେଠାରେ ଯେ ଯାହା ସାଙ୍ଗରେ ପ୍ରେମରେ ଖାଉଛନ୍ତି, ଖୁଆଉଛନ୍ତି । ଲିଙ୍ଗର ଶକ୍ତି ବଢ଼ିଲେ ପୁରୁଷତ୍ୱ, ଯୋନିର ଶକ୍ତି ବଢ଼ିଲେ ସ୍ତ୍ରୀତ୍ୱ, ମାତ୍ର ଲିଙ୍ଗ, ଯୋନିର ଉପରେ ରହିଲା ମନୁଷ୍ୟତ୍ୱ । ଜଗନ୍ନାଥ କ୍ଷେତ୍ରରେ ଏହି ମନୁଷ୍ୟର ପରକାଷ୍ଠାର ଆଦର୍ଶ ଦେଖାଇ ଦିଆ ହେଇଛି - ଆନନ୍ଦ ବଜାର ପୁଣି ବୈକୁଣ୍ଠ ଧାମରେ ।

 

ଏହା ଜୈନପୀଠ ବା ଜିନ ପୀଠ । ଏଠାରେ ସବୁ ଇନ୍ଦ୍ରିୟକୁ ଜୟ କରି ଜିନ ହେବାର ଆଦର୍ଶ ଥୁଆ ହୋଇଛି ।

 

ଯୋନି, ଲିଙ୍ଗ ଅତି ସାଧାରଣ କଥା । ଏହାକୁ ଅତିକ୍ରମ କରି ଉଚ୍ଚକୁ ଉଠିବାକୁ ହେବ । ଏହାହିଁ ଜଗନ୍ନାଥ ଆଦର୍ଶ, ଜିନ ଆଦର୍ଶ । ଏହି ଆଦର୍ଶରେହିଁ ଆନନ୍ଦ, ନିରାନନ୍ଦ, ଚିଦାନନ୍ଦ, ଉଲ୍ଲୋଳ, କଲ୍ଲୋଳ, ସାଗର ତରଙ୍ଗ । ଅନିତ୍ୟକୁ ଅତିକ୍ରମ କରି ଶାଶ୍ୱତକୁ ସ୍ପର୍ଶ କରିବାର ଶାଶ୍ୱତ ଚେଷ୍ଟା । ଜୈନଧର୍ମର ଏହାହିଁ ଉତ୍କୃଷ୍ଟ ପରିପସ୍ଫୁଟତା ।

 

ଏହିଠାରେ, ଓଡ଼ିଶାରେ, ଯୀଶୁ ଶିକ୍ଷା ପାଇଥିଲେ ଏହି ସାମ୍ୟ ମୈତ୍ରୀ ଧର୍ମ । ଏ ଜୈନଧର୍ମର ନାମାନ୍ତରହିଁ ପରବର୍ତ୍ତୀ ବୌଦ୍ଧ ଧର୍ମ । ଓଡ଼ିଶାରେ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ସମ୍ବନ୍ଧରେ “ସମାଜ”ରେ ଯାହା ଲେଖିଥିଲି ତାହା ଏଠାରେ ଉଦ୍ଧାର କରୁଛି ।

 

ଯୀଶୁ ଖ୍ରୀଷ୍ଟ ଓଡ଼ିଶାରେ ଶିକ୍ଷା ପାଇଥିଲେ–

 

ମୁଁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀ ସମ୍ବନ୍ଧରେ ଏହି କେତେ ଦିନ ତଳେ ଲେଖିଥିଲି ଯେ ଖ୍ରୀଷ୍ଟ ଓଡ଼ିଶାରେ ତଥା ପୁରୀ, ଭୁବନେଶ୍ୱରରେ କିଛି କାଳ ଅବସ୍ଥାନ କରି ବିଦ୍ୟା ଶିକ୍ଷା ତଥା ଅଧ୍ୟକ୍ଷତା କରିଥିଲେ । ତା’ପରେ ମୁଁ ଆଉ ଖଣ୍ଡିଏ ବହିରୁ ଯାହା ପାଇଲି ତାହା ପାଠକଙ୍କର ଅବଗତି ନିମନ୍ତେ ଏଠାରେ ଦେଉଛି ।

 

ଦେବତାତ୍ମା ହିମାଳୟା–By Probodh Kumar Sanyal ୨ୟ ଖଣ୍ଡ, ୫୬ ପୃଷ୍ଠାରେ ଲେଖାଅଛି,–(ବଙ୍ଗଳାରେ)–

 

ହେମିସ୍‍ ଗୁମ୍ପା ଲଡ଼ାକର ଲେ’ ସହରଠାରୁ ପ୍ରାୟ ୨୫ ମାଇଲ ଦୂର । ଏଇଟା ଗୋଟାଏ ଛୋଟ ଜନପଦ । ଛୋଟ ହେଲେ ବି ପୃଥିବୀ ପ୍ରସିଦ୍ଧ । ଏହି ଗୁମ୍ପାରେ ମହାମାନବ ଯୀଶୁ ଖ୍ରୀଷ୍ଟଙ୍କର ଭାରତ ଭ୍ରମଣ ସମ୍ବନ୍ଧରେ ପ୍ରକୃତ ଲେଖାବଳି ସମନ୍ୱିତ, ପ୍ରାଚୀନ ପାଲି ଭାଷାରେ ଲେଖା ହୋଇଥିବା ପୋଥି ଅବିଷ୍କାର କରିଥିଲେ ଜଣେ ଋଷ ପର୍ଯ୍ୟଟକ Dr. Nicholas Notovitch. ୧୮୮୭ ଖ୍ରୀଷ୍ଟାବ୍ଦର ତୁର୍କ ଋଷ ଯୁଦ୍ଧ ସମୟରେ ସେ ଏକାକୀ କକେସାସ୍ ଓ ମଧ୍ୟ-ଏସିଆ ପାର ହୋଇ ଭାରତ ପ୍ରବେଶ ପଥରେ ଲଡ଼ାକର ଗୋଏ ଅଞ୍ଚଳରେ ପାହାଡ଼ରୁ ଖସି ପଡ଼ି ଆହତ ହୋଇଥିଲେ । ତାଙ୍କୁ ହେମିସ୍ ଗୁମ୍ପାକୁ ଆଣି ଦୀର୍ଘକାଳ ଶ୍ରୁଶ୍ରୂଷା କରାହେଲା । ସୁସ୍ଥ ହେବା ପରେ ସେ ଗୋଟିଏ ଦୁର୍ଲଭ ଗ୍ରନ୍ଥର ସନ୍ଧାନ ସେହିଠାରେହିଁ ପାଇଥିଲେ ଏବଂ ଦୋଭାଷୀର ସାହାଯ୍ୟରେ ସେ ପୋଥି ଖଣ୍ଡିକ ପଢ଼ିଥିଲେ । ସେହି ପୋଥିରୁ ଜଣାଯାଏ, କିଶୋର ବୟସରେ ଯୀଶୁ ଖ୍ରୀଷ୍ଟ ବିବାହ ବନ୍ଧନରେ ଧରା ନଦେଇ ମଧ୍ୟ-ଏସିଆର ବଣିକ ଦଳ ସଙ୍ଗେ ବାହାରି ଆସି ଗୋପନରେ ଭାରତରେ ପ୍ରବେଶ କରିଥିଲେ । ସେ ଆବାଲ୍ୟ ଗୌତମ ବୁଦ୍ଧଙ୍କର ମନ୍ତ୍ରରେ ଅନୁପ୍ରାଣିତ ଥିଲେ ଏବଂ ଭାରତ ଭ୍ରମଣରେ ତାଙ୍କର ପ୍ରାୟ ୧୬ ବର୍ଷ କଟିଗଲା । ସେ ପୁରୀ କାଶୀ, କପିଳବାସ୍ତୁ, କୁମାୟୁନ୍, ନେପାଳ ଏବଂ କାଶ୍ମୀରରେ ବୁଲିଥିଲେ ଏବଂ ବୌଦ୍ଧ ଶାସ୍ତ୍ରର ମୂଳ କଥା ଜାତି, ବର୍ଣ୍ଣ ନିର୍ବିଶେଷରେ ସକଳ ମନୁଷ୍ୟ ସମର୍ଥକ ଏହି ନୀତି ପ୍ରଚାର କରିଥିଲେ । ସନାତନୀଙ୍କ ସଙ୍ଗେ ଯୀଶୁଙ୍କ ବିରୋଧ ଘଟିଲା । ୨୯ ବର୍ଷ ବୟସରେ ସେ ଜେରୁଜେଲମକୁ ଫେରିଗଲେ । ଯୀଶୁ କ୍ରୁଶ ବିଦ୍ଧ ହେବା ପରେ ତାଙ୍କର ଭକ୍ତମାନେ କ୍ରୁଶରୁ ଉତାରି ଆଣି ଗୁଳ୍ମ ଲତା ଚେର ଇତ୍ୟାଦିର ରସ ପ୍ରୟୋଗ କରି ତାଙ୍କ କ୍ଷତ ସ୍ଥାନ ଗୁଡ଼ିକ ଭଲ କଲେ ଏବଂ ପୁନରୁଜ୍ଜୀବିତ ଯୀଶୁ ପୁନର୍ବାର ତାଙ୍କର ସ୍ୱପ୍ନଭୂମି ଭାରତକୁ ଚାଲିଆସିଲେ । କାଶ୍ମୀରରେ ତାଙ୍କର ମୃତ୍ୟୁ ଘଟିଲା । ଶ୍ରୀନଗର ନିକଟରେ ଥାନା–ବରୟାରୀ ନାମକ ସ୍ଥାନରେ ଯୀଶୁଙ୍କ ନାମରେ ଗୋଟିଏ କବର ଅଛି ଏବଂ ଆଉ ଗୋଟିଏ ବିଶ୍ୱାସଯୋଗ୍ୟ କବର କରାଚୀଠାରୁ କେତେକ ମାଇଲ ଦୂରରେ । ଏହି ପୋଥି ବର୍ଣ୍ଣିତ ଆନୁପୂର୍ବକ ଚମକପ୍ରଦ କାହାଣୀ ନେଇ Notovitch ଯେଉଁ ପ୍ରମାଣ ଗ୍ରନ୍ଥ ରଚନା କରିଥିଲେ ତା’ର ନାମ The Unknown Life of Jesus Christ. ଦୁଇ ଜଣ ବଙ୍ଗାଳୀ ଏହି ପୋଥିକୁ Hemis ଗୁମ୍ଫାଠାରେ ଦେଖିଥିଲେ । ତାଙ୍କ ଭିତରୁ ଜଣେ ପ୍ରସିଦ୍ଧ ପରିବ୍ରାଜକ ସ୍ଵାମୀ ଅଭେଦାନନ୍ଦ ଏବଂ ଅନ୍ୟ ଜଣେ ଅଭେନାନନ୍ଦଙ୍କର ନିତ୍ୟ ସେବକ ବ୍ରହ୍ମଚାରୀ ଭୈରବ ଚୈତନ୍ୟ Hemis ଗୁମ୍ଫାର ପ୍ରଧାନ ପୁରୋହିତ କହନ୍ତି, ଯୀଶୁ ପାଲି ଭାଷା ଶିଖି ବୌଦ୍ଧ ଶାସ୍ତ୍ର ପାଠ କରିଥିଲେ ଏବଂ ତାଙ୍କର ଭାରତ ଅବସ୍ଥାନ କାଳର ଶେଷ ସମୟରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ସ୍ୱଦେଶକୁ ଫେରି ଯାଇ ସେ ବୌଦ୍ଧ ନିତିକୁ ଭିତ୍ତି କରି ଗୋଟିଏ ନୂତନ ଧର୍ମ ପ୍ରଚାର କଲେ । ଯୀଶୁଙ୍କର Sermon on the Mount ଅବିକଳ ବୌଦ୍ଧ ତଥା ହିନ୍ଦୁ ଧର୍ମର ନୀତିବାଦର ଗୋଟିଏ ନକଲ ମାତ୍ର ।

 

ଜୈନ୍ୟମାନେ ବଡ଼ ପଣ୍ଡିତ ହେଉଥିଲେ । ତାମିଲ, କନ୍ନଡ଼, ଅପଭ୍ରଂଶ ଆଦି ଭାଷାର ନିର୍ମାତା ଏହି ଜୈନ । ସଂସ୍କୃତ ପୃଷ୍ଠାରେ ଚତୁର୍ବିଂଶତି ସନ୍ଧାନ ନାମକ ଗ୍ରନ୍ଥ ଜୈନଦ୍ୱାରା ରଚିତ । ଏହା ଅତି ଅଦଭୁତ ଚମତ୍କାରକ ଗ୍ରନ୍ଥ ଅଟେ । ଅତଏବ ଜୈନମାନଙ୍କ ସାହିତ୍ୟ, ସଂସ୍କୃତି, ବିଦବତ୍ତା ବହୁ ପ୍ରାଚୀନ ଓ ବହୁ ଗଭୀର । ସେହି ଜୈନ ସାହିତ୍ୟ ଓ ସଭ୍ୟତାର ମୂଳ କେନ୍ଦ୍ର, ଥିଲା ଆମର ଖଣ୍ଡଗିର ଓ ଉଦୟଗରି ପାହାଡ଼–ସେଠାରେ ବିଶ୍ୱବିଦ୍ୟାଳୟ ଥିଲା । ସୁପବତବିଜୟ-ଚକ୍ର-କୁମାରୀ ପବତେ ।୧। ୧୪ ଖଣ୍ଡଗିରି-ଉଦୟଗିରିର ପ୍ରସିଦ୍ଧ ଓ ପ୍ରାଚୀନ ହାତୀଗୁମ୍ଫା ଶିଳାଲେଖାରୁ ଜଣାଯାଏ ଯେ କୁମାରୀ ପର୍ବତରୁହିଁ ଜୈନଧର୍ମ ବିଜୟ ଚକ୍ର ପ୍ରବର୍ତ୍ତମାନ ହୋଇଥିଲା । ସେହି ଶିଳାଲେଖରୁ ଏହା ମଧ୍ୟ ମିଳୁଛି ଯେ କଳିଙ୍ଗରେହିଁ ଅଗ୍ର ଜିନ ଋଷଭଙ୍କୁ ଖୁବ, ପୂଜା କରୁଥିଲେ । ସେହି ଋଷଭ ମୂର୍ତ୍ତିକୁ ନନ୍ଦରାଜା ପାଟଳୀପୁତ୍ର ନେଇଯାଇଥିଲେ । କିନ୍ତୁ ଖାରବେଳ କଳିଙ୍ଗର ସେହି ଗୌରବ ଚିହ୍ନକୁ ପାଟଳୀପୁତ୍ର ମଗଧ ଜୟ କରି ଫେରାଇ ଆଣିଥିଲେ । ମାର୍କଣ୍ଡେୟ ପୁରାଣର ତେଲୁଗୁ ଆବୃତ୍ତିରେ ସ୍ପଷ୍ଟ କୁହାଯାଇଛି ଯେ କଳିଙ୍ଗ ଉପରେ ଯେଉଁ ନନ୍ଦ ରାଜା ଶାସନ କରୁଥିଲେ ସେ ଜୈନ ଥିଲେ । ଜୈନ ହେବା ଯୋଗୁଁ ସେ ପାଟଳୀପୁତ୍ରକୁ ଅଗ୍ର ଜିନ ମୂର୍ତ୍ତିକୁ ନେଇଯାଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କଳିଙ୍ଗରେ ଜୈନଧର୍ମ ଅତି ପ୍ରାଚୀନ ଥିଲା । ଆଦି ଜିନ ଋଷଭ ତଥା ଶେଷ ଜିନ ମହାବୀର ଉଭୟ କଳିଙ୍ଗକୁ ଆଦରିଥିଲେ, ସେଇଥିରେ ବିହାର କରୁଥିଲେ ଏବଂ ଜୈନଧର୍ମ ଚକ୍ରର ପ୍ରବର୍ତ୍ତକ କୁମାରୀ ପର୍ବତର ଶୃଙ୍ଗରୁ ଆରମ୍ଭ ହୋଇଥିଲା । ଓଡ଼ିଶା ପକ୍ଷରେ ଏହା କମ ଗୌରବର କଥା ନୁହେଁ ।

ଶ୍ରୀ ସତ୍ୟନାରାୟଣ ରାଜଗୁରୁ ଲେଖିଛନ୍ତି :–

 

(“କୋଣାର୍କ’’ ପତ୍ରିକା ୩ୟ ସଂଖ୍ୟା ଦ୍ରଷ୍ଟବ୍ୟ)

 

ପ୍ରାଚୀନ ଜୈନ ଗ୍ରନ୍ଥମାନଙ୍କରୁ ପ୍ରକାଶିତ ହୁଏ ଯେ କଳିଙ୍ଗରେ ସେହି ଧର୍ମାବଲମ୍ବୀମାନଙ୍କର ଗୋଟିଏ ପ୍ରଧାନ ତୀର୍ଥ ସ୍ଥାନ ଥିଲା । ସେଥିର ନାମ ହେଉଛି ‘‘କୋଟିଶିଳା’’-। ଏ ସମ୍ବନ୍ଧେ ‘‘ପ୍ରାକୃତ ନିର୍ବାଣ କାଣ୍ଡ” ନାମକ ଗୋଟିଏ ଜୈନ ଗ୍ରନ୍ଥରେ ନିମ୍ନୋକ୍ତ ଶ୍ଳୋକଟି ପ୍ରାକୃତ ଭାଷାରେ ଉଲ୍ଲେଖ ଅଛି–

 

ଜସଚ ହରାୟସ ସୁଆ ପଞ୍ଚସୟାଂଇ କଳିଙ୍ଗଦେସମ୍ମ

କୋଡ଼ିସିଳା କୋଡ଼ି ଶୁଣାଣିନ୍‍ବାଣ ଗୟାଣ ମୋ ତେସିଂ ।

 

ଏହି ଅର୍ଥ ସମ୍ୱନ୍ଧୀୟ ମାହାତ୍ମ୍ୟ ଜୈନ ହରିବଂଶ ପୁରାଣର ୫୩ଶ ପର୍ବରେ ମଧ୍ୟ ଉଲ୍ଲେଖ ଥିବା ଦେଖିବାକୁ ମିଳେ । ଏଥିରେ ନିମ୍ନୋକ୍ତ ଆଖ୍ୟାନଟି ଦୃଷ୍ଟ ହୁଏ ।

 

ଏକଦା କୃଷ୍ଣ ଚକ୍ରରତ୍ନଙ୍କ ପୂଜା ସମ୍ପନ୍ନ କରି ସମସ୍ତ ରତ୍ନରେ ମଣ୍ଡିତ ହେଲେ । ତାଙ୍କ ପାଦରେ ବହୁ ଦେବ, ଅସୁର ମନୁଷ୍ୟ ଆଶ୍ରୟ ନେବାରୁ ସେ ଦକ୍ଷିଣ ଭାରତରେ ବିଜୟୀ ହୁଅନ୍ତି । ୮ ବର୍ଷ ପର୍ଯ୍ୟନ୍ତ କୃଷ୍ଣ ସେଠାରେ ବହୁ ଭୋଗ ନିରବଚ୍ଛିନ୍ନ ଭାବେ ଉପଭୋଗ କଲେ । ବହୁ ରାଜା ତାଙ୍କର ବଶ୍ୟତା ଲାଭ କଲେ । ଅତଃପର ୮ ବର୍ଷ ପରେ ସେ କୋଟିଶିଳା ଉତ୍ତୋଳନ କରିବାକୁ ଯାତ୍ରା କଲେ। ସେହି ଶିଳାର ଗୋଟିଏ ବିଶେଷତ୍ତ୍ୱ ଓ ମାହାତ୍ମ୍ୟ ଥିଲା । କାରଣ କୋଟି ସଂଖ୍ୟକ ମୁନିରାଜ ସେଠାରେ ମୋକ୍ଷ (ନିର୍ବାଣ) ଲାଭ କରିଥିଲେ । ଏଣୁ ତା’ର ନାମ ରଖାଗଲା “କୋଟିଶିଳା” । ସେଠାରେ ପ୍ରବିଷ୍ଟ ହୋଇ କୃଷ୍ଣ ପ୍ରଥମେ ସେହି ଶିଳାର ଚତୁର୍ଦ୍ଦିଗରେ ତିନିଥର ପୂର୍ବକ ସିଦ୍ଧମାନଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ଶେଷରେ ନିଜ ଭୁଜରେ ତାହା ଭୂପୃଷ୍ଠରୁ ଉପରକୁ ଚାରି ଅଙ୍ଗୁଳି ପର୍ଯ୍ୟନ୍ତ ଉତ୍ତୋଳନ କଲେ । କଥିତ ଅଛି ଯେ, ସେହି ଶିଳା ଏକ ଯୋଜନ ଉଚ୍ଚ, ଏକ ଯୋଜନା ପ୍ରସ୍ଥ ଏବଂ ଏକ ଯୋଜନ ଦୀର୍ଘ । ଏ ଶିଳାକୁ ଯେ ଭୁପୃଷ୍ଠରୁ ଉଠାଇ ପାରେ ସେ ପୃଥିବୀରେ ମହାବଳୀରୂପେ ପୂଜା ପାଉଥିଲେ ।

 

ଶ୍ରୀ ରବିଷୋଣାଚାର୍ଯ୍ୟକୃତି ଜୈନ ପଦ୍ମପୁରାଣ, ୪୮ଶ ପର୍ବରେ ଲେଖାଅଛି, ଶ୍ରୀରାମ ଓ ଲକ୍ଷ୍ମଣ ଉକ୍ତ କୋଟିଶିଳା ନିକଟରେ ଉପସ୍ଥିତ ହୋଇ ସେହି ମନୋହର ଶିକାରପଦ ଦେଶରେ ଶିକାର ପୂଜା କରିଥିଲେ । ଲକ୍ଷ୍ମଣ ଣମୋକାର ମନ୍ତ୍ର ପାଠ କରି ଉକ୍ତ ଶିଳାକୁ କିଛି ଉପରକୁ ଉଠାଇଥିଲେ । ତା’ପରେ ସେମାନେ ସମ୍ମେଦ ଶିଖର ଆରୋହଣ କରିଥିଲେ । ସମ୍ମେଦ ନାମକ ଗିରି ଏଠାରେ ଅବସ୍ଥିତ ଥିବା ଏଥିର ପ୍ରକଟ ହୁଏ । ଜୈନଧର୍ମଭୂଷଣ ଧର୍ମ ଦିବାକର ବ୍ରହ୍ମଚାରୀ ଶୀତଳ ପ୍ରସାଦଜୀଙ୍କ ସଙ୍କଳିତ ପ୍ରାଚୀନ ଜୈନ ସ୍ମାରକ ନାମକ ଗ୍ରନ୍ଥରେ ଉପରୋକ୍ତ “କୋଟିଶିଳା ସଙ୍ଗେ ଗଞ୍ଜାମର ଆସିକା ଓ ଭଞ୍ଜନଗର ମଧ୍ୟବର୍ତ୍ତୀ କେଶରାପଲ୍ଲୀ ନିକଟସ୍ଥ ମାଳତୀ ନାମକ ପାହାଡ଼ ସମାନ ବୋଲି ଉଲ୍ଲେଖ କରାଯାଇଛି । ଏଠାରେ ଅଦ୍ୟାପି ବହୁ ସରାକ ଜାତୀୟ ଲୋକେ ବାସ କରନ୍ତି । ଏମାନେ ପୂର୍ବେ ଜୈନଧର୍ମାବଲମ୍ୱୀ ଥିଲେ । କିନ୍ତୁ କାଳକ୍ରମେ ବ୍ରାହ୍ମଣ ଧର୍ମର ଅଭ୍ୟୁଥାନ ପରେ ସେମାନେ ସେହି ଧର୍ମ ଗ୍ରହଣ କଲେ ! ଗଞ୍ଜାମର କଳିଙ୍ଗ କୁମୁଟି ନାମରେ ଯେଉଁ ଜାତି ବାସ କରନ୍ତି ସେମାନଙ୍କର ମୁଖ୍ୟ ବ୍ୟବସାୟ ବାଣିଜ୍ୟ । ଏମାନେ ସୁଦୂର ଦାକ୍ଷିଣାତ୍ୟରୁ ଉଠିଆସି କଳିଙ୍ଗରେ ବାଣିଜ୍ୟ ବ୍ୟବସାୟ କରୁଥିବାରୁ କଳିଙ୍ଗ କୁମୁଟି” ନାମର ପରିଚିତ ହୋଇଅଛନ୍ତି । ଏମାନେ ସମ୍ଭବତଃ ଦାକ୍ଷିଣାତ୍ୟର ମହିଶୂର ଗଙ୍ଗମାନଙ୍କ ରାଜ୍ୟରୁ ଉଠି ଆସି ଉଭୟ ଗଙ୍ଗ ରାଜ୍ୟରେ ବ୍ୟବସାୟିକ ଯୋଗସୂତ୍ର ରକ୍ଷା କରି ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ । ଅଦ୍ୟାପି ସେମାନଙ୍କର କୌଳିକ ଆଚାରରୁ ଏହା ପ୍ରମାଣିତ ହୁଏ ସେମାନଙ୍କର କେତେକ ଦାନ ସମ୍ବଳିତ ଅନୁମାନରୁ ଏହା ପ୍ରମାଣିତ ହୁଏ । ବର୍ତ୍ତମାନ ପ୍ରଶ୍ନ ହେଉଛି, କୋଟିଶିଳା କଳିଙ୍ଗର କେଉଁଠାରେ ଥିଲା ? ମୋର ମନ ହୁଏ ଚିକିଟିଠାରୁ ଅନତିଦୂରରେ “କୋଟିଲିଙ୍ଗ” ନାମକ ଗୋଟିଏ ଗ୍ରାମ ବିଦ୍ୟମାନ । ଏଥରୁ ୭୩ ଶକାବ୍ଦୀରୁ ଆରମ୍ଭ କରି ବିଭିନ୍ନ ଯୁଗର ପ୍ରତ୍ନତତ୍ତ୍ୱ ସମ୍ବଳିତ ଭଗ୍ନ ମନ୍ଦିର, ପ୍ରାଚୀନ ଇଷ୍ଟାକାଦି ଭୁପୃଷ୍ଠରୁ ଆବିଷ୍କୃତ ହୋଇଥିଲା । ଶୁଣାଯାଏ ଚିକିଟିରେ ରାଜା ସାହେବ ତାହା ନେଇଥିଲେ । ଅନୁସନ୍ଧାନ କରି ସୁଦ୍ଧା ସେଗୁଡ଼ିକ ଏପର୍ଯ୍ୟନ୍ତ ଆମ୍ଭର ହସ୍ତଗତ ହୋଇ ନାହିଁ । ପ୍ରକୃତରେ କହିବାକୁଗଲେ ଶ୍ୱେତକପୁର ଯଦି ବାହୁଦା ନଦୀକୂଳରେ ଚିକିଟିର କୌଣସି ସ୍ଥାନକୁ ନିର୍ଦ୍ଦେଶ କରେ ଏବଂ ଜୈନ ତୀର୍ଥ କୋଟିଶୀଳା ଯେବେ ଚିକିଟି ଅନ୍ତର୍ଗତ କୋଟିଲିଙ୍ଗିଠାରେ ଅବସ୍ଥିତ ବୋଲି ପ୍ରମାଣିତ ହୁଏ, ତାହାହେଲେ ଓଡ଼ିଶା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ।

 

(ଭାରତ ପ୍ରତ୍ନତତ୍ତ୍ୱ ବିଭାଗରୁ ‘ଭୁବନେଶ୍ୱର’ ନାମକ ଯେଉଁ ପୁସ୍ତିକା ପ୍ରକାଶିତ ହୋଇଅଛି ସେଥିରେ ଲେଖା ଅଛି)–

 

ଖାରବେଳ ଖୁବ କ୍ଷମତାଶାଳୀ ରାଜା ଥିଲେ ଏବଂ ସେ ଦିଗ୍‍ବିଜୟ କରିଥିଲେ । ଖାରବେଳ ଜୈନଧର୍ମ ପୋଷକ ଥିଲେ । ମୌର୍ଯ୍ୟ ବଂଶର ଅଭ୍ୟୁତଥାନର ପୂର୍ବରୁ କଳିଙ୍ଗରେ ଜୈନଧର୍ମ ପ୍ରତିଷ୍ଠିତ ଧର୍ମ ହୋଇ ସାରିଥିଲା । ନନ୍ଦମାନେ କଳିଙ୍ଗରୁ ଯେଉଁ ଜୈନ ମୂର୍ତ୍ତି ପାଟଳୀପୁତ୍ରକୁ ନେଇ ଯାଇଥିଲେ, ସେହି ମୂର୍ତ୍ତି ଖାରବେଳ ଦିଗ୍‍ବିଜୟରେ ଫେରାଇ ଆଣିଥିଲେ । ଚେଦି ବଂଶର ଆନୁକୂଲ୍ୟରେ ଖଣ୍ଡଗିରି-ଉଦୟଗିରି ବଳିଷ୍ଠ ଜୈନ କେନ୍ଦ୍ରରେ ପରିଣତ ହୋଇଥିଲା, ଆଉ ଖଣ୍ଡଗିରି-ଉଦୟଗିରି ପାହାଡ଼ର ଜୈନ ସନ୍ନ୍ୟାସୀ ରହିବାପାଇଁ ବିହୁ ଗୁମ୍ଫା ଖୋଦିତ ହୋଇଥିଲା । ଏହି ସବୁ ଗୁମ୍ଫା ମଧ୍ୟରୁ ରାଣୀ ଗୁମ୍ଫା ଅତି ପ୍ରସିଦ୍ଧ । ତା’ଛଡା ଅନନ୍ତ, ଗଣେଶ, ମଞ୍ଚପୁରୀ ପ୍ରଭୃତି ଗୁମ୍ଫା ମଧ୍ୟ ଖୋଦିତ ହୋଇଥିଲା । ଶୈବଧର୍ମର ଅଭ୍ୟୁଥାନରେ ବୌଦ୍ଧଧର୍ମର ପ୍ରଭାବ କମିଗଲେ ମଧ୍ୟ ଜୈନଧର୍ମ ଅକ୍ଷୁର୍ଣ୍ଣ ରହିଥିଲା । ଏହି ଜୈନ ପ୍ରଭାବ ଭୌମ ଏବଂ ସୋମବଂଶୀ ରାଜାମାନଙ୍କ ଉପରେ ମଧ୍ୟ ରହିଥିଲା । ଖାରବେଳଙ୍କ ପରେ ଭୌମ ଓ ସୋମବଂଶୀ ରାଜାମାନଙ୍କ ଉପରେ ଯେଉଁ ପ୍ରଭାବ ପଡ଼ିଥିଲା ତାହା ଖୋଦିତ ଲେଖାରୁ ଜଣା ପଡ଼େ ।

 

ଶ୍ରୀଯୁକ୍ତ ସତ୍ୟନାରାୟଣ ରାଜଗୁରୁ କହନ୍ତି–

 

ବାଣପୁରରୁ ମିଳିଥିବା ଶୈଳୋଦ୍ଭବବଂଶୀୟ ରାଜା ଧର୍ମରାଜ ଦେବଙ୍କର ରାଣୀ ବାଣପୁର ଉଗବତୀଙ୍କର ବଳି, ଚରୁ ଇତ୍ୟାଦି ନିମନ୍ତେ ଗୋଟିଏ ଗ୍ରାମ ଦାନ କରି ସେଥିରେ କେତେକ ଜୈନ ଗୁରୁଙ୍କୁ ନିଯୁକ୍ତ କରିଥିବା କଥା ଜଣାଯାଏ । ସେ ଜୈନ ଗୁରୁମାନଙ୍କର ଚନ୍ଦ୍ର ଉପାଧି ଥିଲା । ପୁଣି ସେମାନେ ଆଚାର୍ଯ୍ୟ ଅର୍ଥାତ୍ ପୂଜକରୂପେ ପରିଚିତ ହେଉଥିଲେ । କଳିଙ୍ଗର ଆଉ ଜଣେ ରାଜା ଖ୍ରୀଷ୍ଟୀୟ ୧୨ଶ ଶତାବ୍ଦୀ ପରେ ଜୈନମାନଙ୍କୁ ଉତ୍ସାହିତ କରୁଥିବାର ଜଣାଯାଏ-। ସେ ରାଜାଙ୍କର ନାମ ରାଜରାଜଦେବ । ତାଙ୍କ ନାମରେ ଗୋଟିଏ ଜୈନ ମନ୍ଦିର ରାଜରାଜ ଜିନାଳୟ ନାମରେ କଳିଙ୍ଗରେ ପ୍ରତିଷ୍ଠା ଲାଭ କରିଥିଲା । ବିଜୟନଗରଠାରୁ ଅଳ୍ପ ଦୂରରେ ସେ ମନ୍ଦିରଟି ଥିବାର ଜଣାଯାଏ । ସେଥିରେ ଯେଉଁ ଗୁରୁ ଅବସ୍ଥାନ କରୁଥିଲେ ତାଙ୍କର ଶିଷ୍ୟରୁପେ ବିଦେଶାଗତ, କଳିଙ୍ଗ କୁମୁଟିମାନେ ବହୁ ଦାନ କରିଥିବା ପ୍ରସଙ୍ଗ କେତେକ ଶିଳାନୁଶାସନରୁ ଜଣାଯାଏ । ସେହି କୁମୁଟିମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ସୁଦୁର ଲଙ୍କା ଦ୍ୱୀପରୁ କଳିଙ୍ଗକୁ ପୂର୍ବେ ଯାତ୍ରା କରୁଥାନ୍ତି । ଲଙ୍କା ବା ସିଂହଳ ସନ୍ନିକଟ ପାଣ୍ଡ୍ୟ ରାଜ୍ୟ ସମେତ ମହୀଶୂରର କେତେକ ଅଞ୍ଚଳରେ ଅତି ପ୍ରାଚୀନ କାଳରୁ ଜୈନମାନଙ୍କର ପ୍ରାଧାନ୍ୟ ରହିଥିବା କ୍ରେସ୍ଥ ଇତିହାସରୁ ପ୍ରମାଣିତ ହୁଏ ! ମହୀଶୂର ଗଙ୍ଗବଂଶୀୟ ରାଜାମାନେ ପୂର୍ବେ ଜୈନଧର୍ମାବଲମ୍ବୀ ଥିଲେ । ତାଙ୍କର ମୌଳିକ ଇତିହାସରୁ ଜଣାଯାଏ ଯେ କଳିଙ୍ଗରୁ ପୂର୍ବେ ସେମାନେ ଯେତେବେଳେ ସୁଦୂର ଦକ୍ଷିଣକୁ ଯାତ୍ରା କରନ୍ତି, ପଥ ମଧ୍ୟରେ କୌଣସି ଜୈନଋଷିଙ୍କଦ୍ୱାରା ଆଦିଷ୍ଟ ହୋଇ ସେମାନେ ବନବାସୀ ନାମକ ରାଜ୍ୟରେ ଅର୍ଥାତ୍‍ ଆଧୁନିକ ମହୀଶୂରରେ ଗୋଟିଏ ରାଜ୍ୟ ସ୍ଥାପନ କଲେ । ସେମାନଙ୍କ ସଙ୍ଗେ କଳିଙ୍ଗର ଗଙ୍ଗବଂଶୀୟ ରାଜାମାନଙ୍କର ସମ୍ପର୍କ ଛିନ୍ନ ହୋଇ ନଥିବାରୁ ସେହି ଦାକ୍ଷିଣାତ୍ୟ ଅଞ୍ଚଳରୁ ବାଣିଜ୍ୟ ସୂତ୍ରରେ ବହୁ ଜୈନ ବଣିକ ଏବଂ ଧର୍ମ ପ୍ରଚାରକ ଓଡ଼ିଶାରେ ବାସ କରିବାକୁ ଲାଗିଲେ ।

 

ଏହିଠାରେ ଆଉ ଗୋଟିଏ ବିଷୟ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରେ । ଅଶୋକଙ୍କର ଧଉଳି ଅନୁଶାସନ ନିକଟରେ ଯେଉଁ ହସ୍ତୀବିଗ୍ରହ ଦେଖାଯାଏ, ପୁଣି ଖାରବେଳଙ୍କ ଉଦୟଗିରି ଗୁମ୍ଫାରେ ଯେଉଁ ହସ୍ତୀବିଗ୍ରହ ଅଛି ତାହା ଜୈନ ଏବଂ ବୌଦ୍ଧ ଧର୍ମର ଏକ ବିଶିଷ୍ଟ ଚିହ୍ନ ବୋଲି ଗ୍ରହଣ କରାଯିବା ଉଚିତ । କାରଣ ପ୍ରାଚୀନ ନିୟମାନୁଯାୟୀ ରାଜକୀୟ ମୁଦ୍ରାମାନଙ୍କରେ ଧର୍ମ ସଂପୃକ୍ତ ଲାଞ୍ଛନ ମୁଦ୍ରିତ କରିବା କଥା ରହିଥିଲା, ଯଥା, ଶୈବ ଧର୍ମାବଲମ୍ୱୀ ରାଜାମାନେ ବୃଷଭ ଲାଞ୍ଛନ ବ୍ୟବହାର କରୁଥିଲେ, ଏବଂ ବୈଷ୍ଣବ ଧର୍ମାବଲମ୍ୱୀ ରାଜାମାନେ ଗରୁଡ଼ ଲାଞ୍ଛନ ବ୍ୟବହାର କରୁଥିଲେ । ଏଠାରେ କହିବା ଉଚିତ ଯେ କଳିଙ୍ଗର ଦେବେନ୍ଦ୍ର ବର୍ମା ନାମକ ଜଣେ ରାଜାଙ୍କର ଗୋଟିଏ ତାମ୍ର ଶାସନ ମହୀଶୂରଠାରେ ରାଜପ୍ରାସାଦରେ ସଂରକ୍ଷିତ ହୋଇଥିଲା; ସେଥିରେ ଲାଞ୍ଛନରୂପୀ ହସ୍ତୀ ଚିହ୍ନ ବ୍ୟବହୃତ ହୋଇଅଛି । ମହୀଶୂରର ଗଙ୍ଗମାନେ ଜୈନ ଧର୍ମାବଲମ୍ବୀ ଥିବାରୁ ତାଙ୍କର ହସ୍ତୀ ଚିହ୍ନ ଥିଲା । ସେମାନେ ପ୍ରଥମ କଳିଙ୍ଗରୁ ଉଠିଯିବା, ହେତୁ ସେ ଧର୍ମ କଳିଙ୍ଗର ମହେନ୍ଦ୍ର ନିକଟର୍ତ୍ତୀ କୌଣସି ଅଞ୍ଚଳରେ ପ୍ରସାର ଲାଭ କରିଥିବା 'ସମ୍ଭବ । ସୁତରାଂ ଏ ଦୃଷ୍ଟିରୁ ବିଚାର କରିବାକୁ ହେଲେ ଜୈନ ଧର୍ମାବଲମ୍ବୀ ରାଜା ଖାରବେଳ ଭୁବନେଶ୍ୱର ସନ୍ନିକଟ ଉଦୟଗିରି ଗୁମ୍ଫାରେ ଯେଉଁ ହସ୍ତୀ ଚିହ୍ନ କଳିଙ୍ଗର ଗଙ୍ଗବଂଶୀୟ ରାଜାମାନେ ମହୀଶୂରକୁ ଉଠିଯିବା ପୂର୍ବରୁ ସେଠାରେ ବ୍ୟବହାର କରୁଥିବା ଖୁବ ସମ୍ଭବ। ଏଣୁ ବୋଧହୁଏ ସେମାନେ ଗଜପତି ଆଖ୍ୟାରେ ନିଜକୁ ପରିଚିତ କରିଅଛନ୍ତି । ତାଙ୍କ ମଧ୍ୟରୁ ଯେଉଁ ଶାଖାଟି ଦକ୍ଷିଣକୁ ଉଠିଗଲା, ସେ ଶାଖା ବଂଶଧରମାନେ ବହୁକାଳ ପର୍ଯ୍ୟଟନ କରି ସେହି ହସ୍ତୀ ଚିହ୍ନ ସଙ୍ଗେ ଜୈନଧର୍ମର ଆଶ୍ରୟ କରିଥିଲେ । କିନ୍ତୁ କଳିଙ୍ଗରେ ତାଙ୍କର ଯେଉଁ ଶାଖା ରହିଥିଲା, ସେ ଖ୍ରୀଷ୍ଟୀୟ ୭ମ ଶତାବ୍ଦୀ ପରେ ଜୈନ ନାମ ପରିତ୍ୟାଗ ପୂର୍ବକ ବ୍ରାହ୍ମଣ୍ୟ ଧର୍ମରେ ଦୀକ୍ଷିତ ହୋଇ ଶୈବ ଗୁରୁଙ୍କ ଆଶ୍ରୟରେ ହସ୍ତୀ ଚିହ୍ନ ପରବର୍ତ୍ତେ ବୃଷଭ ଚିହ୍ନ ପ୍ରବର୍ତ୍ତିତ କରି ସୁଦ୍ଧା ନିଜକୁ ଗଜପତି ଅଖ୍ୟାରେ ଭୂଷିତ କରିଅଛନ୍ତି । ଜୈନ ପୁରାଣମାନଙ୍କରୁ ଜଣାଯାଏ ଯେ କୋଟିତୀର୍ଥ ନାମକ ଗୋଟିଏ ପାହାଡ଼ କଳିଙ୍ଗର ରହିଥିଲା-। ଜୈନ ରାମାୟଣ ଓ ହରିବଂଶରେ ଏହି ସମ୍ବନ୍ଧେ ଯଥେଷ୍ଟ ବର୍ଣ୍ଣନା ଦେଖିବାକୁ ମିଳେ । ଏକଦା ରାମଚନ୍ଦ୍ର ଓ ଲକ୍ଷ୍ମଣ ସେହି ପାହାଡ଼ ତଳେ ଉପସ୍ଥିତ ହୋଇ ନିଜ ନିଜର ଶକ୍ତି ପରୀକ୍ଷା ଉଦେଶ୍ୟରେ ତାହା ତଳୁ ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେହିପରି ଶ୍ରୀକୃଷ୍ଣ ମଧ୍ୟ ଜରାସନ୍ଧ ସଙ୍ଗେ ଯୁଦ୍ଧ କରିବା ପୂର୍ବରୁ ସେହି ପାହାଡ଼ ତଳେ ଉପସ୍ଥିତ ହୋଇ ସେହି ପାହାଡ଼କୁ ଉଠାଇବା ଉଦ୍ୟମ କରିଥିଲେ । କଥିତ ଅଛି ଯେ ଉକ୍ତ ପାହାଡ଼ ଉପରେ ବହୁ ସଂଖ୍ୟକ ଜୈନ ତପସ୍ୱୀ ବାସ କରୁଥାନ୍ତି-

 

କେହି କେହି ପଣ୍ଡିତଙ୍କ ମତରେ ତାହା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକା ସନ୍ନିକଟ ଆଧୁନିକ ମାଳତୀ ପାହାଡ଼ । ଏଠାରେ ଗୋଟିଏ ବିଶାଳ ଶିଳାଗାତ୍ରରେ ଏକ ଖୋଦିତ ଦୀପାଳି ଅଛି-। ସେଥିରେ ତୈଳ ପୂର୍ଣ୍ଣ କରି ଅତି ଉଜ୍ଜ୍ୱଳ ଆଲୋକ ଜଳାଗଲେ ବହୁ ଦୂର ପଥ ଦେଖାଯାଉଥିଲା । ସେହି ଆଲୋକରେ ଆକୃଷ୍ଟ ହୋଇ ଯାତ୍ରୀମାନେ ସେଠାରେ ଉପସ୍ଥିତ ହେଉଥିଲେ, ପୁଣି ବୈଦେଶିକମାନେ ପଥଭ୍ରଷ୍ଟ ହେଉନଥିଲେ । ସମ୍ଭବତଃ ଆଧୁନିକ ଯୁଗର ମହାଦୀପ ପ୍ରଥା ଏଠାରୁ ଉତ୍ପତ୍ତି ଲାଭ କରିଛି । ଆଜି ସୁଦ୍ଧା କୌଣସି ନିର୍ଦ୍ଦଷ୍ଟ ରାତ୍ରିରେ ଜଗନ୍ନାଥଙ୍କ ମନ୍ଦିର ଉପରେ ମହାଦୀପ ପ୍ରଜ୍ଜ୍ୱଳିତ କରିବା ପ୍ରଥା ରହିଛି । ଏଠାରେ ଉଲ୍ଲେଖ କଲେ ଅସଙ୍ଗତ ହେବ ନାହିଁ ଯେ ଖ୍ରୀଷ୍ଟ୍ରୀୟ ୭ମ ଶତାବ୍ଦୀ ପ୍ରଥମ ଭାଗରେ ଚୀନ ପରିବ୍ରାଜକ ହୁଏନ୍ ସାଂ ଯେତେବେଳେ ଓଡ଼ିଶାର ଚାରିତ୍ର୍ୟ ବନ୍ଦରରେ ଉପସ୍ଥିତ ହୋଇଥିଲେ ସେତେବେଳେ ଘୋର ଅନ୍ଧକାର ରାତ୍ରିରେ ଦୂର ଆକାଶସ୍ଥ ଦିଗ୍‍ବଳୟ ମଧ୍ୟରେ ଅତ୍ୟୁଜ୍ଜ୍ୱଳ ତାରକାତୁଲ୍ୟ ଗୋଟିଏ ଆଲୋକ ସେ ଦେଖିଥିବା ପ୍ରସଙ୍ଗ ତାଙ୍କର ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ କରିଛନ୍ତି ।

 

ସମ୍ଭବତଃ ସେହି ଉଜ୍ଜ୍ୱଳ ଆଲୋକଟି କୌଣସି ବୌଦ୍ଧ ବା ଜୈନ ମନ୍ଦିର ଉପରିସ୍ଥ ମହାଦୀପ ବ୍ୟତୀତ ଆଉ କିଛି ନୁହେଁ । ଜୈନମାନଙ୍କର ସେହି ମହାଦୀପ ବ୍ୟତୀତ ଆଉ କିଛି ନୁହେଁ । ଜୈନମାନଙ୍କର ସେହି ପ୍ରାଚୀନ ପ୍ରଥା କାଳକ୍ରମେ ହିନ୍ଦୁମାନେ ଗ୍ରହଣ କରିଥିବାରୁ ଅଦ୍ୟାପି କାର୍ତ୍ତିକ ମାସରେ ଧର୍ମ ମନ୍ଦିର ସମ୍ମୁଖରେ ଗୋଟିଏ ଉଚ୍ଚ ବଂଶଦଣ୍ଡ ପ୍ରୋଥିତ କରି ତଦ୍ରୁପରି ରାତ୍ରି କାଳରେ ମହାଦୀପ ପ୍ରଜ୍ଜ୍ୱଳିତ କରିବା କଥା ଓଡ଼ିଶାରେ ପ୍ରଚଳିତ ଅଛି । ଏହାର ଲକ୍ଷ୍ୟ ସମ୍ଭବତଃ ଦୁରାଗତ ବୈଦେଶିକ ଧର୍ମ ପ୍ରଚାରକ ଓ ଯନ୍ତ୍ରୀମାନଙ୍କୁ ଅନ୍ଧକାର ରାତ୍ରୀରେ ଯଥା ସ୍ଥାନରେ ପହଞ୍ଚାଇଦେବା । ଖ୍ରୀଷ୍ଟୀୟ ୩ୟ ଶତାବ୍ଦୀରୁ ଆରମ୍ଭ କରି ବହୁକାଳ ପର୍ଯ୍ୟନ୍ତ ଉତ୍ତର ଭାରତୀୟ ଆର୍ଯ୍ୟ ସମ୍ପ୍ରଦାୟ କଳିଙ୍ଗ ପଥରେ ଦକ୍ଷିଣ ଭାରତକୁ ଯେତେବେଳେ ଗତି କରୁଥିଲେ ସେତେବେଳେ ମହେନ୍ଦ୍ର ପର୍ବତ ଓ ତା’ର ପାରିପାର୍ଶ୍ୱିକ ଅଞ୍ଚଳରେ ହିନ୍ଦୁ ଜୈନଧର୍ମ ବିଶେଷ ଭାବରେ ପ୍ରାଧାନ୍ୟ ବିସ୍ତାର କରିଥିବାର ଜଣାଯାଏ । ପ୍ରୟାଗରୁ ବାହାରି ମଧ୍ୟଭାଗସ୍ଥ ସୁରଗୁଜା, ଯଶପୁର, ବିଳାସପୁର, ରାୟଗଡ଼, ବଲାଙ୍ଗୀର, କଳାହାଣ୍ଡି ଦେଇ ଗଞ୍ଜାମ ମାଳରେ ଥିବା କଳିଙ୍ଗା ଘାଟି ବାଟେ ମହେନ୍ଦ୍ର ପର୍ବତରେ ପହଞ୍ଚିବାପାଇଁ ଗୋଟିଏ ପ୍ରଶସ୍ତ ରାଜପଥ ରହିଥିଲା, ଯେଉଁ ପଥରେ ମହାରାଜ ସମୁଦ୍ର ଗୁପ୍ତ ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀରେ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ସମ୍ପନ୍ନ କରିଥିଲେ । ସେହି ପଥରେ ବ୍ରାହ୍ମଣ୍ୟ ଧର୍ମାବଲମ୍ବୀ ବହୁସଂଖ୍ୟକ ଧର୍ମଯାଜକ ଦାକ୍ଷିଣାତ୍ୟକୁ ଗଲାବେଳେ ମହେନ୍ଦ୍ରସ୍ଥ ମାଠରବଂଶୀୟ ରାଜାମାନଙ୍କ ସାହଚର୍ଯ୍ୟରେ ଦାକ୍ଷିଣାତ୍ୟର ଶାଲଙ୍କାୟନବଂଶୀୟ ରାଜ୍ୟମାନଙ୍କଦ୍ୱାରା ବହୁ ସମ୍ମାନ ଓ ଗୌରବ ଲାଭ କରୁଥିଲେ । ଶାଲଙ୍କାୟନବଂଶୀୟ ରାଜାମାନଙ୍କର ପ୍ରଦତ୍ତ ତାମ୍ର, ଶାସନମାନଙ୍କରୁ ପ୍ରମାଣିତ ହୁଏ ଯେ ଉତ୍ତର ଭାରତରେ ପ୍ରଚଳିତ ପ୍ରାକୃତ ଭାଷା ଦ୍ରାବିଡ଼ୀୟ ଦେଶମାନଙ୍କରେ ପ୍ରଚଳିତ କରିବା ମୂଳରେ ସେହି ବ୍ରାହ୍ମଣ ସମ୍ପ୍ରଦାୟର ଲକ୍ଷ୍ୟ ସାଧିତ ହେଉଥିଲା । ସେମାନେ ଅଶ୍ୱମେଧାଦି ବହୁ ଯଜ୍ଞ ଅନୁଷ୍ଠାନ କରି ଆର୍ଯ୍ୟେତର ଜାତିମାନଙ୍କୁ ସ୍ୱୟଧର୍ମ ଓ ଭାଷାର ପ୍ରଭାବିତ କରିବା ଚେଷ୍ଟା କରୁଥାନ୍ତି । ଏଥିପାଇଁ କଳିଙ୍ଗର ତାତ୍କାଳୀନ ରାଜନ୍ୟବର୍ଗ ସେମାନଙ୍କୁ ଯଥେଷ୍ଟ ଉତ୍ସାହ ପ୍ରଦାନ କରୁଥିବା ଲକ୍ଷିତ ହୁଏ ।

 

ବ୍ରାହ୍ମଣ୍ୟଧର୍ମ ତଥା ଜୈନଧର୍ମର ପ୍ରସାର ସଙ୍ଗେ ସଙ୍ଗେ ମଧ୍ୟ-କଳିଙ୍ଗରେ ଯେଉଁ ସବୁ ସମ୍ପ୍ରଦାୟ ବାସ କରିବାକୁ ଲାଗିଲେ, ସେମାନଙ୍କ ମଧ୍ୟରେ ଏକଆଡ଼େ ବ୍ରାହ୍ମଣ, କାୟସ୍ଥ ଇତ୍ୟାଦି ‘ଶିକ୍ଷିତ ସମ୍ପ୍ରଦାୟ ବ୍ରାହ୍ମଣ୍ୟ ଧର୍ମକୁ ଆଶ୍ରୟ କଲାବେଳେ, ଅନ୍ୟଆଡ଼େ ବଣିକ ସମ୍ପ୍ରଦାୟ ବା ସାଧୁ ବା ସାଧବ (କଳିଙ୍ଗ କୁମୁଟି) ଓ ସରାଫ ନାମକ ଜାତି ଗୁଡ଼ିକ ଜୈନଧର୍ମକୁ ଆଶ୍ରୟ କରିଥାନ୍ତି । ସେମାନେ ପ୍ରତ୍ୟେକେ ରାଜକୀୟ ଉତ୍ସାହ ଓ ସମ୍ମାନ ଅଂଶରେ ପାଉଥିବାରୁ ଜୈନ ମନ୍ଦିର ସଙ୍ଗେ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ଲାଭ କରିବାକୁ ଲାଗିଲା । ତେଣୁ ଶୈଳୋଦ୍ଭବବଂଶୀୟ ରାଜା ଧର୍ମରାଜ ଯଜ୍ଞାଦି ଅନୁଷ୍ଠାନ କରି ବ୍ରାହ୍ମଣମାନଙ୍କୁ ବହୁ ଦାନ ଶାସନ ପ୍ରଦାନ କରୁଥିଲା ବେଳେ ତାଙ୍କ ରାଣୀ କଲ୍ୟାଣ ମହାଦେବୀ ଜୈନ ତାନ୍ତ୍ରିକମାନଙ୍କୁ ଉତ୍ସାହିତ କରି ବାଣପୁର ଭଗବତୀଙ୍କ ମନ୍ଦିରପାଇଁ କେତେକ ଭୂମି ପ୍ରଦାନ କରିଥିବା ତାମ୍ର ଶାସନ ଲେଖାରୁ ପ୍ରମାଣିତ ହୁଏ ।

 

ଧର୍ମରାଜ ଦେଓଙ୍କ ବାଣପୁର ତମ୍ୱା ପଟାରେ ଲେଖା ଅଛି–

 

ବିଦିତମସ୍ତୁ ଭବତାଂ ଏତେ ବିଷୟସମ୍ୱନ୍ଧ । ଦରହଦାଚାର୍ଯ୍ୟ ନାସି ଚନ୍ଦ୍ର । ସ୍ତହ ଶିଷ୍ୟ ‘‘ଏକଶାଟ ପ୍ରବୁଦ୍ଧ ଚନ୍ଦ ।" ଯାବତ୍ ଜୀବତି ।

 

ବଳି ସକ୍ର ଚରୁ ପବର୍ତ୍ତନାୟ । ଭଗବତୀ ଶ୍ରୀ ରାଜ୍ଞୀ ଶ୍ରୀ କଲ୍ୟାଣଦେବୀ । ନଧାରଣେ ବିଷୟ ସମ୍ବନ୍ଧ । ସୁବର୍ଣ୍ଣ ରଲୋଣ୍ଡି ଟିମ୍ପିର ତ୍ରୀଣି। ରାଆଣ୍ଡସୀମ ସମ୍ବନ୍ଧଃ ମଧୁବାଟକ ଗ୍ରାମ ଟିମ୍ପିର ଦ୍ୱୟଂ ।

 

ଜୈନମାନେ ରସବୈଦ୍ୟ ଥିଲେ । ସାରସ୍ଵତ ବ୍ରାହ୍ମଣମାନେ ଜୈନ୍ୟ ଥିଲେ । କୁମାରସେଣଙ୍କ ପ୍ରସ୍ତର ସ୍ଥାପତ୍ୟ ଗଣ୍ଡିବେଡ଼ରୁ ମିଳିଛି । ଏହି କୁମାରସେଣ ଜୈନ ଥିଲେ । ଏହି ମୂର୍ତ୍ତି ଓଡ଼ିଶାର ମ୍ୟୁଜିୟମରେ ଅଛି । ଶ୍ରୀଯୁକ୍ତ ସତ୍ୟନାରାୟଣ ରାଜଗୁରୁ ଏହାକୁ ଆବିଷ୍କାର କରିଥିଲେ । ଗଣ୍ଡିବେଡ ସୋରଠାରୁ ୧୧ ମାଇଲ ଦକ୍ଷିଣକୁ ।

 

ସୁନାରି, କଳିଙ୍ଗ କୁମୁଟି ମରିଗଲେ ପୋଡ଼ା ହୁଅନ୍ତି ନାହିଁ । ପୋତା ହୁଅନ୍ତି । ମରିଗଲେ ରଥରେ ବସେଇ ଦେହଯାକ ସିନ୍ଦୂର ପକାଇଦେବେ । ତା' ପରେ ପୋତିବେ ।

 

ଜୈନମାନଙ୍କର ପର୍ବପର୍ବାଣୀ

 

ଜୈନମାନଙ୍କର ପର୍ବ ହେଉଛି ୨୪ ତୀର୍ଥଙ୍କରଙ୍କର ଜନ୍ମ ଓ ମୃତ୍ୟୁ ତିଥି । ଋଷଭଦେବଙ୍କ ଜନ୍ମ ଚୈତ୍ୟ କୃଷ୍ଣ ନବମୀ । ନିର୍ବାଣ ମାଘ କୃଷ୍ଣ ଚତୁଃର୍ଦ୍ଦଶୀ ।

 

ଅଜିତନାଥ

ମାଘ ଶୁକ୍ଳ ଦଶମୀ (ଜନ୍ମ) ।

 

 

 

ପଞ୍ଚ କଲ୍ୟାଣ ବ୍ରତ

ଗର୍ଭ, ଜନ୍ମ, ତପ, ଜ୍ଞାନ, ନିର୍ବାଣ ଏହି ପାଞ୍ଚଟିକୁ ପଞ୍ଚକଲ୍ୟାଣବ୍ରତ କହନ୍ତି । ୨୪ ତୀର୍ଥଙ୍କରଙ୍କର ୧୨୦ ବ୍ରତ ।

 

 

 

ବିଶିଷ୍ଟ ବ୍ରତଗୁଡ଼ିକର ନାମ

ଅଷ୍ଟାହିକା; କାର୍ତ୍ତିକ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଆଠ ଦିନରେ ଥରେ ପଡ଼େ ।

 

 

 

 

 

ଆଉ ଥରେ ଫାଲ୍‌ଗୁନ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ । (୩) ଆଷାଢ଼ ଶୁକ୍ଳ ଅଷ୍ଟମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ । ଏହିପରି ବର୍ଷକରେ ତିନିଥର ଏହି ବ୍ରତଟି ପଡ଼େ ।

 

 

 

ଷୋଡ଼ଶ କାରଣ ବ୍ରତ

ମାଘ କୃଷ୍ଣ ପ୍ରତିପଦାଠାରୁ ଫାଲ୍‌ଗୁନ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୩୨ ଦିନ ।

 

 

 

ଦଶଲକ୍ଷଣା ବ୍ରତ

ମାଘ ଶୁକ୍ଳ ପଞ୍ଚମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୦ ଦିନ, ଚୈତ୍ର ଶୁକ୍ଳ ପଞ୍ଚମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୦ ଦିନ, ଭାଦ୍ର ଶୁକ୍ଳ, ପଞ୍ଚମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୦ ଦିନ । ଭାଦ୍ର ମାସରେ ଶୁକ୍ଳ ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନନ୍ତ ବ୍ରତ ୪ ଦିନ ।

 

 

 

ପୁଷ୍ପାଞ୍ଜଳି ବ୍ରତ

ମାଘ ଶୁକ୍ଳ ପଞ୍ଚମୀଠାରୁ ନବମୀ ପର୍ଯ୍ୟନ୍ତ । ପୁଣି ଚୈତ୍ର ଶୁକ୍ଳ ପଞ୍ଚମୀଠାରୁ ନବମୀ ପର୍ଯ୍ୟନ୍ତ । ଭାଦ୍ର ଶୁକ୍ଳ, ପଞ୍ଚମୀଠାରୁ ନବମୀ ପର୍ଯ୍ୟନ୍ତ ।

 

 

 

ରତ୍ନତ୍ରୟ ବ୍ରତ

ମାଘଶୁକ୍ଳ ତ୍ରୟୋଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୩ ଦିନ । ଚୈତ୍ର ମାସରେ ମଧ୍ୟ ସେହିପରି । ଭାଦ୍ର ମାସରେ ମଧ୍ୟ ସେହିପରି ଠିକ୍‌ ସେହି ଦିନମାନ ।

 

 

 

ଶୀତଳ ଷଷ୍ଠୀ

 

 

 

 

ଲବ୍ଧି ବିଧାନ ବ୍ରତ

 

 

 

 

ଅକ୍ଷୟ ବିଧାନ ବ୍ରତ

 

ମେଘମାଳ ବ୍ରତ

 

 

 

 

ଜ୍ୟେଷ୍ଠ ଜିନବର ବ୍ରତ

ଏଥିରେ ଋଷଭଙ୍କ ଅଭିଷେକ କରାଯାଏ । ଆଉ ବ୍ରତ ପାଳନ କରାଯାଏ । ଜ୍ୟେଷ୍ଠ କୃଷ୍ଣ ପ୍ରତିପଦାରେ ଆରମ୍ଭ । ପଞ୍ଚମୀ, ଅଷ୍ଟମୀ, ଚତୁର୍ଦ୍ଦଶୀ ଦିନମାନଙ୍କର ଉପବାସ କିମ୍ବା ଏକାଶନ । କୃଷ୍ଣପକ୍ଷରେ ପ୍ରତିପଦା ଦିନ ବ୍ରତ ଆରମ୍ଭ ଉପବାସରେ ଓ ପୂର୍ଣ୍ଣିମୀରେ ବ୍ରତ ଶେଷ ଉପବାସ କରି । କୃଷ୍ଣପକ୍ଷରେ ପଞ୍ଚମୀ, ଅଷ୍ଟମୀ, ଚତୁର୍ଦ୍ଦଶୀ ଉପବାସ, ବାକି ଦିନ ଏକାଶନ। । ଶୁକ୍ଳପକ୍ଷରେ ମଧ୍ୟ ଏହିପରି । ପୂର୍ଣ୍ଣମୀ ଦିନ ଉପବାସ କରି ବ୍ରତ ଶେଷ କରିବ । ଏହି ବ୍ରତ ଜ୍ୟେଷ୍ଠ ମାସଯାକ ।

 

 

 

 

 

ପକ୍ଷାବଳୀ ବ୍ରତ । ଜ୍ଞାନ ପଚିଶୀ ବ୍ରତ । ଅକ୍ଷୟ ଦଶମୀ ବ୍ରତ:- ୨୪ ତୀର୍ଥଙ୍କର ଜ୍ଞାନ କଲ୍ୟାଣ୍ୟକ ଦିନକୁ ସମବସରଣ ବ୍ରତ କହନ୍ତି । ଶୁଭ ପଞ୍ଚମୀ । ଆକାଶ ଦଶମୀ । ନିର୍ଦ୍ଦୋଷ ସପ୍ତମୀ । ସୁବନ୍ଧ ଦଶମୀ, (ଏହା ଭାଦ୍ରମାସ ଶୁକ୍ଳପକ୍ଷ ଦଶମୀ ଦିନ ପଡ଼େ ) । ଚଳନ ଷଷ୍ଠୀ । କ୍ରିୟା ତେପନ ବ୍ରତ । ଜିନଗୁଣ ସମ୍ପତି ବ୍ରତ । ୩୫ ଅକ୍ଷର ନମୋକାରର ୩୫ ଅକ୍ଷର ବ୍ରତ । ଶୀଳ କଲ୍ୟାଣକ ଓ ଶୀଳ ବ୍ରତ, ସୁରପଦ ସୁଖମାଳା, ନକ୍ଷତ୍ରମାଳା, ତ୍ରିଶ ଚବିଶ ବ୍ରତ, ସର୍ବାର୍ଥସିଦ୍ଧଂ, ଏହିପରି ୧୦୮ଟି ବ୍ରତ । ରୋହିଣୀ ନକ୍ଷତ୍ର ବ୍ରତ, କୋକିଳ ପଞ୍ଚମୀ ବ୍ରତ ମଧ୍ୟ ଅଛି ।

 

କେତେଗୁଡ଼ିଏ ଜୈନ ଐତିହାସିକ, ସ୍ତ୍ରୀଙ୍କ ବିଷୟ

୧. ରାଜୁଳ ଦେବୀ (ରାଜମତୀ)

ଏ ଭୋଜବଂଶୀୟ ସ୍ତ୍ରୀ, ରାଜା ଉଗ୍ରସେନଙ୍କ କନ୍ୟା । ବଡ଼ ସୁନ୍ଦରୀ ଥିଲେ । ଶ୍ରୀମତୀ ରାଜୁଳ ଦେବୀଙ୍କ ବିବାହ ତୀର୍ଥଙ୍କର ନେମୀନାଥଙ୍କ ସଙ୍ଗରେ ହେବାର ସ୍ଥିର ହୋଇଥିଲା । ଟୀକା କଂକଣ ଇତ୍ୟାଦି ଆଦ୍ୟ ବିବାହ ବ୍ୟବହାର ହୋଇଯାଇଥିଲା । କିନ୍ତୁ ସେହି ସମୟରେ ଗୋଟିଏ ଘଟଣାରେ ତାଙ୍କ ମନ ବଦଳିଗଲା । ନେମୀଙ୍କ ଭାଇ ବିବାହ କଲେ ଐଶ୍ୱର୍ଯ୍ୟ ସବୁ ତାଙ୍କ ପାଖକୁ ଯିବ ଭାବି ନେମୀଙ୍କ ବୈରାଗ୍ୟ ଉତ୍ପାଦନ କରିବା ପଇଁ ଗୋଟିଏ ଚକ୍ରାନ୍ତ ରଚନା କଲେ । ଉକ୍ତ ଚକ୍ରାନ୍ତ ହେଉଛି ଯେ କେତେଗୁଡ଼ିଏ ପଶୁକୁ ଏକାଠି କରି କଷ୍ଟ ଦେଉଥିଲେ, ସେଥିରେ ସେମାନେ ଚିତ୍କାର କରୁଥିଲେ । ଏଥିରେ ନେମୀନାଥଙ୍କ ବୈରାଗ୍ୟ ହେଲା । ସେ ସ୍ୱଶିରରୁ ମୁକୁଟ ବାହାର କରି ତଳେ ରଖିଦେଲେ ଏବଂ ସନ୍ନ୍ୟାସୀ ହୋଇଗଲେ ଓ ଜୁନାଗଡ଼ ପାହାଡ଼ରେ ରହି ଯୋଗାଭ୍ୟାସ କରିବାକୁ ଲାଗିଲେ । ରାଜୁଳ ଦେବୀ ମଧ୍ୟ ସନ୍ନ୍ୟାସିନୀ ହୋଇଗଲେ ମହା ସତୀ ସବୁ ଭୂଷଣ ଉତାରିଦେଇ କୁଟୁମ୍ବଙ୍କ ସଙ୍ଗରେ ଦେଖାକରି ବିଦାୟ ନେଲେ ଆଉ ସେ ମଧ୍ୟ ସେହି ଗୀର୍ଣାର ପର୍ବତ ଉପରକୁ ଚାଲିଗଲେ । ଦେଖୁଁ ଦେଖୁଁ ନେମୀନାଥ କୈବଲ୍ୟ ପ୍ରାପ୍ତ ହେଲେ ଏବଂ ରାଜୁଳ ଦେବୀ ମଧ୍ୟ ସମାଧି ମରଣ କରି ଇହଧାମ ଛାଡ଼ିଲେ ।

୨. ଶ୍ରୀମତୀ ସୀତା ଦେବୀ

ଇଷ୍ୱାକୁ ବଂଶ ସଂସାରରେ ଖୁବ ପ୍ରସିଦ୍ଧ । ଆଦିନାଥ ତୀର୍ଥଙ୍କର ଋଷଭ ଦେବ ଏହି ବଂଶରେ ଜନ୍ମ ଗ୍ରହଣ କରିଥିଲେ । ଏହି ବଂଶରେ ଆହୁରି ଅନେକ ତେଜସ୍ୱୀ ରାଜର୍ଷି ଜନ୍ମ ଗ୍ରହଣ କରି ଯାଇଛନ୍ତି । ସୀତାଦେବୀଙ୍କ କଥା ତ ସାଧାରଣତଃ ସମସ୍ତଙ୍କୁ ଜଣା ।

୩. ମହାରାଣୀ ଚେଲନାଦେବୀ

 

ଚେଲନାଦେବୀଙ୍କ ପିତାଙ୍କ ନାମ ମହାରାଜ ଚେଟକ । ଏହି ଚେଟକଙ୍କ ରାଜ୍ୟହିଁ ବର୍ତ୍ତମାନ ଚିକିଟି ବୋଲି କେହି କେହି କହନ୍ତି । ଏହି ଚେଲନାଦେବୀଙ୍କ ଗର୍ଭରୁ ମହାବୀର ଜନ୍ମ ହେଲେ ।

 

୪. ସତୀ ଶିରୋମଣି ମୈନା ସୁନ୍ଦରୀ

 

ଉଜ୍ଜୟିନୀ ରାଜା ପଶୁପାଳଙ୍କ କନିଷ୍ଠା କନ୍ୟା ।

 

୫. ବୀରା ରାଣୀ ଦ୍ରୌପଦୀ

 

୬. ଶ୍ରୀମତୀ ମନୋରମାଦେବୀ

ଉଜ୍ଜୟିନୀ କନ୍ୟା ।

 

୭. ଶ୍ରୀମତୀ ରାଣୀ ଦୃଢ଼ବ୍ରତୀ ରୟନମଞ୍ଜୂଷା

 

ଏ ଥିଲେ ହଂସଦ୍ୱୀପର କନ୍ୟା ।

 

୮. ସେହିପରି ଶ୍ରୀମତୀ ମନୋରମାଦେବୀ

 

ଏମାନେ ଇତିହାସ ପ୍ରସିଦ୍ଧ ଜୈନ ରମଣୀ ।

 

ପୂର୍ବରୁ କୁହାଯାଇଅଛି ମହାବୀର ଜୈନଧର୍ମରେ ଦୀକ୍ଷିତ ସାଧୁ ସନ୍ନ୍ୟାସୀମାନଙ୍କର ଚାରିତ୍ର୍ୟ ଠିକ୍‌ ରଖିବାପାଇଁ ଜୈନଧର୍ମାନୁବର୍ତ୍ତୀମାନଙ୍କୁ କେତେଗୁଡ଼ାଏ ପ୍ରଧାନ ଗଣଧରଙ୍କ ଅଧୀନରେ ରଖିଥିଲେ । ସେ ୧୪,୦୦୦ ଅନୁବର୍ତ୍ତୀଙ୍କୁ ୯ଟି ଗଣଧରଙ୍କ ଅଧୀନରେ ରଖିଲେ ।

 

ଜୈନଧର୍ମ, ବୌଦ୍ଧଧର୍ମ ଆଉ ହିନ୍ଦୁ ଧର୍ମ ମଧ୍ୟରେ ଯେଉଁ ଦାର୍ଶନିକ ପାର୍ଥକ୍ୟ ଅଛି ତାହା ନିମ୍ନଲିଖିତ ପ୍ରକାରର–

 

ଉପନିଷଦର ଏକ ଯିଏ, ବୌଦ୍ଧଧର୍ମରେ ବହୁ ସେ । ବୌଦ୍ଧଧର୍ମ କ୍ଷଣିକ ବାଦ ଉପରେ ପ୍ରତିଷ୍ଠିତ । ବେଙ୍ଗୁଲି ଲୋ ବେଙ୍ଗୁଲି, ମହୀ କ୍ଷଣକ୍ଷଣକେ ଆନ ଅର୍ଥାତ୍‌ ପ୍ରତି ମୁହୂର୍ତ୍ତରେ ଏହି ପୃଥିବୀ ବଦଳୁଅଛି ଏବଂ ତଦନୁଯାୟୀ ଏହି ପୃଥିବୀର ପ୍ରତ୍ୟେକ ପଦାର୍ଥ, ବ୍ୟକ୍ତି ବା ଜୀବ ବଦଳୁଅଛି । ଉପନିଷଦରେ ଏକହିଁ ସତ୍ୟ, ବହୁ ମିଥ୍ୟା । ବୌଦ୍ଧଧର୍ମରେ ବହୁହିଁ ସତ୍ୟ, ଏକ ମିଥ୍ୟା; କିନ୍ତୁ ଜୈନ୍ୟଧର୍ମରେ ଆପେକ୍ଷିକ ବହୁତ୍ୱ ସ୍ୱୀକାର କରାଯାଏ । ଅର୍ଥାତ୍‌ ପ୍ରତ୍ୟେକ ମନୁଷ୍ୟ ବା ଜୀବ ସ୍ୱତନ୍ତ୍ର ଭାବରେ ଗତି କରୁଅଛି କିନ୍ତୁ ତାହାହେଲେ ମଧ୍ୟ ସେ କେତେଗୁଡ଼ିଏ ଅବସ୍ଥାର ଅଧୀନ ହୋଇ ଚାଲୁଅଛି । ଏହାହିଁ ଆପେକ୍ଷିକ ବହୁତ୍ୱ ।

 

ଓଡ଼ିଶାରେ ପାର୍ଶ୍ଵନାଥଙ୍କର ବିଚରଣ କରିବା କଥା ପୂର୍ବରୁ କୁହାଯାଇଅଛି । ଆଉ ସେ ଏକ ବସ୍ତ୍ର ପରିଧାନ କରିବାର କଥା ମଧ୍ୟ କୁହାଯାଇଛି କିନ୍ତୁ ହୁଏତ ପାର୍ଶ୍ୱନାଥ ମଧ୍ୟ ଶେଷ ଆଡ଼କୁ ବସ୍ତ୍ର ପରିତ୍ୟାଗ କରିଥିଲେ ଏବଂ ପୂର୍ଣ୍ଣତା ଲାଭ କରିଥିଲେ । ମୋକ୍ଷର ଏହାହିଁ ଲକ୍ଷ୍ୟ । ଜୈନଧର୍ମରେ ନିର୍ଜରାର କଥା ଅଛି । ନିର୍ଜରାର ଅର୍ଥ ହେଉଛି, କର୍ମର ଆଂଶିକ କ୍ଷୟ । ସେହିପରି ଆସ୍ରବଦ୍ୱାରା ଜୀବ କର୍ମ ସହିତ ସଂଯୁକ୍ତ ହୁଏ । ପାର୍ଶ୍ୱନାଥଙ୍କ ସମୟରେ ଚର୍ତୁଯ୍ୟାମ ଥିଲା ଅର୍ଥାତ୍ (୧) ଜୀବହିଂସା କରିବ ନାହିଁ , (୨) ମିଥ୍ୟା କହିବ ନାହିଁ, (୩) ଚୋରି କରିବ ନାହିଁ, (୪) ସମ୍ପତ୍ତିର ଅଧିକାରୀ ହେବ ନାହିଁ । ମହାବୀର ସେଥିରେ ନିର୍ଜରାଟି ଯୋଡ଼ିଲେ ଅର୍ଥାତ୍ କର୍ମକ୍ଷୟ ଦ୍ଵାରା ମୁକ୍ତି ଲାଭ କରିବାକୁ ହେବ ଏବଂ ଏହି କର୍ମକ୍ଷୟ ଉତ୍ତରୋତ୍ତର ଚାରିତ୍ର୍ୟର ଉନ୍ନତିଦ୍ୱାରା ସମ୍ଭବପର ହେବ-

 

ପଣ୍ଡିତ ନୀଳକଣ୍ଠ ଦାସ ଲେଖିଛନ୍ତି ଯେ ଶାକ୍ୟ ମୁନି ଜୈନଧର୍ମର ମହା ସଂସ୍କାରକ ଥିଲେ । ସେ ମଧ୍ୟପନ୍ଥୀ ଜିନ ଥିଲେ ।

 

ସେହି ମଧ୍ୟପନ୍ଥୀ ଜିନ ଆସ୍ତେ ଆସ୍ତେ କରୁଣାମୟ ବୁଦ୍ଧ ରୂପରେ ପରିଣତ ହୋଇଥିଲେ-। ଏହି ଜିନହିଁ ଜଗନ୍ନାଥ ।

 

ଇନ୍ଦ୍ରଭୂତି ତାଙ୍କର ଜ୍ଞାନ ସିଦ୍ଧି ଗ୍ରନ୍ଥର ଆରମ୍ଭରୁ ଲେଖିଛନ୍ତି–

 

‘‘ପ୍ରଶିପତ୍ୟ ଜଗନ୍ନାଥଂ ସର୍ବ ଜିନ ବିରଚିତଂ ଏହିଥିରୁତ ଜଗନ୍ନାଥ ଜିନ ଥିବା ସ୍ପଷ୍ଟ ପ୍ରମାଣ ମିଳୁଛି । ଆମର ସବୁ ଧର୍ମ ଦର୍ଶକ ଓ ସାଧନାର ପରମ୍ପରାର ମୂଳରେ ହେଉଛି ଜୈନ । ଏହି କଥା ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର ଓଡ଼ିଆ ସାହିତ୍ୟର କ୍ରମ ପରିଣାମ ଦ୍ୱିତୀୟ ଭାଗରେ ଲେଖିଅଛନ୍ତି, ଆହୁରି କହିଛନ୍ତି ମୈତ୍ରୀ ଦେବ ଜଗନ୍ନାଥ । ଶବରର ନୀଳମାଧବ ଓ ଆମର ଜଗନ୍ନାଥ । କଳିଙ୍ଗର ଉପାସ୍ୟ ହେଉଛନ୍ତି ଜିନ । ନୀଳକଣ୍ଠ ବାବୁଙ୍କର ସେହି ଓଡ଼ିଆ ସଂସ୍କୃତିକ ସାହିତ୍ୟ ୪୩ ପୃଷ୍ଠାରେ କୁହାହୋଇଛି ଜୈନଧର୍ମ ହେଉଛି ଭାରତର ଦାର୍ଶନିକ ଧର୍ମର ମୂଳ । ବୌଦ୍ଧଧର୍ମ ବୋଲି ଯାହାକୁ କହନ୍ତି ତାହା ଜୈନଧର୍ମର ପ୍ରଥମ-ସଂସ୍କୃତ ପ୍ରକାଶ । ସମସ୍ତ ଉପନିଷଦ୍ ତଥା ସାଂଖ୍ୟ, ବେଦାନ୍ତର ମୂଳ ହେଉଛି ଜୈନ ଦର୍ଶନ । ଜୈନଧର୍ମର ସ୍ୱତନ୍ତ୍ର ସଷ୍ଟିକର୍ତ୍ତା ଈଶ୍ୱର ନାହାନ୍ତି, ସବୁ ଆତ୍ମ ପ୍ରଚେଷ୍ଟା । ଈଶ୍ୱର, ଦେବାଦେବୀ ଏବଂ ସେମାନଙ୍କର ପ୍ରେରିତ ପୟଗମ୍ଭର ପ୍ରଭୃତିର ଅବଲମ୍ବନ ହେଉଛି ମାନବ ସାହିତ୍ୟରେ ଜୈନ ମତରେ ମିଥ୍ୟା ଦର୍ଶନ ।

 

ଖାରବେଳଙ୍କ ଶିଳାଲିପିରେ ଉତ୍କଳରେ ଜୈନଧର୍ମ ଖ୍ରୀ: ପୂ: ପ୍ରଥମ ଶତାବ୍ଦୀରେ ରାଜଧର୍ମରୂପେ ଗୃହୀତ ହୋଇଥିବାର ଉଲ୍ଲେଖ ଅଛି । କେନ୍ଦୁଝର ଜିଲ୍ଲା ସୀତାବିଞ୍ଜ ଗ୍ରାମସ୍ଥ Fres painting ଶୈଳ ମଣ୍ଡପସ୍ଥ ଚିତ୍ରର ଅଧୋଦେଶରେ ଥିବା ବ୍ରାହ୍ମୀ ଲିପି ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀର ବୋଲି ଅନୁମିତ ହୋଇଅଛି । ସେଥିରୁ ଦିଶ ଭଞ୍ଜଙ୍କର ନାମ ମିଳେ । Studies in South Indian Jainisim ୫୧ ପୃଷ୍ଠାରେ ଲେଖାଅଛି ଗଙ୍ଗମାନେ ଗଙ୍ଗଓ୍ୟାଡ଼ିଠାରେ ପ୍ରାୟ ୯୦୦ ବର୍ଷ ରାଜତ୍ୱ କରିଥିଲେ । ଖ୍ରୀ:ବ୍ଦ : ୨ରୁ ୧୧ ପର୍ଯ୍ୟନ୍ତ ଏମାନେ ଜୈନଧର୍ମର ବଡ଼ ସହାୟକ ଥିଲେ ଏବଂ ଏହିମାନେହିଁ ତାମିଲ ଦେଶର ଜୈନଧର୍ମ ପ୍ରଚାରରେ ସାହାଯ୍ୟ କରିଥିଲେ । ଏହି ଗଙ୍ଗମାନେ ଓଡ଼ିଶାରେ ମଧ୍ୟ ଜୈନଧର୍ମର ପକ୍ଷପାତୀ ଥିଲେ, ‘‘The Gangas who ruled the Ganganodi for nearly 9 centries, (second to eleventh century A.D.) had been great patrons of Jainism and must have aided the spread of the faith in the Tamnil land."

 

ବ୍ରାହ୍ମଣ୍ୟଧର୍ମର ସାର, ମୂର୍ତ୍ତି ପୂଜ। ନୁହେଁ କିନ୍ତୁ ଜୈନମାନେ ବଡ଼ ବଡ଼ ମୂର୍ତ୍ତି କରିବାରୁ ଏବଂ ଏହା ଅତ୍ୟନ୍ତ ଚିତ୍ତାକର୍ଷକ ହେବାରୁ ବ୍ରାହ୍ମଣମାନେ ମଧ୍ୟ ବଡ଼ ମୂର୍ତ୍ତି ତିଆରି କରିବାକୁ ଲାଗିଲେ-। ପୃ: ୭୭ “The essence of Brahmism was not idol worship–The Jainas created statues of their Tirthankars and other spirited leaders and worsbined them in large temples. As this method of worship was highly impressive and attractive, it was at once imitated ଜୈନଧର୍ମରେ ମହାବୀରଙ୍କ ମୁଣ୍ଡ ଉପରେ ସାପର ଫଣା ସବୁ ଅଛି । ଏହିପରି ସାପର ଫଣା ମହିମାର ଲକ୍ଷଣ । ପୂର୍ବେ ସାପର ଫଣା ଏହିପରି ଶୁଭ ସୂଚକ ମଧ୍ୟ ଥିଲା । ମଧ୍ୟରେ ସାପ ସଇତାନ ଏହିପରି ଧାରଣା କରାଗଲା । ବାଇବେଲରେ ସଇତାନକୁ ସାପ ହୋଇ ଧରାଯାଇଛି । କିନ୍ତୁ ପୂର୍ବେ ଏହା ଏପରି ନ ଥିଲା ।

 

ବିଶ୍ୱବିକାଶରେ ସାପ ସୃଷ୍ଟିର ପ୍ରଥମ ଆଲୋକ କହିବାକୁ ହେବ । ସାପ ଜ୍ଞାନର ଚିହ୍ନ । ଆମ ଶରୀରରେ କୁଣ୍ଡଳିନୀ ସର୍ପାକୃତି । ବୃଦ୍ଧଙ୍କର ମୁର୍ତ୍ତିରେ ମଧ୍ୟ ମୁଣ୍ଡରେ ଗୋଟିଏ ସର୍ପ ଦେଖାଯାଏ । ଭଗବତ୍ ଗୀତାରେ କୁହାଯାଇଛି ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକୀ । ନାଗମାନଙ୍କ ମଧ୍ୟରେ ମୁଁ ଅନନ୍ତ ।

 

ଜୈନଧର୍ମର ନୈରାଶ୍ୟବାଦ ନାହିଁ, ପୌରୁଷବାଦ ଅଛି । ଜୈନଧର୍ମରେ ଯୋଗର ମାହାତ୍ମ୍ୟ ଅଛି । ‘‘ଯୋଗିଭିର୍ଦ୍ଧ୍ୟାନଗମ୍ୟଂ, ଧ୍ୟାନ୍ୟାବସ୍ଥିତ ତଦ୍‌ଗତେନ ମନସା ପଶ୍ୟନ୍ତି ଯଂ, ଯୋଗିନଃ । ପୂରା ଶ୍ଳୋକଟି ଏହିପରି “ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈ ସ୍ତବୈଃ ବେଦୈଃ ସାମଂପକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ । ଧ୍ୟାନାବସ୍ଥିତ ତଦ୍‌ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନଃ ଯସ୍ୟାନ୍ତଃ ନ ବିଦୁଃ-ସୁର ସୁରଗଣାଂ ଦେବାୟ ତସ୍ମୈ ନମଃ ।

 

କୋରାପୁଟ ଜିଲ୍ଲା ସିମିଳିଗୁଡ଼ାଠାରୁ ଦକ୍ଷିଣକୁ ନନ୍ଦପୁର ଯିବା ରାସ୍ତାରେ ଗୋଟିଏ ଜୈନ ଆଶ୍ରମର ଭଗ୍ନାବଶେଷ ଅଛି । ସେଥିରେ ଗୋଟିଏ ଚତୁଷ୍କୋଣ କେନ୍ଦ୍ରର ଚାରିଆଡ଼େ ୧୦ଟି ଗୁମ୍ଫା ଅଛି । ଏଥିମଧ୍ୟରୁ ପ୍ରଥମ ଗୁମ୍ପା ଉତ୍ତର ପୂର୍ବ କୋଣରେ ଅବସ୍ଥିତ ଏବଂ ସେଥିରେ ଗୋଟିଏ ମହାବୀର ମୂର୍ତ୍ତି ଅଛି । କୋରାପୁଟ ଜିଲ୍ଲାରେ ଏହି ଏକମାତ୍ର ମହାବୀର ମୂର୍ତ୍ତି ଦେଖଯାଏ । କୋରାପୁଟ ଜିଲ୍ଲାର ଜୟପୁରର କାଳିମନ୍ଦିରରେ ଋଷଭନାଥଙ୍କ ମୂର୍ତ୍ତି ଅଛି । ଏହି ମୂର୍ତ୍ତିମାନଙ୍କରେ ଗୋଟିଏ ବୈଚିତ୍ର୍ୟ ଅଛି । କେତେଗୁଡ଼ିଏ ପଦ୍ମାସନରେ ଅବସ୍ଥିତ, ଆଉ କେତେଗୁଡ଼ିଏ ମୂର୍ତ୍ତି କାୟୋତ୍ସର୍ଗ ଭଙ୍ଗୀରେ ରହିଛି । ପଦ୍ମାସନରେ ଅବସ୍ଥିତ ମୂର୍ତ୍ତି ଗୁଡ଼ିକରେ ମୁକୁଟ ଅଛି । ଆଉ କାୟୋତ୍ସର୍ଗ ଭଙ୍ଗୀରେ ଅବସ୍ଥିତ ମୂର୍ତ୍ତିଗୁଡ଼ିକ ସମ୍ପୂର୍ଣ୍ଣ ଶ୍ମଶ୍ରୁ, ବିଲୁପ୍ତ । କୋରାପୁଟ ଜିଲ୍ଲାର ଭୌରବ ସିଂହପୁର, ଚୋରାମାଳା (ସିଂହପୁର ନିକଟ) ଆଉ ନାରୀଗାଁ ଏହି ତିନି ଜାଗାରେ କୀଚଳା ରାସ୍ତା ଧାଡ଼ିରେ କୋଲାବ ନଦୀ କୂଳରେ ଗୋଟିଏ ଭଗ୍ନାବଶେଷ ଅଛି । ସେଠାରେ ଅନ୍ୟାନ୍ୟ ତୀର୍ଥଙ୍କରଙ୍କ ସହିତ ହାରିତ ମୂର୍ତ୍ତି ମଧ୍ୟ ଅଛି । ନନ୍ଦପୁରରେ ମଧ୍ୟ କେତେଗୁଡ଼ିଏ ଜୈନ ମୂର୍ତ୍ତି ଅଛି । ଏବଂ ନନ୍ଦପୁରରୁ ଓହ୍ଲାଇ ଆସିବା ବାଟରେ ଶୃଙ୍ଗାବରପୁକୋଟାରେ ଧର୍ମବରମ୍ ନାମକ ସ୍ଥାନ ଅଛି । ସେଠାରେ ବନ୍ଧ୍ୟା ସ୍ତ୍ରୀମାନେ ଯାଇ ଏହି ସବୁ କାୟୋତ୍ସର୍ଗ ଓ ପଦ୍ମାସନସ୍ଥ ଜୈନ ମୂର୍ତ୍ତିକୁ ସନ୍ତାନ ଲାଭ ଆଶାରେ ପୂଜା କରନ୍ତି । ସେଠାରେ ଋଷଭନାଥ, ଚନ୍ଦ୍ରନାଥ, ପାର୍ଶ୍ୱନାଥ ଓ ମହାବୀର ମୂର୍ତ୍ତି ଅଛି । ମୁଖଲିଙ୍ଗମ୍ଠାରେ ମଧ୍ୟ ଜୈନ ମୂର୍ତ୍ତି ଅଛି ।

 

ପ୍ରାଚୀନ ଉତ୍କଳରେ ଜଳଯାତ୍ର (ଶ୍ରୀ ବିରୁପାକ୍ଷକର ବି.ଏଲ୍.) । ଜଳଯାତ୍ରା ପୁସ୍ତକ ୩ୟ ପୃଷ୍ଠାରେ ଲେଖାଅଛି ଖ୍ରୀ: ପୂ: ଦ୍ୱିତୀୟ ଶତାବ୍ଦୀର (ପ୍ରଥମ) ଖାରବେଳ ନାମରେ ଜଣେ ପରାକ୍ରାନ୍ତ ରାଜା ଥିଲେ । ସେ ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି ପାହାଡ଼ରେ ସ୍ୱକୀୟ ଚରିତ ଖୋଳାଇଥିଲେ କିନ୍ତୁ ଏହି ଅନୁଶାସନରେ ଉଡ଼୍ର ବା ଉତ୍କଳ ବୋଲି କୌଣସି ଦେଶର ନାମ ନାହିଁ । ଖାରବେଳଙ୍କ ରାଜ୍ୟର ନାମ ଥିଲା କଳିଙ୍ଗ ‘‘କଳିଙ୍ଗାଧିପତି ନାଂ ଶିରି ଖାରବେଳନ” ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ ଋକ୍‌ବେଦର ରଚନା ସମୟରେ ଆରମ୍ଭ କରି ଖ୍ରୀ: ପୂ: ଦ୍ୱିତୀୟ ଶତାବ୍ଦୀଯାଏ (୧) ଉଡ଼୍ର ଓ ଉତ୍କଳ ନାମର ପ୍ରଚାର ନଥିଲା । ଏହି କେତେକ ଶତାବ୍ଦୀ ମଧ୍ୟରେ ବୋଧହୁଏ କଳିଙ୍ଗର ସୀମା ଉତ୍ତରର ସୁହ୍ମ ପ୍ରଦେଶର ଦକ୍ଷିଣ ସୀମା ଅର୍ଥାତ୍‌ କପିଶା ନଦୀଠାରୁ ଦକ୍ଷିଣରେ ସ୍ଥୂଳତଃ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଅର୍ଥାତ୍‌ କପିଶାଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ସମସ୍ତ ଭୁଖଣ୍ଡ କଳିଙ୍ଗ ନାମରେ ଅଭିହିତ ହେଉଥିଲା ।

 

୧ ଗୋବିନ୍ଦଚନ୍ଦ୍ର ଓଡ଼ିଶାର ଜୈନ ରାଜା–ଯୌବନରେ ସଂସାର ପ୍ରତି ବିତୃଷ୍ଣ ହୋଇ ସନ୍ନ୍ୟାସୀ ହୋଇ ଯାଇଥିଲେ । ଏଥିପାଇଁ ତାଙ୍କ ମାତାଙ୍କ ଶୋକ, ସଙ୍ଗୀତ ଆକାରରେ କେନ୍ଦରା ବଜାଇ ଜୈନ ନାଥ ସମ୍ପ୍ରଦାୟର ଯୋଗୀମାନେ ବୋଲି ଭିକ୍ଷା ମାଗନ୍ତି ।

 

୨. ଜୈନଧର୍ମ ଓ ଜଗନ୍ନାଥ ।

 

୩. ଖଣ୍ଡଗିରିରେ ପ୍ରଧାନ ଜୈନ ପୀଠସ୍ଥଳ ।

 

୪. ଶତପଥ ବ୍ରାହ୍ମଣରେ ଭାରତର ପୂର୍ବାଞ୍ଚଳରେ ପ୍ରଚଳିତ ରଥ ସମ୍ବନ୍ଧରେ ଉଲ୍ଲେଖ ଅଛି, “ପଳଖାସ୍ତୀର୍ଣ୍ଣ" ଅର୍ଥାତ୍ ପଟାରେ ତିଆରି–ଶ୍ରୀ ଜଗନ୍ନାଥଙ୍କ ପ୍ରାଚୀନତା- ପୁର୍ବ ବୈଦିକ ଯୁଗରେ ।

 

ଜୈନଧର୍ମ ପରଲୋକରେ ବିଶ୍ୱାସ କରେ, ଅତଏବ ତାହା ଆସ୍ତିକ ଧର୍ମ । ପ୍ରକୃତରେ, ପରଲୋକରେ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେହିମାନେହିଁ ନାସ୍ତିକ ।

 

ବେଦ ନିନ୍ଦକ ହେଲେ ନାସ୍ତିକ ହୁଅ ନାହିଁ । ଜୈନଧର୍ମ ବେଦର କର୍ମକାଣ୍ଡ ଯଜ୍ଞାଦିକୁ ନିନ୍ଦା କରେ । ଜୈନଧର୍ମ ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ବୋଲି ମାନେ ନାହିଁ । ସୃଷ୍ଟିକୁ କେହି କରି ନାହିଁ, ସେହିପରି ଅଛି ଆପଣା ମନକୁ । ଏହାହିଁ ଗୃଢ଼ତମ ରହସ୍ୟ । ମୀମାଂସକମାନେ ମଧ୍ୟ ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତା ବୋଲି ମାନନ୍ତି ନାହିଁ । ସେମାନେ ତ ନାସ୍ତିକ ନୁହନ୍ତି ।

 

ଏରିଷ୍ଟଟଲ ମଧ୍ୟ ସେହି କଥା ଲେଖିଛନ୍ତି–God is in no sense the Creator of the Universe. ଅର୍ଥାତ୍‌ ଈଶ୍ୱର ଏହି ବିଶ୍ୱର ସୃଷ୍ଟିକର୍ତ୍ତା ନୁହନ୍ତି ।

 

All imprishable things are actual; Sün, Moon étc". While visible things are active: There is no time that they will stop: If we attribute these things to God, we shall make him either an incompetént judge or an unjust one and it is alien to his nature. Happiness which God enjoys is as great as that, which we can enjoy sometimes. It is marvellous”. Aristotle. ଜୁଲିୟନ ହକ୍‌ସ୍ଳି ମଧ୍ୟ କହନ୍ତି–ଯେତେ ଦୂର ଆମର ଦୂର ଦୃଷ୍ଟି ଯାଉଛି ସେଥିରେ ଈଶ୍ୱର ବିଶ୍ୱର ସୃଷ୍ଟିକର୍ତ୍ତା ବୋଲି ଆମେ କିଛି ପାଉ ନାହୁଁ । ସୃଷ୍ଟି ଏହିପରି ରହିଛି । ତାକୁ କେହି କରି ନାହିଁ ।

 

EXTRACT FROM THE BOOK ORISSA AND

HER REMAINS; ANCIENT AND

MEDIAEVAL

 

By Monomohan Ganguly

 

Among the Khandagiri caves the Satghara or Satbakhry Návamuni, and Ananta- are the most important. The first two bear evident traces of Jáin influence, the latter; of Bauddha: The Satbakhra cave had a pillared verandh projecting in front with seven intercolurniations which do not exist now. It consists of two caves separated by a thin wall; they are otherwise called the Trisula, or Barbhuji caves. The Satghara cave is noted for the figures of Jain Tirthankaras with their characteristic symbols or lanchhanas sculptured on the antechamber walls of the southern portion. I give below the description of the figures of the Tirthankaras starting from the left end wall of the antechamber.

 

1. It is a tall nude figure of Rishava Deva with the full as his characteristic symbol, and flanked by two attendants over head holding musical instruments; there are two other attendants on the two sides - the right one holding chamar, or chourie, the left holding a tray containing offerings. They stand on a pedestal containing bas-reliefs of two cross-legged figures in deep meditation the left one with folded hands at the breast, the right one with its left palm placed below the right one. Below these figures are carved two female Naginis (Snake-goddess) worshipping with folded hands, and surmounted by hoods of serpent. Below these is the characteristic symbol, the figure of a bull placed in the centre, and flanked on the left by a watervessel with a spout, and on the right by conchshell and a lion. The bull is represented most naturally showing the wrinkles on the dewlap.

 

2. This is a tall nude figure of Ajitnath. The moon is represented on the top frieze; the top figures are those of the females holding bowls. Among the two intermediate attendant figures, the left one holds a chamar and the right one, a fan; the figures at the base resemble those of (1). The symbol in this case is an elephant. At the two ends of the symbol are represented two lions.

 

Unknown

3 This is a figure of Sambhavanath in meditation, and seated on a full blown lotus with the right palm resting on the left. The attendants at the top hold musical instruments. The intermediate attendant figures are similar to (2) The symbol is a horse, on the left is a water vessel with a spout and the two ends are two lions.

 

4 This is a Dhyani figure of Abhinandan Nath similar to (3); the two attendants at the top have been replaced by two lotuses; the symbol is a monkey.

 

5 Simiiar to (3); the left intermediate attendant has one hand on the crown of head. The symbol is a goose. The figure is that of Sumatinath.

 

6 Similar to (3); the symbol is a lotus or padma; on the right of the lotus is a water vessel as in (3), and on the left a pitcher or Kumbha. This is the figure of Padma Prabhu.

 

7 This is a Dhyani figure of Suparsvanath, the top figures of which have been replaced by scroll work. The symbol in this case is a swastika, the branches of which have been so doubled over as to make them appear counter clockwise.

 

8 Similar to (7); but the scroll work at the top differs from the preceding one. The symbol is the crescent moon. This is a figure of Chandra Prabhu.

 

9 Similar to (8); the top figures in this case are lotuses; the symbol is a peacock; this figure cannot be identified, as no Tirthankar has the peacock as his symbol.

 

10 This, unlike the preceding one, is a nude standing figure of a Tirthankar; the symbol has been obliterated. The top figures are parrots; the figure cannot be identified.

 

11 Similar to (10); but the nude figure is canopied over by a hood of serpent. The top figures are those of two nymphs flying in the air. The symbol is some unknown plant; it is flanked on two sides by two pitchers and griffins. This is probably a figure of Naminath, the twenty-first Tirthankar.

 

12 Similar to (10); the symbol is not visible by reason of its being intercepted by a statuette set up in front very recently. This figure cannot be identified.

 

13 Similar to (1); the face of the symbol has been broken.

 

14 Dhyani figure similar to (5); the symbol in this case is a crocodile flanked by two griffins. This is a figue of Subidhinath, the 9th Tirthankar.

 

15 Similar to (14); in this case the symbol is intercepted by a statuette like (12); this figure cannot be identified.

 

16 Similar to (15); the attendants have been represented as holding chamaras; the face of the symbol has been broken; it is probably a deer. This is a figure of Santinath the 16th Tirthankar,

 

17 It is a Dhyani figure; top figures are those of scroll; the face of the symbol is broken; it is probably a sheep; the figure is that of Kunthanath, the 17th Tirthankar.

 

18 Similar to (15); the symbol is a fish. The figure cannot be identified and perhaps is imaginary as no Tirthankar has the fish as his symbol.

 

19 It is a Dhyani figure; top figures are lotuses; the symbol is a vase or water jar, and hence it represents Mallinath, the 17th Tirthankar.

 

20 This is a Dhyani figure similar to (15); the symbol is an imaginary plant, and hence it represents Naminath, the 21st Tirthankar,

 

21 A Dhyani figure similar to (15); the symbol is a tortoise, and hence it represents Munisubratanath, the 20th Tirthankar.

 

22 This is Dhyani figure; top figures are those of nymphs; the symbol is a conchshell, flanked by peacocks, and hence represents Neminath, the 22nd Tirthankar.

 

23 This is a nude standing figure; top figures are lotuses; two nymphs are represented as holding a pitcher about to pour water over the head of the Tirthankar. The symbol is a rhinoceros. This figure represents Sreansanath, the 11th Tirthankar.

 

24 This is a standing nude figure; top figures are those of nymphs holding musical instruments similar to (1); the symbol is a lion, and represents the 24th, or the last Jain Tirthankar, Mahavir Swami.

 

From the following passage* by Hem Chandra, the Jaina lexicographer it will appear

 

*

ବୃଷୌ ଗଜୋଽଶ୍ୱଃ ପ୍ଳବଗଃ କ୍ରୌଞ୍ଚୋଽବ୍‌ଜଂ ସ୍ୱସ୍ତିକଃ ଶଶୀ,

 

ମକରଃ ଶ୍ରୀବତ୍ସଃ ଖଡ୍‌ଗୀ ମହିଷଃ ଶୂକରସ୍ତଥା ।।

 

 

 

ଶ୍ଵେନୋ ବଜ୍ରଂ ମୃଗଚ୍ଛାଗୋ ନନ୍ଦାବର୍ତ୍ତୋ ଘଟୋଽପିଚ,

 

କୂର୍ମୋ ନୀଳୋତ୍ପଳଂ ଶଙ୍ଗଂ ଫଣୀସିଂହୋଽହିତା ଧ୍ୱଜାଃ ।।

ହେମଚନ୍ଦ୍ରଃ ।

 

that no definite system has been followed in carving the above figures in relief. Some of the figures have been repeated, while some of the Tirthankars have been altogether omitted. The eleventh and twentieth figures represent Nami Nath, the 21st Tirthankar. There is a regular order based on chronology in the arrangement of the Tirthankars having characteristic symbols referred to by Hem Chandra. This order has been reversed in some cases. The reversal of order in these cases as illustrated above is due to the ignorance and inadvertence of the sculptors. Their ignorance is evidenced by the introduction of imaginary symbols not mentioned in the Jain scriptures, e. g. the 9th and 18th figures.

 

ଜୈନଧର୍ମ

 

ଜୈନମାନଙ୍କର ପର୍ଯ୍ୟୁଷଣ ଦିବସ ଗୋଟିଏ ସୁନ୍ଦର କଥା । ଜୈନମାନେ ପ୍ରଳୟରେ ବିଶ୍ୱାସ କରନ୍ତି । ଗତ ପ୍ରଳୟ ପରେ ସବୁ ମରିଗଲେ କିନ୍ତୁ ୭୨ଟି ସ୍ଵାମୀ ସ୍ତ୍ରୀ ବଞ୍ଚିଲେ । ସେମାନେ ଶାନ୍ତି ବିଧାନ ଆରମ୍ଭ କରି ନୂତନ ଜୀବନଯାପନ କଲେ । ଏଥିରେ ସତ୍ୟର ଅନୁସନ୍ଧାନ ଏବଂ ପ୍ରେମର ଦୃଷ୍ଟି ସମସ୍ତଙ୍କ ଆଡ଼କୁ - ଏହାର ଚେଷ୍ଟା କରାଯାଏ ।

 

ଜୈନଧର୍ମ ବୌଦ୍ଧଧର୍ମଠାରୁ ପ୍ରାଚୀନ । ବୁଦ୍ଧ ନିଜେ ମଧ୍ୟ ଆରମ୍ଭରେ ନଗ୍ନ ସନ୍ୱ୍ୟାସୀ ହୋଇ ଜୀବନ ବିତାଇଥିଲେ ।

 

ଭାରତବର୍ଷରେ ପୂର୍ବରୁ ଶ୍ରମଣ ଏବଂ ବ୍ରାହ୍ମଣ ଏହି ଦୁଇ ଶ୍ରେଣୀର ଲୋକ ଥିଲେ । ଶ୍ରମଣମାନେ ଉପସ୍ୟାଦ୍ୱାରା ଜୀବନ ବିତାନ୍ତି । ବ୍ରାହ୍ମଣମାନେ ଯାଗଯଜ୍ଞଦ୍ୱାରା ଜୀବନ ବିତାଉଥିଲେ-। ସାଂଖ୍ୟ, ବୌଦ୍ଧଧର୍ମ ଏବଂ ଜୈନଧର୍ମ-ବର୍ତ୍ତମାନ ଏହି ଶ୍ରମଣମାର୍ଗୀ । ବେଦ ମାନେ ଯଜ୍ଞମାର୍ଗୀ । ଜୈନମାନେ ବୈଦିକ ଋଷିମାନଙ୍କର ପୂର୍ବବର୍ତ୍ତୀ ଅଟନ୍ତି । '

 

ରାଜଗୃହରେ ମଧ୍ୟ ଜୈନ ସ୍ମୁତିସ୍ତର ଇତ୍ୟାଦି ମିଳେ ।

 

ଭାରତରେ ଆଦିବାସୀ ଭାଇ ଓ କୁଟୁମ୍ବମାନେ ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ ।

 

ଶ୍ରୀ କାମତା ପ୍ରସାଦ ଜୈନ କହନ୍ତି–‘‘Foreigners like Parthians and Indo-Greeks, Sudras and even Muslims were taken into the fold of Jainism” ଅର୍ଥାତ୍‌ ମୁସଲମାନ ଇତ୍ୟାଦି ମଧ୍ୟ ଜୈନଧର୍ମରେ ଦୀକ୍ଷିତ ହୋଇଥିଲେ । (ଦେଖନ୍ତୁ- 17th All India Oriental Conference Proceedings ପୃଷ୍ଠା ୧୧୦ (୧୯୫୩) । ଏହା ଆହମ୍ମଦବାଦଠାରେ ବସିଥିଲା ।

 

ଜୈନ ରାଜା ସଂପ୍ରତି ଆରବ ଆଉ ପାରସ୍ୟକୁ ଜୈନ ଶ୍ରମଣମାନ ପଠାଇଥିଲେ ଜୈନଧର୍ମ ପ୍ରଚାର କରିବାପାଇଁ ।

 

ଜୈନ relic ତିବ୍ଦତରେ ଗୋଟିଏ ଥିଲା । ତାକୁ Dr Tucci ରୋମକୁ ନେଇଯାଇଥିଲେ । ଶ୍ରବଣବେଲଗୋଲା inscripha ରେ ଉଲ୍ଲେଖ ଅଛି ଯେ ସିଂହଳ ରାଜାମାନେ ଜୈନଧର୍ମକୁ ପ୍ରଶ୍ରୟ ଦେଉଥିଲେ ।

 

ହୁଏନ୍‌ସାଂ ନିର୍ଗ୍ରନ୍ଥ ଜୈନଙ୍କୁ ଆଫଗାନି ସ୍ଥାନରେ ଭେଟିଥିଲେ ।

 

ଜୈନଧର୍ମ

ମହାବୀର ଓ ଜମାଳୀ

 

କେହି କେହି କହନ୍ତି ମହାବୀରଙ୍କ ଶିଷ୍ୟ ଥିଲେ ଜମାଳୀ । ଆଉ କେହି କେହି କହନ୍ତି, ଜମାଳୀଙ୍କ ଶିଷ୍ୟ ଥିଲେ ମହାବୀର ।

 

କିନ୍ତୁ ପରେ ଏହି ଦୁଇଜଣଙ୍କ ଭିତରେ ବଡ଼ ମତଭେଦ ଘଟିଲା । ଫଳରେ ଦୁହିଙ୍କ ମଧ୍ୟରେ ବଡ଼ ବଚସା ମଧ୍ୟ ହେଲା ।

 

ତେବେ ଆଜିକାଲି ଯେତେ ମତ ପ୍ରଚାର ହେଉଛି, ସେଥିରୁ ଜମାଳୀ ମହାବୀରଙ୍କ ଆଗରୁ କେବନ୍ଦୀ ହୋଇଥିଲେ ବୋଲି ଜଣାଯାଏ । ତାହାହେଲେ ଜମାଳୀଙ୍କ ଶିଷ୍ୟ ଥିଲେ ମହାବୀର । ଜୈନଧର୍ମରେ ଯପନୀୟ ଶ୍ରେଣୀରେ ଖାରବେଳ ଥିଲେ । ସେଥିପାଇଁ ଏତେ ବଡ଼ ରାଜାଙ୍କର ବର୍ଣ୍ଣନା ବା ଉଲ୍ଲେଖ ଦିଗମ୍ବର ଜୈନମାନଙ୍କର ଗ୍ରନ୍ଥରେ ନାହିଁ । ଏପରିକି ଶ୍ୱେତାମ୍ବର ଜୈନଗ୍ରନ୍ଥମାନଙ୍କରେ ମଧ୍ୟ ନାହିଁ ।

 

ଏହି ଯପନୀୟ ସମ୍ପ୍ରଦାୟ ଉତ୍କଳର ବିଶିଷ୍ଟ ସମ୍ପ୍ରଦାୟ । ଏମାନଙ୍କ ସମ୍ବନ୍ଧରେ ବିଶେଷ ଆଲୋଚନା ହେବା ଦରକାର ।

 

ଜୈନଧର୍ମ, ବୌଦ୍ଧଧର୍ମ ଏବଂ ହିନ୍ଦୁଧର୍ମ ଏ ସବୁ ଗୋଟିଏ ପାଣ୍ଠିରୁ ଆସିଛନ୍ତି - ସେଥିପାଇଁ କେହି କେହି କହନ୍ତି ଜୈନଧର୍ମକୁ ବୌଦ୍ଧଧର୍ମର ଆଗ ବୋଲି ମଧ୍ୟ କହି ହେବନାହିଁ ।

 

ଜୈନଧର୍ମର ତଥା ବୌଦ୍ଧଧର୍ମର ବିଶେଷତ୍ୱ ଏହି ଯେ ଏଥିରେ ଧର୍ମପ୍ରଚାରକମାନେ ଲୋକଙ୍କ ଭାଷାରେହିଁ ଧର୍ମ ପ୍ରଚାର କରୁଥିଲେ–ପାଲି ଏବଂ ପ୍ରାକୃତ–ଯେପରିକି ଅଧିକାଂଶ ଲୋକଙ୍କ ଗମ୍ୟ ହୋଇ ପାରିବ ଧର୍ମଟା । ଶ୍ୱେତାମ୍ବର ଆଉ ଦିଗମ୍ବର ଜୈନମାନଙ୍କ ମଧ୍ୟରେ ଅନେକ ବିରୋଧ ରହିଛି । ମଲ୍ଲୀନାଥ ଜଣେ ତୀର୍ଥଙ୍କର । ସେ ପୁରୁଷ ଥିଲେ କି ସ୍ତ୍ରୀ ଥିଲେ ଏ ବିଷୟରେ ଅନେକ ବାଦାନୁବାଦ ଅଛି । ପ୍ରଥମ ମଲ୍ଲୀନାଥ ସ୍ତ୍ରୀ ହୋଇ ଜନ୍ମିଥିଲେ ଏବଂ ପରେ ପୁଣି ପୁରୁଷ ହେଲେ, ଏପରି ମତ ମଧ୍ୟ ଅଛି ।

 

ଦିଗମ୍ବର ମତରେ ସ୍ତ୍ରୀମାନଙ୍କର ମୁକ୍ତି ନାହିଁ । ସେମାନେ ବଦ୍ଧ ଜୀବ ।

 

ଜୈନଧର୍ମ

 

ଭାରତରେ ଜୈନଧର୍ମ ହେଉଛି ସର୍ବପ୍ରଥମ ବିଧିବଦ୍ଧ ଧର୍ମ ଓ ଦର୍ଶନ, ଯା ସମ୍ବନ୍ଧରେ ଆମେ ଐତିହାସିକ ଦୃଷ୍ଟିରେ ଗୋଟିଏ ପରିଷ୍କାର ଧାରଣା ପାଇ ପାରୁଁ ।

 

ଭାରତର ପ୍ରାଚୀନତମ ଧର୍ମ, ଯାର ଆଭାସ ଆମେ ସିନ୍ଧୁ ଉପତ୍ୟକାର ସଭ୍ୟତାରୁ ପାଉଁ, ତା’ ସମ୍ବନ୍ଧରେ ଆମର ଜ୍ଞାନର ପରିସର ବର୍ତ୍ତମାନ ସୁଦ୍ଧା ଖୁବ୍‌ କମ ।

 

ଯାଗଯଜ୍ଞବହୁଳ ବୈଦିକ ଧର୍ମ, ବୌଦ୍ଧ ଆଉ ଜୈନଧର୍ମର ଅଭ୍ୟୁତ୍‌ଥାନ ସମୟରେ, ଚିନ୍ତାଶୀଳ ଲୋକ ମଧ୍ୟରେ ବହୁ ପରିମାଣରେ ପ୍ରଭାବହୀନ ହୋଇ ପଡ଼ିଥିଲା ।

 

ଆତ୍ମା ଏବଂ ବ୍ରହ୍ମ ସମ୍ବନ୍ଧରେ ଉପନିଷଦର ଯେଉଁ ଚିନ୍ତା, ତାହା ଅତି ସୀମାବଦ୍ଧ ଗଣ୍ଡୀ ମଧ୍ୟରେ ଆବଦ୍ଧ ଥିଲା । ସାଧାରଣ ଲୋକେ ତା’ର କୌଣସି ପରିଚୟ ପାଇନଥିଲେ । ଅନ୍ୟ ଦିଗରେ, ବୌଦ୍ଧ ଓ ଜୈନଧର୍ମର ପ୍ରଧାନ କ୍ଷେତ୍ର ଥିଲା ସାଧାରଣ ଲୋକ ଭିତରେ । ଯଦିଓ ଚିନ୍ତାଶୀଳ ଲୋକଙ୍କୁ ସେମାନେ ବାଦ ଦେଇ ଚାଲୁନଥିଲେ । ସେଥିପାଇଁ ବୁଦ୍ଧ ଏବଂ ମହାବୀର ସଂସ୍କୃତ ଭାଷା ପରିବର୍ତ୍ତରେ ତତ୍‍କାଳୀନ ସାଧାରଣ କଥିତ ଭାଷାରେ ନିଜ ନିଜର ଶିକ୍ଷାର ପ୍ରଚାର କରିଥିଲେ । ମହାବୀରଙ୍କ ୭୫୦ ବର୍ଷ ପୂର୍ବେ ଯେ ଜୈନଧର୍ମ ଜ୍ଞାତ ଥିଲା, ତା’ର ପ୍ରମାଣ ଅଛି । ଜୈନମାନେ ସେମାନଙ୍କର ଧର୍ମର ଉତ୍ପତ୍ତି ଆହୁରି ପ୍ରାଚୀନ କାଳରେ ହୋଇଥିଲା ବୋଲି ମନେକରନ୍ତି । କିନ୍ତୁ ତା’ର କୌଣସି ମୁଁ ସୁସ୍ପଷ୍ଟ ଐତିହାସିକ ପ୍ରମାଣ ନାହିଁ । ଆଜୀବିକ ଧର୍ମ ମହାବୀରଙ୍କର କିଛି ପୂର୍ବରେ ପ୍ରଚାରିତ ହୋଇଥିଲା, କାରଣ ଆଜୀବିକ ଧର୍ମଗୁରୁ ଗୋପାଳ ମଙ୍ଗଳୀପୁତ୍ର ନିଜକୁ ତୃତୀୟ କେବନ୍ଦୀ ବୋଲି ପ୍ରଚାର କରିଥିଲେ ।

 

ମହାବୀରଙ୍କର ସମସାମୟିକ ଆହୁରି ଅନେକ ବିଭିନ୍ନ ଧର୍ମ ଦର୍ଶନର ଉଲ୍ଲେଖ ଜୈନ ଏବଂ ବୌଦ୍ଧ ଶାସ୍ତ୍ରରେ ମିଳେ । କିନ୍ତୁ ସେମାନଙ୍କ ସମ୍ବନ୍ଧରେ ସମ୍ବାଦ ଖୁବ୍‍ ବେଶୀ ମିଳେ ନାହିଁ ।

 

ମହାବୀର ନିଜକୁ ଜୈନଧର୍ମର ପ୍ରବର୍ତ୍ତକ ମନେ କରୁନଥିଲେ । ସେ ପ୍ରଥମେ ପାର୍ଶ୍ୱନାଥଙ୍କ ସମ୍ପ୍ରଦାୟରେ ସନ୍ନ୍ୟାସ ଗ୍ରହଣ କରିଥିଲେ ଏବଂ ସିଦ୍ଧି ଲାଭ ପରେ ପାର୍ଶ୍ଵନାଥ ସମ୍ପ୍ରଦାୟର ନିୟମାବଳୀ ମଧ୍ୟର କେତେଗୋଟି ସଂସ୍କାରର ପ୍ରବର୍ତ୍ତନ କରନ୍ତି ।

 

ଜୈନଧର୍ମର ମୂଳଶିକ୍ଷା ଆତ୍ମା ସମ୍ବନ୍ଧରେ; ଏବଂ ପରମାତ୍ମା ଭଗବାନ୍, ଇଶ୍ୱର ପ୍ରଭୃତି ସମ୍ବନ୍ଧରେ ପ୍ରାଚୀନ ଜୈନଧର୍ମ ସମ୍ପୂର୍ଣ୍ଣ, ନିରପେକ୍ଷ ଥିଲା ।

 

କିନ୍ତୁ ପରବର୍ତ୍ତୀ କାଳରେ ମହାବୀରଙ୍କୁ ପ୍ରାୟୁ ପରମେଶ୍ୱରର ଆସନ ଦିଆହେଲା ଏବଂ ହିନ୍ଦୁଧର୍ମ ସାଙ୍ଗରେ ନିକଟ ସଂସ୍ପର୍ଶର ଫଳରେ ଦେବଦେବୀ ପୂଜା ପ୍ରଭୃତି ମଧ୍ୟ ଜୈନଧର୍ମରେ ପ୍ରବର୍ତ୍ତିତ ହେଲା । ପ୍ରାଚୀନ ଜୈନଧର୍ମରେ ଦେବ ଦେବୀର ଉଲ୍ଲେଖ ଯଥେଷ୍ଟ ଥିଲେ ମଧ୍ୟ ସେମାନେ ପୂଜାର୍ହ ବିବେଚିତ ହେଉନଥିଲେ ।

 

ପ୍ରାଚୀନ ଜୈନଧର୍ମରେ ପରମେଶ୍ୱର ସମ୍ବନ୍ଧରେ କୌଣସି ଉଲ୍ଲେଖ, କୌଣସି ପ୍ରଶ୍ନ ବା ଜିଜ୍ଞାସା ନାହିଁ ।

 

ସାଂଖ୍ୟ ଦର୍ଶନ ପରି ଜୈନ ଦର୍ଶନ ମଧ୍ୟ ମୂଳତଃ ଦ୍ୱୈତବାଦୀ । ଏଠାରେ ଦ୍ୱୈତବାଦର ଅର୍ଥ ଆମେ ଏହାହିଁ ବୁଝୁ, ଯେ ସାଂଖ୍ୟର ମୂଳତତ୍ତ୍ୱ ଦୁଇଟି–ପୁରୁଷ ଓ ପ୍ରକୃତି ଏବଂ ଜୈନ ଦର୍ଶନର ମୂଳତତ୍ତ୍ୱ–ଜୀବ ଏବଂ ପୁଦ୍‍ଗଳ । ପୁଦ୍‍ଗଳର ଅର୍ଥ ଜଡ଼ ପରମାଣୁ । ସାଂଖ୍ୟର ଯେପରି ଅସଂଖ୍ୟ ପୁରୁଷ, ପ୍ରତି ଜୀବହିଁ ଗୋଟିଏ ପୁରୁଷ, ସେହିପରି ଜୈନ ଦର୍ଶନରେ ଜୀବ ଅସଂଖ୍ୟ । ଜୀବନ ଯେଉଁ ଦେହରେ ଅଧିଷ୍ଠିତ, ତା’ର ପରିମାଣ ମଧ୍ୟ ସେହି ରକମ । ଅର୍ଥାତ୍‍ ପିମ୍ପୁଡ଼ିର ଜୀବର ଆୟତନ, ପିମ୍ପୁଡ଼ି ଦେହ ପରିମାଣ ଏବଂ ହସ୍ତୀର ଜୀବନର ଆୟତନ, ହସ୍ତୀ ଦେହର ପରିମାଣ । ପ୍ରାଣୀର ସମସ୍ତ ଦେହ ବ୍ୟାପି ଅର୍ଥାତ୍‍ ହାତୀର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଜୀବର ସ୍ଥିତି । ଜୀବ ସ୍ୱଭାବତଃ ମୁକ୍ତ, କିନ୍ତୁ ପୁଦ୍‍ଗଳ ସହିତ ବନ୍ଧନ ଫଳରେ, ଜୀବ ସଂସାର ଚକ୍ରରେ ଆବର୍ତ୍ତିତ ହୁଏ । ଜୀବର ପୁଦ୍‍ଗଳ ବନ୍ଧନର କାରଣ ହେଉଛି କାମ, କ୍ରୋଧ, ଲୋଭାଦି ରିପୁଗଣ । ଜୈନ ଦର୍ଶନରେ ଏହାକୁ କଷାୟ କହନ୍ତି ।

 

ତତ୍ତ୍ୱାର୍ଥାଧିଗମ ସୂତ୍ରର ରଚୟିତା ପ୍ରସିଦ୍ଧ ଜୈନ ଦାର୍ଶନିକ ଉମାସ୍ୱାମୀ (ଶ୍ୱେତାମ୍ବର ମତରେ ତାଙ୍କ ନାମ ଉମାସ୍ୱାତି) ଯେପରି କହିଛନ୍ତି–

 

ସକଷାୟତ୍ୱାତ୍ ଜୀବଃ କର୍ମଣେ ଯଞ୍ଜିନ୍ ପୁଦ୍‍ଗଳାନ୍‍ ଆଦରେ ସ ବନ୍ଧଃ । ଅର୍ଥାତ୍ ବିଷୟାର ବଶୀଭୂତ ହୋଇ ଜୀବ କର୍ମ ଯୋଗ୍ୟ ପୁଦ୍‍ଗଳ ଗ୍ରହଣ କରେ ଏବଂ ସେଇଥିରେହିଁ ଜୀବ ହୁଏ । ବଦ୍ଧ ଜୀବର ପଥ ହେଉଛି କର୍ମତ୍ୟାଗ ଏବଂ କୃଚ୍ଛ୍ରାଭ୍ୟାସ । କର୍ମତ୍ୟାଗକୁ ସମ୍ବର ଏବଂ କୃଚ୍ଛ୍ରାଭ୍ୟାସକୁ ନିର୍ଜର କହନ୍ତି । ସଞ୍ଚିତ କର୍ମ ସମ୍ପୂର୍ଣ୍ଣ କ୍ଷୟପ୍ରାପ୍ତ ହେଲେ ଜୀବ ମୋକ୍ଷ ଲାଭ କରେ । ମୋକ୍ଷ ଅବସ୍ଥା ପ୍ରାୟ ବେଦାନ୍ତର ମୁକ୍ତ ଆତ୍ମାର ସହିତ ସମ ଅବସ୍ଥା ଅର୍ଥାତ୍ ଏହି ଅବସ୍ଥାରେ ଜୀବ ସର୍ବଜ୍ଞ, ସର୍ବବ୍ୟାପୀ, ସର୍ବଶକ୍ତିମାନ୍‍ ଇତ୍ୟାଦି ଗୁଣଶାଳୀ ହୋଇ ଉଚ୍ଚତମ ସ୍ୱର୍ଗରେ ବାସ କରେ ।

 

ବୈଦିକଧର୍ମରେ ଯେପରି ଯାଗଯଜ୍ଞଦ୍ୱାରା ଦେବତାର ସନ୍ତୋଷ ବିଧାନ କରି ମଣିଷ ସ୍ୱର୍ଗ ଲାଭ କରେ, ଜୈନଧର୍ମରେ ସେହିପରି ଶୁଭ ଏବଂ ଅଶୁଭ କର୍ମହିଁ ମନୁଷ୍ୟର ସର୍ବବିଧି ସୁଖ ଦୁଃଖର ମୂଳ । ମନୁଷ୍ୟର ନିଜର କର୍ମହିଁ ସମ୍ପୂର୍ଣ୍ଣରୂପେ ତା’ର ଭାଗ୍ୟ ବିଧାତା । ମନୁଷ୍ୟ ଉନ୍ନତି ଏବଂ ଅବନତି, ସୁଖ, ଦୁଃଖ, ରୂପ, ଧନ, ମାନ, ଯଶ, ଆକୃତି, ବର୍ଣ୍ଣ, କଣ୍ଠସ୍ୱର ପର୍ଯ୍ୟନ୍ତ ଯାହା ଆମେ ଚିନ୍ତା କରିପାରୁ, ସେ ସବୁହିଁ ଶୁଭାଶୁଭ କର୍ମର ଫଳ । କର୍ମବାଦ ଜୈନ ଏବଂ ବୌଦ୍ଧ ଦୁଇ ଧର୍ମରେ ପ୍ରାଧାନ୍ୟ ଲାଭ କରିଥିଲା । ଆଜି ଭାରତୀୟ ଚିନ୍ତାରେ ଆମେ କର୍ମାଦିର ଯେଉଁ ପରିଣତ ଦେଖୁଁ ତା’ପାଇଁ ଆମେ ବୌଦ୍ଧ ଏବଂ ତା ପୂବରୁ ଜୈନମାନଙ୍କଠାରେ ଋଣୀ । ଆଜୀବିକମାନଙ୍କ ସଙ୍ଗରେ ଜୈନମାନଙ୍କର ଘୋର ଶତ୍ରୁତା ଥିଲା । ତା’ର କାରଣ ଆଜୀବିକମାନେ ନିୟତବାଦରେ ବିଶ୍ୱାସ କରୁଥିଲେ । ସେମାନେ କହୁଥିଲେ, ମନୁଷ୍ୟର ସମଗ୍ର ଭାଗ୍ୟ ପୂର୍ବ ନିୟତ । କିନ୍ତୁ ଜୈନ ମତରେ ମନୁଷ୍ୟର ନିୟନ୍ତା । ଅନ୍ୟ କିଛି ନୁହେଁ ବା କେହି ନୁହେଁ । ଜୈନଧର୍ମରେ ଆଉ ଗୋଟିଏ ବିଷୟ ଖୁବ ପ୍ରାଧାନ୍ୟ ଲାଭ କରିଥିଲା । ତାହା ଜ୍ଞାନ । ଜ୍ଞାନର ଚର୍ଚ୍ଚା ପଠନ, ପାଠନ, ପ୍ରଭୃତି ବିଦ୍ୟାଚର୍ଚ୍ଚା ଜୈନମାନଙ୍କର ବ୍ୟଶିଷ୍ଟ୍ୟ ।

 

ଶ୍ୱେତାମ୍ୱର ଜୈନମାନଙ୍କର ଶାସ୍ତ୍ରର ନାମ ଗଣିପିଟକ । ଅଙ୍ଗ, ଉପାଙ୍ଗ, ପ୍ରଭୃତି ବିଭିନ୍ନ ଶାଖାରେ ଏହି ଶାସ୍ତ୍ର ବିଭକ୍ତ । ଶ୍ୱେତାମ୍ବରମାନଙ୍କ ଧର୍ମଶାସ୍ତ୍ର ସିଦ୍ଧାନ୍ତ ବା ଆଗମ ନାମରେ କଥିତ । ଦିଗମ୍ବରମାନେ ଶ୍ୱେତାମ୍ୱରମାନଙ୍କର ଶାସ୍ତ୍ରମାନ ପ୍ରାମାଣିକ ବୋଲି ମାନନ୍ତି ନାହିଁ । ଦିଗମ୍ବର ମତରେ ପ୍ରାଚୀନ ଜୈନଶାସ୍ତ୍ର ନଷ୍ଟ ହୋଇ ଯାଇଛି ଏବଂ ସେମାନେ ଅନ୍ୟ କେତୋଟି ଗ୍ରନ୍ଥକୁ ଶାସ୍ତ୍ରପରି, ମାନ୍ୟ କରନ୍ତି । ଏହି ଗ୍ରନ୍ଥଗୁଡ଼ିକ ଦୁଇ ହଜାର ବର୍ଷରୁ ବେଶୀ ପୁରୁଣା ନୁହେଁ । ଦିଗମ୍ବରୀ ଶ୍ୱେତାମ୍ବରୀ ମଧ୍ୟରେ ଯେଉଁ ସବୁ ବିଷୟ ଘେନି ବିରୋଧ ତା’ ମଧ୍ୟରେ ପ୍ରଧାନ ହେଉଛି ଜୈନଯତି ବସ୍ତ୍ରଧାରଣ କରିବେ, କି ନାହିଁ । ପାର୍ଶ୍ୱନାଥ ସମ୍ପ୍ରଦାୟର ସନ୍ନ୍ୟାସୀମାନେ ବୋଧହୁଏ ବସ୍ତ୍ରଧାରଣ କରୁଥିଲେ । ମହାବୀର ଯେତେବେଳେ ସଂସାର ତ୍ୟାଗ କଲେ, ସେତବେଳେ ସେ ଯେ ନଗ୍ନତା ଅବଲମ୍ବନ କରିଥିଲେ ତା’ର କୌଣସି ଉଲ୍ଲେଖ ଶ୍ୱେତାମ୍ବର ଶାସ୍ତ୍ରରେ ନାହିଁ । କିନ୍ତୁ ପରବର୍ତ୍ତୀ ଜୀବନରେ ସେ ଯେ ନଗ୍ନତା ଅବଲମ୍ବନ କରିଥିଲେ ତାହା ନିଃସନ୍ଦେହ ।

 

ଆଧୁନିକ ପଣ୍ଡିତମାନେ ମନେକରନ୍ତି ଯେ ମହାବୀର ତାଙ୍କ ସନ୍ନ୍ୟାସ ଜୀବନର ପ୍ରଥମରୁ ଛଅ ବର୍ଷ ଆଜୀବିକ ଗୁରୁ ଗୋଶାଳ ସଙ୍ଗରେ ସାହଚାର୍ଯ୍ୟ କରିଥିଲେ ଏବଂ ଗାଶାଳ ନଗ୍ନ ଥିଲେ । ଏପରି ହେବା ଅସମ୍ଭବ ନୁହେଁ ଯେ ମହାବୀର କୃଚ୍ଛ୍ରତାର ଅଙ୍ଗରୂପେ ଅଥବା ଅପରିଗ୍ରହ ବ୍ରତର ସମ୍ପୂର୍ଣ୍ଣ ପାଳନରେ ଗୋଶାଳର ଅନୁକରଣରେ ନଗ୍ନତା ଅବଲମ୍ବନ କରିଥିଲେ ।

 

ଜୈନ ସାଧନାରେ ପ୍ରାୟୋ ବେଶନରେ ପ୍ରାଣତ୍ୟାଗ ଅତି ପୁଣ୍ୟ କର୍ମ ବୋଲି ବିବେଚିତ ହୁଏ । ଏହିପରି ପ୍ରାଣତ୍ୟାଗରେ ଗୋଟିଏ ପ୍ରାଣ ନଷ୍ଟ ହୁଏ ସତ୍ୟ, କିନ୍ତୁ ସେଥିରେ କୌଣସି ରକମ ହିଂସାର ଭାବ ନଥିବାରୁ ଏ ପାପ ବୋଲି ମନେ କରି ହୁଏ ନାହିଁ ।

 

ଜୈନମାନେ ଦୈବବାଦୀ ନୁହନ୍ତି । ଆଜୀବିକମାନେ ଏକାବେଳକେ ପୂରା ଦୈବବାଦୀ । ସେମାନେ କହନ୍ତି, ଯାହା କିଛି ଆମେ କରୁଛୁ, ସେ ସବୁ ପୂର୍ବରୁ ନିଦ୍ଦିଷ୍ଟ ହୋଇ ରହିଛି । ମନୁଷ୍ୟ ହାତରେ କିଛି ନାହିଁ । ସବୁ ଦୈବକୃତ । ଜୈନମାନେ କହନ୍ତି, ଏହା ମିଥ୍ୟା କଥା । ମୁଁ ମୋର କର୍ମଦ୍ୱାରା ମୋ ନିଜକୁ ତିଆରି କରୁଛି । ପୂର୍ବ ଜନ୍ମର କର୍ମ ଦ୍ଵାରା ହୁଏତ ମୁଁ ବର୍ତ୍ତମାନ ଜନ୍ମରେ ସୁଖ ଦୁଃଖଭୋଗ କରୁଛି । ଦୈବ ବୋଲି କିଛି ନାହଁ । ହଁ, ପ୍ରାକ୍ତନ କର୍ମକୁ ମାନିବାକୁ ହେବ ଏବଂ ତା’ର ଫଳାଫଳ ଭୋଗକୁ ମାନିବାକୁ ହେବ । ଏହା ନେଇ ଜୈନ ଓ ଆଜୀବିକମାନଙ୍କ ମଧ୍ୟରେ ଭାରି ଝଗଡ଼ା-ଥଟ୍ଟା ବିଦ୍ରୁପ । ଜୈନଧର୍ମର ଏହି ପ୍ରାକ୍ତନ କର୍ମକୁ ହିନ୍ଦୁଧର୍ମ ଗ୍ରହଣ କରିନେଲା । ପୂର୍ବ ଜନ୍ମର ଫଳାଫଳ ଭୋଗ କରିବାକୁଇ ହେବ ଏହି କଥା, ହିନ୍ଦୁଧର୍ମ ମଧ୍ୟ ମାନିନେଲା । ସେଥପାଇଁ ଜନ୍ମାନ୍ତର ବାଦକୁ ହିନ୍ଦୁଧର୍ମରେ ଗ୍ରହଣ କରି ଜୈନଧର୍ମର ବିଶେଷତ୍ୱକୁ ଲୋପ କରିଦେଲା ।

 

ଭଗ୍ୟଂ ଫଳତି ସର୍ବତ୍ର ନ ବିଦ୍ୟା ନ ଚ ପୌରୁଷଂ- ଏହା ଆଜୀବିକର କଥା । ଅର୍ଥାତ୍‍ ମନୁଷ୍ୟ ହାତରେ କିଛି ନାହିଁ । ସବୁ ଆଉ କିଏ ଜଣେ କର୍ତ୍ତା କରୁଛନ୍ତି । ଆମେ ତାଙ୍କ ହସ୍ତରେ ପୁତ୍ତଳିକା ପରି । ଗୀତାରେ ମଧ୍ୟ ସେହି କଥା ଅଛି–ମୁଁ ଅର୍ଥାତ୍‍ ସୃଷ୍ଟିକର୍ତ୍ତା ଜୀବନକୁ ମୋ ହସ୍ତରେ କ୍ରୀଡ଼ଜକ କରି ରଖିଅଛି । କିନ୍ତୁ ଗୀତାରେ ତ ସବୁ କଥା ଅଛି - ସବୁ ଦର୍ଶନ ଅଛି । ସେଥିରୁ ସାର ସଂକଳନ କରିବା ବଡ଼ କଠିନ । ଯନାରୁଢ଼ାଣୀବ ମୟୟା–ଅର୍ଥାତ୍ ଯନ୍ତ୍ରରେ ଆରୁଢ଼ ହୋଇ ଆମେ ମାୟାରେ ଚାଳିତ ହେଉଛୁଁ । ଏହାଇ ତ ଆଜୀବିକକମାନେ ମଧ୍ୟ କହୁଥିଲେ । ଜୈନମାନ କହିଲେ ଯେ ଏକମାତ୍ର କର୍ମଦ୍ୱାରା ଆମେ ନିୟନ୍ତ୍ରିତ ଏବଂ ସୁକର୍ମ କଲେ ସୁଫଳ, କୁକର୍ମ କଲେ କୁଫଳ । ଅତଏବ Predestined ଅର୍ଥାତ୍ ପୂର୍ବରୁ ସବୁ ଠିକ୍ ହୋଇ ରହିଛି, ଯାହା ହେବାର ସେ କଥା ଠିକ୍ ନୁହେଁ । ଜୈନମାନେ ଚାର୍ବାକବାଦୀଙ୍କ ପରି ନାସ୍ତିକ ନୁହନ୍ତି–ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ । ଏ ଯୁକ୍ତିର ପକ୍ଷପାତୀ ନୁହନ୍ତି । ତେବେ ସେମାନେ ଈଶ୍ୱର ମାନନ୍ତି ନାହିଁ–ସୃଷ୍ଟିକର୍ତ୍ତା ମାନନ୍ତି ନାହିଁ - ଆମକୁ ଅନ୍ୟ ଜଣେ କେହି ଚଳାଉଛି - ଏକଥା ସେମାନେ ମାନନ୍ତି ନାହିଁ-। ସେମାନେ ମାନନ୍ତି ଆମେ ଆମ ନିଜ କର୍ମଦ୍ୱାରା ଆବଦ୍ଧ ବା ମୁକ୍ତ ହେଉଁ । ଏଥିରେ ଆଉ ଅନ୍ୟ କାହାରି କର୍ତ୍ତୃତ୍ୟ ନାହିଁ । ଅଧିକାର ନାହିଁ । ଭାଗ୍ୟଂ ଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷଂ ଏକଥା ଜୈନମାନେ ଆଦୌ ମାନନ୍ତି ନାହିଁ ।

 

ଗୁରୁ ପରମ୍ପରା

 

ଜୈନଧର୍ମରେ ଗୁରୁ ପରମ୍ପରା ଅଛି କି ନାହିଁ, ଏ ବିଷୟରେ ସନ୍ଦିହାନ ହେବାରୁ ମୁଁ ଦୁଇଜଣ ବିଶିଷ୍ଟ ଜୈନ ପଣ୍ଡିତକୁ ଚିଠି ଲେଖିଥିଲି । ସେମାନେ ଯାହା ଉତ୍ତର ଦେଉଛନ୍ତି ତାହା ଏଠାରେ ଭବିଷତ୍ ଲେକାଙ୍କପାଇଁ ମଧ୍ୟ ଉଦ୍ଧାର କରୁଛି ।

 

Voice of Ahimsa ବା ଅହିଂସାର ବାଣୀ ପତ୍ରିକା ସମ୍ପାଦକ ଡ଼କ୍ଟର କାମତାପ୍ରସାଦ ଜୈନ ଲେଖିଲେ–

 

Ref: No. 7099

Date 23-9-1959

 

My dear Dr. Sahu, Thanks for your kind P. C. & poem. I was engaged in observing our Vows of Paryuana: hence Delay. Pl. excuse for this and for all other shortcomings on this occasion of Ksamavani.

 

Yes, there is ଗୁରୁ ପରମ୍ପରା among the Jain ascetics; but that is not hereditary like the Vaishanavas. There are various sanghas and gachchas among the Jain monks and each traces its lineage from that particular sangha or gachcha. But it does not mean any Guruhood or preisthood. That is purely spiritual lineage to show one's regard to that particular saint and his diciples. Rest O.K. Now the parcel of books will be sent to you, With Namaskar.

 

ଜୈନଧର୍ମରେ କେତେକ ପର୍ବପର୍ବାଣୀ

 

ଅକ୍ଷୟ ତୃତୀୟା–ଏହା ବୈଶାଖ ମାସ ଶୁକ୍ଳପକ୍ଷରେ । ଆଦିନାଥ ସ୍ୱାମୀ ତିନି ଅଞ୍ଜଳି ଆଖୁରସ ପାନ କରିଥିଲେ । ସେହି ଦିନଠାରୁ ଜୈନମାନେ ଉକ୍ତ ପର୍ବକୁ ପାଳନ କରନ୍ତି । ନବ ବସ୍ତ୍ର–ପରିଧାନ କିର ପାଚିଲା ଆମ୍ୱ କଳସରେ ରଖି ଦେବାଳୟକୁ ଯାଅନ୍ତି । ଏହି ଦିନ ଆମ୍ୱ ପତ୍ରରେ ତୋରଣ କରି ଦୁଆର ଦୁଆରେ, ବାନ୍ଧନ୍ତି ।

 

ଦଶ ଲାକ୍ଷ୍‌ଣିକ–ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀଠାରୁ ଆରମ୍ଭ ହୁଏ ଏବଂ ଦଶମୀ ପର୍ଯ୍ୟନ୍ତ ପାଳନ କରାଯାଏ । ଉକ୍ତ ଦଶ ଦିନ ବହୁତ ପୂଜା ପାଠ ହୁଏ ଓ ବ୍ରତ ମଧ୍ୟରେ ଦଶମୀ ଦିନକୁ ସୁଗନ୍ଧ ଦଶମୀ ବୋଲି କୁହାଯାଏ । ଏହି ପର୍ବ ପଛରେ ଏକ ପ୍ରବାଦ ଅଛି । ଥରେ ଜଣେ ରାଜା ତାଙ୍କ ସ୍ତ୍ରୀ ସହିତ ପାରିଧିକୁ ବାହାରିଥିବା ସମୟରେ ଜଣେ ଜୈନ ଗୁରୁ ଆସି ଉପସ୍ଥିତ ହୋଇ କିଛି ଆହାର ମାଗିଲେ । ତହୁଁ ରାଜା ରାଣୀଙ୍କୁ ମୁନିଙ୍କ ନିମିତ୍ତ ଖାଦ୍ୟ ପ୍ରସ୍ତୁତ କରିବାପାଇଁ କହି ବନକୁ ଚାଲିଗଲେ । ରାଣୀ, ରାଜା ଚାଲିଯିବାରୁ ମନ ଦୁଃଖରେ ମୁନିଙ୍କପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଗଲେ । ମନେ ମନେ ମୁନିଙ୍କ ଉପରେ ଚିଡ଼ୁଥାନ୍ତି । ମୁନିଙ୍କ ଉପରେ ରାଗି ସେ କେତେଗୁଡ଼ିଏ ପିତା ଜହ୍ନି ଆଣି ରାନ୍ଧି ତାଙ୍କୁ ଖାଇବାକୁ ହେଲେ । ମୁନି ଖାଇ ସାରି ରାଣୀଙ୍କଠାରୁ ବିଦାୟ ଘେନି ଚାଲିଗଲେ । ମାତ୍ର ଅଳ୍ପ କିଛି ବାଟ ଯାଇଛନ୍ତି ତାଙ୍କର ଖୁବ୍‍, ବାନ୍ତି ହେଲା ଓ ରାସ୍ତା ଉପରେ ପଡ଼ିଗଲେ । ତହୁଁ ତାଙ୍କୁ ଲୋକମାନେ ବାନ୍ତି ହେବାର କାରଣ ପଚାରିଲେ, ମୁନି କହିଲେ ଯେ ରାଣୀ ତାଙ୍କୁ ପିତା ଜହ୍ନି ରାନ୍ଧି କରି ଦେଇଥିବାରୁ ତାଙ୍କର ଏପରି ହେଲା । କିଛି ଦିନ ପରେ ରାଜା ମଧ୍ୟ ଫେରି ଆସିଲେ ଓ ଲୋକ ମୁଖରୁ ଏ କଥା ଶୁଣି ରାଣୀଙ୍କୁ ବଣକୁ ତଡ଼ିଦେଲେ । ଅଳ୍ପ ଦିନ ପରେ ରାଣୀ ବଣରେ ମରିଗଲେ । ମାତ୍ର ତାଙ୍କ ପୂର୍ବକୃତ ପାପ ହେତୁ ସେ ମନୁଷ୍ୟ ଜନ୍ମ ନପାଇ ମହିଷି ଜନ୍ମ ପାଇଲେ । ଜନ୍ମ ହେଉ ହେଉ ତା’ର ପିତା ମାତା ମରିଗଲେ । କିଛି ଦିନ ପରେ ସେ ନିଜେ ମଧ୍ୟ ପ୍ରାଣ ତ୍ୟାଗ କଲେ । ପୁନର୍ବାର ସେ ଘୁଷୁରୀ ଜନ୍ମ ପାଇଲେ । କଥାର ଅଛି ‘‘ଘୁଷୁରୀ ପ୍ରକୃତି ପଙ୍କେ ଲେଟେ ।’’ ତାହାହିଁ ହେଲା ନାନା ପ୍ରକାର ଅଖାଦ୍ୟ ଖାଇ ଓ ଅପରିଷ୍କାର ସ୍ଥାନରେ ରହି ତା’ର ଶରୀରରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଲା । ଏହିପରି କିଛିଦିନ ଅନ୍ତେ ସେ ମଧ୍ୟ ମରିଗଲା । ଏଥର ସେ ଜନ୍ମ ପାଇଲା ଗୋଟିଏ ଦରିଦ୍ର କୃଷକ ଘରେ, କନ୍ୟା ରୂପରେ । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ତା ଦେହରୁ ଏପରି ଦୁର୍ଗନ୍ଧ ବାହାରିବାକୁ ଲାଗିଲା ଯେ କୌଣସି ଲୋକ ତା ନିକଟକୁ ଆସି ପାରନ୍ତି ନାହିଁ । ଦିନେ ଗ୍ରାମବାସୀମାନେ ମିଳିମିଶି ଗୁରୁଙ୍କ ନିକଟକୁ ଯାଇ ତା ଦେହରୁ ଏପରି ଦୁର୍ଗନ୍ଧ ବାହାରିବାର କାରଣ ପଚାରିଲେ । ଗୁରୁ ତା’ର ପୁର୍ବ ଜନ୍ମର ସମସ୍ତ ବିଷୟ କହିଲେ । ଏ କଥା ଚଷା ଝିଅର କାନକୁ ଆସିଲା । ସେ ମନ ଖୁବ୍‍ ଦୁଃଖ କରି ଗୁରୁଙ୍କଠାରୁ ଅନୁମତି ଆଣି ଖାଦ୍ୟ ଛାଡ଼ିଲା । କିଛି ଦିନ ଏପରି କରନ୍ତେ ସେ ମଧ୍ୟ ମରିଗଲା । ଏଥର ପାପର ପ୍ରାୟଶ୍ଚିତ୍ତ କରିଥିବା ହେତୁ ତା’ର ଜନ୍ମ ହେଲା ରାଜଗୃହରେ । କିନ୍ତୁ ଜନ୍ମର କିଛି ସମୟ ପରେ ତା’ର ମା ମରିଗଲେ। ରାଜା ପୁନର୍ବାର ବିବାହ କଲେ ଓ ଦ୍ୱିତୀୟ ସ୍ତ୍ରୀର ମଧ୍ୟ ଗୋଟିଏ ଝିଅ ହେଲା-। ମାତ୍ର ସେ ଝିଅ ୟାପରି ଗୁଣବତୀ ବା ରୂପବତୀ ନଥିଲା । ଏଥିନେଇ ତା’ର ସାବତମା ତାଙ୍କୁ ଆଦୌ ପଚାରନ୍ତି ନାହିଁ । ଏକଦା ରାଜା ବନବାସ କରି ଗଲେ, ଯିବା ପୂର୍ବରୁ ସେ ରାଣୀ ହସ୍ତରେ ଦୁଇ ଝିଅଙ୍କୁ ସମର୍ପି କହିଗଲେ, ତାଙ୍କ ଦୁହିଁଙ୍କୁ ଉପଯୁକ୍ତ ପାତ୍ରରେ ଦେବାକୁ । ରାଣୀ ବରପାତ୍ର ଖୋଜାଇ ଲାଗିଲେ ସମସ୍ତେ ସାବତ ଝିଅକୁ ବିବାହ କରିବାକୁ ରାଜି ହେଲେ କିନ୍ତୁ ରାଣୀର ହୁଣ୍ଡି ଝିଅକୁ କେହି ପଚାରିଲେ ନାହିଁ । ରାଣୀ ଗୋଟାଏ ଉପାୟ ସ୍ଥିର କଲେ । ସେ ସାବତ ଝିଅପାଇଁ ବରପାତ୍ର ଠିକ୍ କଲେ । ବିଭାଘର ଦିନ ରାତ୍ରିରେ ସେ ସାବତ ଝିଅଙ୍କୁ ନେଇ ମଶାଣିରେ ବସାଇଦେଇ ତା ଚାରିପାଖେ ଚାରିଟି ଦୀପ ଜାଳିଦେଲେ ଓ କହିଲେ ଏ ବାଟରେ ଯେ ଆସିବ ତାଙ୍କୁ ତୁ ତୋର ସ୍ଵାମୀ ବୋଲି ଭାବିବୁ । ଏଣେ ବରଯାତ୍ରୀ ଆସିବାରୁ ରାଣୀ ସହିତ ଝିଅ କୁଆଡ଼େ ପଳାଇ ଯାଇଛି ବୋଲି ଚହଳ ପକାଇଲେ ଓ ପରିଶେଷରେ ବର ସହିତ ସେ ନିଜ ସହିତ ଝିଅକୁ ବିବାହ କରାଇଦେଲେ । ପରଦିନ ସକାଳୁ ତାକୁ ଯାଇ ମଶାଣିରୁ ଆଣିଲେ ଲୋକଙ୍କ ଆଗରେ କହି ବୁଲିଲେ ଯେ ରାତି ଅଧରେ ସେ କିପରି ମଶାଣିରେ ବସିଥିଲା - ସମସ୍ତେ ତାକୁ ନିନ୍ଦା କରିବାକୁ ଲାଗିଲେ । ପ୍ରକୃତ କଥା ଜାଣୁଛି କିଏ । ରାଣୀ ସେ ଦିନ ତାକୁ ଏକୁଟିଆ ବେଳେ ପଚାରିଲେ, ତୋ ବର ତୁ ପାଇଛୁ ? ସେ କହିଲା ହଁ । ତହୁଁ ରାଣୀ କହିଲେ ତା ନାଁ କ’ଣ ? ସେ କହିଲା ତା ନାଁ ‘ଗୋପ’ । ରାଣୀ ସଙ୍ଗେ ସଙ୍ଗେ ନାକ ଛିଞ୍ଚାଡ଼ି କହିଲେ ଗୋପ’ ତାହାହେଲେ ଗଉଡ଼ ! ତୁ ଗଉଡ଼କୁ ବାହା ହେଲୁ ।

ପ୍ରତିଦିନ ରାତିରେ ତା ସ୍ୱାମୀ ଅସେ ଏବଂ ସେ ତା ଗୋଡ଼ ଧୋଇଦିଏ କୌଣସି ଦିନ ତାକୁ ସେ ଦେଖି ପାରେ ନାହିଁ । କାରଣ ତା ମା ତାକୁ ଟିକେ ଆଲୁଅ ଦେଖିବାକୁ ଦିଏ ନାହିଁ । ଦିନେ ତା ସାବତ ମା କହିଲା, ତୁ ତୋ ସ୍ୱାମୀକୁ କହ, ମୋପାଇଁ ଦି ମୁଠା ଝାଡ଼ୁ ଆଣିଦେବ । ସତକୁ ସତ ରାତି ହେବାରୁ ସେ ତା ସ୍ଵାମୀକୁ ଝାଡ଼ୁ ଆଣିଦେବାପାଇଁ କହିଲା । ପରଦିନ ରାତିରେ ତା ସ୍ଵାମୀ ସୁନା ରୂପାର ଅଳଙ୍କାର ଓ ଦୁଇଟା ସୁନାର ଝାଡ଼ୁ ଆଣି ପହଞ୍ଚିଲା ସକାଳୁ ତା ମା ଦେଖି କହିଲା ଜ୍ୱାଇଁଟା ନିଶ୍ଚୟ ଚୋର । ଗୋଟାଏ ଗଉଡ଼ ଏ ମୂଲ୍ୟବାନ ସୁନା ରୂପା ଆଣିଲା କେଉଁଠୁ ? ଦେଶସାରା ସମସ୍ତେ କହିଲେ ଜ୍ୱାଇଁ ଚୋର । ରାଜା ମଧ୍ୟ ଏହି ସମୟରେ ଫେରି ଆସି ରାଣୀଙ୍କଠାରୁ ଶୁଣିଲେ ଯେ ଝିଅ ନିଜେ ନିଜେ ଯେଉଁ ସ୍ଵାମୀ ବାଛିଚି ସେ ଗୋଟାଏ ଚୋର । ରାଜା ମନ ଦୁଃଖ କରି ଝିଅକୁ କହିଲେ ତୋ ସ୍ୱାମୀ କିଏ ମୋତେ ଚିହ୍ନାଇଦେ । ଝିଅ କହିଲା ମୁଁ ତ ମୋ ସ୍ୱାମୀଙ୍କୁ କେବେହେଲେ ଆଲୁଅରେ ଦେଖି ନାହିଁ । ମୁଁ କିପରି ଚିହ୍ନିବି ? ସେ ଆସିଲେ ମୁଁ ପ୍ରତିଦିନ ତାଙ୍କ ଗୋଡ଼ ଧୋଇଦିଏ ଓ ସେହି ଗୋଡ଼ରୁ ଜାଣି ପାରେ ଯେ ସେ ମୋର ସ୍ୱାମୀ । ରାଜା ଆଶ୍ଚର୍ଯ୍ୟ ହେଲେ ସେ ରାଜ୍ୟଯାକର ଲୋକଙ୍କୁ ଏକାଠି ଠିଆ କରି ଝିଅ ଆଖିରେ ଅନ୍ଧପୁଟୁଳି ବାନ୍ଧି ସମସ୍ତଙ୍କ ଗୋଡ଼ ଧୋଇଦେବାକୁ କହିଲେ । ସେ ସମସ୍ତଙ୍କ ଗୋଡ଼ ଧୋଇ ଦେଉଥାଏ ଓ କହି କହି ଚାଲିଥାଏ ଏ ନୁହେଁ, ଏ ନୁହେଁ । ପରିଶେଷରେ ସେ ଜଣଙ୍କ ଗୋଡ଼ ଧୋଇଦେଇ କହିଲା ଏଇ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ସେ ‘ଗୋପ’ ଗଉଡ଼ ନୁହେଁ ସେ ହେଉଛନ୍ତି ଜଣେ ରାଜା । ଗୋପ ନିଜେ ହସି ହସି ଆସି ରାଜାଙ୍କୁ ଅଭିବାଦନ ଜଣାଇଲେ ଓ ଆଦ୍ୟରୁ ସମସ୍ତ କଥା ବର୍ଣ୍ଣନା କଲେ । ରାଜା ଋଣୀଙ୍କୁ ବଣକୁ ତଡ଼ିଦେଲେ ଓ ଝିଅ ଜ୍ୱଇଁଙ୍କୁ ଖୁବ ଜାକଜମକରେ ବିଦାୟ କଲେ ।

ଜୈନଧର୍ମରେ ବସ୍ତୁର ସ୍ୱଭାବକୁ ଧର୍ମ କୁହାହୋଇଛି । ଜୈନଧର୍ମରେ ଜୀବ, ଅଜୀବ, ଆଶ୍ରବ, ବିନ୍ଧ, ପୁଣ୍ୟ, ପାପ, ସମ୍ବର, ନିର୍ଜରା ଓ ମୋକ୍ଷ ଶବ୍ଦ ବ୍ୟବହାର କରାହୋଇଛି । ଏ ସବୁ ସମ୍ୟକ୍‌ ଜ୍ଞାନ ହେଲେ ଲାବ ପ୍ରକୃତରେ ମୁକ୍ତ ହୁଏ । ଜୈନଧର୍ମରେ ନଗ୍ନତ୍ୱ ଗୋଟିଏ ବଡ଼ ସାଧନା । ଆଚାରାଙ୍ଗ ସୂତ୍ରରେ ଷଷ୍ଠ ଅଧ୍ୟାୟ ୧ - ୩ ଉଦ୍ଦେଶ୍ୟରେ ସାଧୁଙ୍କୁ ଅଚେଳକ (ନଗ୍ନ) ଦଶାକୁ ଶ୍ରେଷ୍ଠ କୁହାହୋଇଛି । ଯଦି ଶକ୍ତି ହୁଏତ ମୁନି ଏକ ବସ୍ତ୍ରବି ରଖିବି ନାହି - ଅଚେଳ (ନଗ୍ନ) ହୋଇ ତପସ୍ୟା କରିବି । ଆଚାରାଙ୍ଗ ସୂତ୍ରର ଅଷ୍ଟମ ଅଧ୍ୟାୟରେ ଲେଖାଅଛି ଯେ ମହାବୀର ନଗ୍ନ ହୋଇ ବିଚରଣ କରୁଥିଲେ । ଏହି କଥା ଋଷଭଦେବଙ୍କ ସମ୍ବନ୍ଧରେ ମଧ୍ୟ କୁହାହୋଇଛି । ପ୍ରାଚୀନ କାଳରେ ଶ୍ଵେତାମ୍ବରମାନେ ମଧ୍ୟ ଦିଗମ୍ବରମାନଙ୍କ ପରି ନଗ୍ନ ମୂର୍ତ୍ତି ପୂଜା କରୁଥିଲେ । ୨–ବନସ୍ପତି ପୃଥିବୀ, ଜଳ, ଅଗ୍ନିରେ ମଧ୍ୟ ଜୀବ ଭାବ ଜୈନଧର୍ମରେ ମାନ୍ୟତା ହୁଏ ।

ଜୈନଧର୍ମରେ କ୍ରୋଧୀ, ଦ୍ୱେଷୀ ଦେବତାମାନଙ୍କ ପୂଜା ବିଧି ନାହିଁ ।

ଜୈନଧର୍ମରେ ଆଦ୍ୟରୁହିଁ ଅଣୁ ସିଦ୍ଧାନ୍ତ ମାନିନେଇଛନ୍ତି । ଜୈନମାନଙ୍କର କର୍ମବାଦ ଏହି ଅଣୁ ସିଦ୍ଧାନ୍ତ ସହିତ ଅବଲମ୍ବିତ । ଯେପରି ଜୈନ ସେହିପରି ଆଜୀବିକମାନେ ଅଣୁବାଦ ବିଶ୍ୱାସ କରି ଆସୁଥିଲେ ।

ଜୈନଧର୍ମରେ କାଳକୁ ପ୍ରାଧାନତଃ ୨ ଭାଗରେ ବିଭକ୍ତ କରାଯାଇଛି- ଅବସର୍ପିଣୀ ଓ ଉତ୍‌ସର୍ପିଣୀ କାଳ ଅଛି । ଏହି ଦୁଇ ପୁଣି ୬।୬ କାଳରେ ବିଭକ୍ତ ହୋଇଛନ୍ତି । ମୋ ଭିତରେ ଅନ୍ତର କୋଟି ବର୍ଷର ।

 

ବର୍ତ୍ତମାନ ଯେଉଁ କାଳ ଚାଲିଛି ତାହା ଅବସର୍ପିଣୀ କାଳ ଅଟେ ।

 

ପ୍ରତି ଯୁଗରେ ୨୪ ତୀର୍ଥଙ୍କର ଆବିର୍ଭାବ ହୁଏ, ଜୈନଧର୍ମ ଅତି ପ୍ରାଚୀନ, ମହେଞ୍ଜୋଦାରୋ ଓ ହରପ୍‌ପାରେ ଯେଉଁ ସବୁ ପ୍ରାଚୀନ ଜିନିଷର ନିଦର୍ଶନ ମିଳିଛି- ଅଧ୍ୟାପକ ପ୍ରାଣନାଥ ଗୋଟିଏ ମୁଦ୍ରାରେ ଜୈନଶ୍ୱର ଶବ୍ଦ ପଢ଼ିଛନ୍ତି । ଡକ୍ଟର ରୋଠ କହନ୍ତି ଯେ ମଲ୍ଲିନାଥଙ୍କ ଜୀବନ ଦୃଶ୍ୟ ମହେଞ୍ଜୋଦାରୋରେ ମିଳୁଥିବା ମୁଦ୍ରାରୁ ମିଳେ ।

 

ଜୈନଧର୍ମର ପ୍ରକୃତିରେ ମାଟିଙ୍କୁ ଜୀବନ ପୂର୍ଣ୍ଣ ଧରା ହୋଇଛି । ସେହିପରି ଜଳ, ଅଗ୍ନି, ବନସ୍ପତି ଓ ମାଟି ଯେ ଜୀବନ ପୂର୍ଣ୍ଣ ସେ ବିଷୟରେ “The Sower' ପତିକାରେ ଯେ ସାଇକ୍‌ସ୍‌ ୧୯୫୨-୫୩ ଶୀତ ସଂଖ୍ୟାରେ ଲେଖିଛନ୍ତି ଯେ ମାଟି ହେଉଛି ଜୀବନ ଏବଂ–ମାଟିରେ ଏତେ ଜୀବନ ରହିଛି ଯାହାର ଫଳରେ ଆମ୍ଭେମାନେ ପ୍ରତି ଘନ ଇଞ୍ଚରେ ୫୦ ଲକ୍ଷ ପ୍ରାଣୀର ସନ୍ଧାନ ପାଉଁ । ୫୦ ଲକ୍ଷରୁ ମଧ୍ୟ ବେଶୀ ହୋଇପାରେ ।

 

ଇଂରାଜିଟି ଏହି “We find that the soil is life, and that a living soil contains a mass of micro-organic existence; the earth worm, the fúngi and the micro-organismis. We learn that there is a minimum of five millions of those denizen's to the cubic inch of living soil."

 

(J. Sykes. The Sower, Winter 1952 - 53)

 

ଜୈନଧର୍ମ ଯେ, ଅତି ପ୍ରାଚୀନ ଏଥିରେ ସନ୍ଦେହ ନାହିଁ । ବୌଦ୍ଧଧର୍ମ ଜୈନଧର୍ମର ପରେ ଆସିଅଛି । କିନ୍ତୁ ଏଠାରେ ଆଉ ଥରେ କହି ରଖେଁ ଯେ ଆମ୍ଭେମାନେ ଯାହାକୁ ପ୍ରାଚୀନ ବୈଦିକ ଧର୍ମ କହୁ ତାହା ମଧ୍ୟ ସମସ୍ତଙ୍କଠାରୁ ପ୍ରାଚୀନ ନୁହେଁ । ଭାରତବର୍ଷରେ ଅନେକ ପ୍ରକାର ଚିନ୍ତା ଚାଲିଥିଲା । ସେ ସବୁ ଚିନ୍ତା ଧୀରେ ଧୀରେ ପ୍ରଗତି ଲାଭ କରି ଭିନ୍ନ ଭିନ୍ନ ଧର୍ମ ରୂପରେ କାଳକ୍ରମରେ ଦେଖାଗଲା ବେଦ ଯେ ଅପୌରୁଷେୟ ଏଥିରେ ସନ୍ଦେହ ନାହିଁ । କାରଣ କୌଣସି ଜଣେ ମନୁଷ୍ୟ ଏହାକୁ କରି ନାହିଁ । ଚିନ୍ତାର ସମୁଦ୍ରରେ ଭିନ୍ନ ଭିନ୍ନ ଲହଡ଼ି ପରି ଏହି ସବୁର ଉତ୍‌ଥାନ ହୋଇଅଛି । ବେଦରେ ଯେତେବଳେ ଅତି ବେଶୀ ଯାଗଯଜ୍ଞର କଥା ଚାଲିଲା ସେତେବେଳେ ଜୈନଧର୍ମର ଆଉ ବୌଦ୍ଧଧର୍ମର ଅହିଂସା, ମୈତ୍ରୀ, କରୁଣା ଇତ୍ୟାଦି ଭାବ ପ୍ରତିକ୍ରିୟା ସୂରୁପ ପ୍ରବଳ ହେବାକୁ ଲାଗିଲା ।

 

ପ୍ରବୃତ୍ତି ମାର୍ଗ ଓ ନିବୃତ୍ତି ମାର୍ଗ ଭିତର ଦେଇ ପ୍ରତ୍ୟେକ ମନୁଷ୍ୟ ଗତି କରୁଅଛି । ନିବୃତ୍ତି ମାର୍ଗରେ ଯେ ମହା ଫଳ ମିଳେ ତା’ରି ଭୁରି ଭୁରି ପ୍ରମାଣ ସବୁ ଧର୍ମଶାସ୍ତ୍ରମାନଙ୍କରେ ଦେଖାଇ ଦିଆହୋଇଛି । ’ନିବୃତ୍ତିସ୍ତୁ ମହାଫଳା ।’ ଭୋଗ ଏବଂ ତ୍ୟାଗ ମଧ୍ୟରେ ଯେଉଁ ଅହର୍ନିଶ ଦ୍ୱନ୍ଦ ଚାଲିଅଛି ସେଥିରେ ମନୁଷ୍ୟକୁ ସବୁବେଳେ ବୁଝିସୁଝି ଚାଲିବା ଦରକାର ।

 

ଆତ୍ମ ଉପଯୋଗୀ ଶରୀର । ଶରୀରର ପରିମାଣ ଘେନି ଆତ୍ମାର ପରିମାଣ କରାଯାଇ ପାରେ । ସ୍ୱ-ଅନୁଭବ ପ୍ରତ୍ୟକ୍ଷର ବିଷୟ ଅଟେ । ଆଉ ତାହା ପୃଥିବୀର ଜଡ଼ ପଦାର୍ଥଠାରୁ ସ୍ୱତନ୍ତ୍ର ଅଟେ । ଅନେକ ଲୋକ ଆତ୍ମାକୁ ଭିନ୍ନ ରୂପରେ ଦେଖନ୍ତି । ସଂସାର ପରିଭ୍ରମଣର କାରଣ ହେଉଛି ଅନେକ ପ୍ରକାର କର୍ମର ବନ୍ଧନ । ଏଥିପାଇଁ ସଂସାରରୂପୀ ମହା ସମୁଦ୍ରରେ ପଡ଼ିଥିବା ଜୀବ କୂଳ ନଦେଖିପାରି ଏଆଡ଼େ ସେଆଡ଼େ ବୁଲୁଅଛି ଆଉ ଅନେକ କଷ୍ଟ ପାଉଅଛି । ଅତ୍ମାରେ ସଂସାର କାରଣ ସର୍ବଥା ବି ନିରୋଧ କଲେ ମୋକ୍ଷ ପ୍ରାପ୍ତି ହୁଏ । ସେତେବେଳେ ସମ୍ୟକ୍‍ ଦର୍ଶନ, ସମ୍ୟକ୍‍ ଜ୍ଞାନ ଓ ସମ୍ୟକ୍ ଚରିତ୍ର ଏହି ରତ୍ନକ୍ରୟ ଲାଭଦ୍ୱାରା ମୋକ୍ଷ ମିଳେ । ଜୀବାଦି ପଦାର୍ଥ ପ୍ରତି ଯଥାର୍ଥ ଶ୍ରଦ୍ଧା ରହିଲେ ସମ୍ୟକ୍‍ ଦର୍ଶନ ହୁଏ ଓ ସମ୍ୟକ୍‍ ଦର୍ଶନରୁ ସମ୍ୟକ୍ ଜ୍ଞାନ ଏବଂ ତାହା ପରେ ଚାରିତ୍ର୍ୟ ବୃଦ୍ଧି ହୁଏ । ସେତେବେଳେ ଅମୃତମୟ ସମୁଦ୍ରରେ ଜୀବ ପ୍ରବେଶ କରି ସମସ୍ତ ସନ୍ତାପର ନାଶ କରେ ଏବଂ ଶାନ୍ତି ଲାଭ କରେ । ସମ୍ୟକ୍ ଦର୍ଶନରେ ୨ଟି ଭେଦ ଅଛି । ଗୋଟିଏ ନିସର୍ଗଜ, ଅନ୍ୟଟି ଅଧିଗମଜ ଏହା ସମ୍ୟକ୍ ଦର୍ଶନ କୁହାଯାଏ । ତତ୍ତ୍ୱଜ୍ଞାନ ଉପଲବ୍ଧି ହେଲେ ଚିତ୍ତ ବୃତ୍ତି ନିର୍ମଳ ହୁଏ । ସେତେବେଳେ ବାହ୍ୟ ଅଭ୍ୟନ୍ତର ବିଷୟ ଭୋଗର ଅଭିଳାଷ ନଷ୍ଟ ହୁଏ । ସେହି ଆତ୍ମା ସଂସାରକୁ ଉତ୍ତମ ଚାରିତ୍ର୍ୟ ପ୍ରଦାନ କରେ । ସମ୍ୟକ୍‍ ଦର୍ଶନ, ସମ୍ୟକ୍ ଜ୍ଞାନ ଏବଂ ସମ୍ୟକ୍ ଚାରିତ୍ର୍ୟ ଲାଭ ହେଲେ ସମସ୍ତ କର୍ମ ନାଶ ହୁଏ । ଆତ୍ମାର ବିଶେଷ ଗୁଣ କେବେ ନଷ୍ଟ ହୁଏ ନାହିଁ । ଆତ୍ମା ବ୍ରହ୍ମ ସ୍ଵରୂପ ନୁହେଁ କିମ୍ୱା ଶୂନ୍ୟ ସ୍ୱରୂପ ନୁହେଁ ଅବା ଅନ୍ୟ କୌଣସି ପଦାର୍ଥ ସ୍ୱରୂପ ନୁହେ । ସମସ୍ତ କର୍ମ କ୍ଷୟ ହେଲେ ଯେଉଁ ଉଜ୍ଜ୍ୱଳ ସମ୍ୟକ୍ ଜ୍ଞାନ ଲାଭ ହୁଏ ସେଥିରେ ଜୀବ ଅମୃତ ପଦ ଲାଭ କରେ । ଏହାହିଁ ମୋକ୍ଷ । ଅତ୍ମାକୁ ଚିହ୍ନିଲେ ଆଉ କିଛି ଭୟ ନଥାଏ । ଆତ୍ମାକୁ ଯେ ଚିହ୍ନିଛି ସେ ସବୁଠାରେ ନିର୍ଭୟ । ଜିନେନ୍ଦ୍ରମାନଙ୍କର ଏହି ଅନନ୍ତମୟୀ ବାଣୀ ଅତି ପବିତ୍ର ଅଟେ ।

 

ଭଗବାନ ଜିନେନ୍ଦ୍ରଙ୍କର ଏହିପରି ସାଧୁ ସୁଶୀଳ ଭାବ ମନୁଷ୍ୟକୁ ପରମାନନ୍ଦ ଦାନ କରେ । କର୍ମର ନାଶ ହେଲେ ଶୁଦ୍ଧ ଦିଦ୍ୟ ଜ୍ଞାନ ଲାଭ ହୁଏ । ସେତେବେଳେ ନିଷ୍କାମଯୋଗୀମାନଙ୍କର ଆଉ କିଛି ପରିଗ୍ରହ କରିବାର ବାସନା ନଥାଏ । ଓଡ଼ିଶାରେ ଜୈନ ତୀର୍ଥଙ୍କରମାନଙ୍କ ଭିତରୁ ପାର୍ଶ୍ୱନାଥଙ୍କୁ ଅତି ଉଚ୍ଚ ସ୍ଥାନ ଦିଆ ହୋଇଛି । ସେହି ପାର୍ଶ୍ୱନାଥ ଆମ୍ଭମାନଙ୍କର ଓଡ଼ିଶାକୁ ରକ୍ଷା କରନ୍ତୁ ଏହାହିଁ ଏକମାତ୍ର କାମନା । ନିର୍ବାଣରୂପୀ ନବୀନ ଗ୍ରାନ ଉଦୟାଚଳ ପର୍ବତର ଶିଖରରେ ମହାବୀର ଜିନେନ୍ଦ୍ରମାନେ ଓଡ଼ିଶାକୁ ସେମାନଙ୍କର କେବଳ ଜ୍ଞାନଦ୍ୱାରା ମୋକ୍ଷ ଲକ୍ଷ୍ମୀ ପ୍ରଦାନ କରନ୍ତୁ । ଏହାହିଁ ଓଡ଼ିଶାବାସୀଙ୍କ କାମନା ।

 

ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଅନନ୍ତବ୍ରତ ହୁଏ । ସେହି ଦିନ ଜୈନମାନେ ଉପବାସରେ ରହିଥାଆନ୍ତି । ଅପରାହ୍ନ ସମୟରେ ଶୋଭାଯାତ୍ରା କରି ନଦୀକୁ ଯାଇ କୁମ୍ଭରେ ଜଳ ଆଣି ଠାକୁରଙ୍କୁ ଗାଧୋଇ ଦିଅନ୍ତି । ଉକ୍ତ ଦିନଟି ମହା ସମାରୋହରେ ପାଳନ କରନ୍ତି ।

 

କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ (ଦିବାଲି)ରେ ମହାବୀର ସ୍ଵାମୀ ନିର୍ବାଣ ପ୍ରାପ୍ତ ହୋଇଥିଲେ । ସେହି ଦିନ ନାନାପ୍ରକାର ମିଷ୍ଟାନ୍ନ ନେଇ ଠାକୁରଙ୍କୁ ଭୋଗ କରାନ୍ତି । ଏହା ପାବାପୁରୀ ନାମକ ସ୍ଥାନରେ ମହା ସମାରୋହରେ ପାଳନ କରାଯାଏ ।

 

୨୪ ତୀର୍ଥଙ୍କରଙ୍କର

 

ନାମ

ଜନ୍ମତିଥି

ନିର୍ବାଣତିଥି

ଋଷଭନାଥ

ଚୈତ୍ର କୃଷ୍ଣ ନବମୀ

ମାଘ କୃଷ୍ଣ ଚତୁର୍ଦ୍ଦଶୀ

ଅଜିତନାଥ

ମାଘ ଶୁକ୍ଳ ଦଶମୀ

ଚୈତ୍ର କୃଷ୍ଣ ପଞ୍ଚମୀ

ସମ୍ଭବନାଥ

କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମୀ

ଚୈତ୍ର ଶୁକ୍ଳ ଷଷ୍ଠୀ

ଅଭିନନ୍ଦନନା

ମାଘ ଶୁକ୍ଳ ଦ୍ୱାଦଶୀ

ବୈଶାଖ ଶୁକ୍ଳ ଷଷ୍ଠୀ

ସୁମତିନାଥ

ଚୈତ୍ର ଶୁକ୍ଳ ଏକାଦଶୀ

ଚୈତ୍ର ଶୁକ୍ଳ ଏକାଦଶୀ

ପଦ୍ମ ପ୍ରଭୁନାଥ

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ

ଫାଲଗୁନ କୃଷ୍ଣ ଚତୁର୍ଥୀ

ସୁପାର୍ଶ୍ୱନାଥ

ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ

ଫାଲ୍ଗୁନ ଶୁକ୍ଳ ସପ୍ତମୀ

ଚନ୍ଦପ୍ରଭୁ

ପୌଷ କୃଷ୍ଣ ଏକାଦଶୀ

ଫାଲଗୁନ କୃଷ୍ଣ ସପ୍ତମୀ

ପୁଷ୍ପଦନ୍ତ

ମାର୍ଗଶିର ଶୁକ୍ଳ ପ୍ରତିପଦା

ଭାଦ୍ର ଶୁକ୍ଳ ଅଷ୍ଟମୀ

ଶୀତଳନାଥ

ମାଘ କୃଷ୍ଣ ଦ୍ଵାଦଶୀ

ଆଶ୍ୱିନ ଶୁକ୍ଳ ଅଷ୍ଟମୀ

ଶ୍ରେୟାଂନାଥ

ଫାଲଗୁନ କୃଷ୍ଣ ଏକାଦଶୀ

ଶ୍ରାବଣ ଶୁକ୍ଳ ପୂର୍ଣ୍ଣମୀ

ବାସୁପୂଜା

ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ

ଭାଦ୍ର ଶୁକ୍ଳ ଚତୁର୍ଦ୍ଦଶୀ

ବିମଳନାଥ

ମାଘ ଶୁକ୍ଳ ଚତୁର୍ଦ୍ଦଶୀ

ଆଷାଢ଼ କୃଷ୍ଣ ଅଷ୍ଟମୀ

ଅନନ୍ତନାଥ

ଜ୍ୟେଷ୍ଠ କୃଷ୍ଣ ଦ୍ଵାଦଶୀ

ଚୈତ୍ର କୃଷ୍ଣ ଅମବାସ୍ୟା

ଧର୍ମନାଥ

ମାଘ ଶୁକ୍ଳ ତ୍ରୟୋଦଶୀ

ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ

ଶାନ୍ତିନାଥ

ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ

ଜ୍ୟେଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ

କୁନ୍ଥନାଥ

ବୈଶାଖ ପ୍ରତିପଦା

ବୈଶାଖ ଶୁକ୍ଳ ପ୍ରତିପଦା

ଅରନାଥ

ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ

ଚୈତ୍ର କୃଷ୍ଣ ଅମାବାସ୍ୟା

ମଲ୍ଲିନାଥ

ମାର୍ଗଶୀର ଶୁକ୍ଳ ଏକାଦଶୀ

ଫାଲ୍ଗୁନ କୃଷ୍ଣ ପଞ୍ଚମୀ

ମୁନିସୁବ୍ରତନାଥ

ବୈଶାଖ କୃଷ୍ଣ ଦଶମୀ

ଫାଲ୍ଗୁନ କୃଷ୍ଣ ଦ୍ୱାଦଶୀ

ନମିନାଥ

ଆଷାଢ଼ କୃଷ୍ଣ ଦଶମୀ

ବୈଶାଖ କୃଷ୍ଣ ଦଶମୀ

ନେମିନାଥ

ଶ୍ରାବଣ ଶୁକ୍ଳ ଷଷ୍ଠୀ

ଆଷାଢ଼ ଶୁକ୍ଳ ସପ୍ତମୀ

ପାର୍ଶ୍ୱନାଥ

ପୌଷ କୃଷ୍ଣ ଏକାଦଶୀ

ଶ୍ରାବଣ ଶୁକ୍ଳ ସପ୍ତମୀ

ବର୍ଦ୍ଧମାନ

ଚୈତ୍ର ଶୁକ୍ଳ ତ୍ରୟୋଦଶୀ

କାର୍ତ୍ତିକ କୃଷ୍ଣ ଅମାବାସ୍ୟା

 

ପ୍ରଧାନ ମତବାଦ

(ଶ୍ୱେତାମ୍ବର ଓ ଦିଗମ୍ବର)

 

ଜୈନମାନଙ୍କର ବଡ଼ ଏବଂ କ୍ଷୁଦ୍ର ସମ୍ପ୍ରଦାୟମାନଙ୍କୁ ଅର୍ହତ କହନ୍ତି, ସାଧାରଣତଃ ଜିନ ଅର୍ଥାତ୍ ସଂସାର ବିଜୟୀ ବା ଅର୍ହତ ଅର୍ଥାତ୍ ପବିତ୍ର ପୁରୁଷ ବୋଲି କହନ୍ତି । ସେମାନେ ଗୋଟିଏ ଦଳ ନହୋଇ କେତେକ ବିରୋଧୀ ଦଳରେ ବିଭକ୍ତ । ମୁଖ୍ୟତଃ ଶ୍ଵେତାମ୍ବର ଓ ଦିଗମ୍ବର । ଉପରୋକ୍ତ ବିଭାଗ ଦ୍ୱୟ ପ୍ରତ୍ୟେକେ ମଧ୍ୟ ଅନେକ ଉପବିଭାଗରେ ବିଭକ୍ତ । ଦିଗମ୍ବରମାନଙ୍କ ଆକାଶ ବା ଶୂନ୍ୟ ବସ୍ତ୍ର । ସେମାନେ ସମ୍ପୂର୍ଣ୍ଣ ଉଲଗ୍ନ ରହନ୍ତି । ଆଧୁନିକ ସଭ୍ୟତାଦ୍ୱାରା ଏହି ମତର କାର୍ଯ୍ୟକାରିତା ଅନେକ ପରିମାଣ କମିଯାଇଛି । ଶ୍ଵେତାମ୍ବରମାନେ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ସେମାନେ ଏହାଦ୍ୱାରା ଉଚ୍ଚତମ ଲକ୍ଷ୍ୟରେ ପହଞ୍ଚି ପାରିବାର ବିଶ୍ୱାସ ରଖନ୍ତି । ଏହି ବିଭାଗ ବହୁ ପୁରାତନ । ପ୍ରଥମ ଶିଷ୍ୟମାନଙ୍କ ମଧ୍ୟରେ କଙ୍କି ଏବଂ ସେମାନଙ୍କର ଅନ୍ଧବିଶ୍ୱାସ ଦ୍ଵାରା ଏହି ବିଭାଗ ପ୍ରଥମ ଶତାବ୍ଦୀର ପୂର୍ବରୁ ଘଟିଅଛି । ଏହି ଦୁଇଦଳ ମଧ୍ୟରେ ବିବାହ ସମ୍ପର୍କ ସ୍ଥାପନ ହୁଏ ନାହିଁ ଏବଂ ସେମାନେ ମଧ୍ୟ ଏକତ୍ର ଖାଆନ୍ତି ନାହିଁ । ଏହାସତ୍ତ୍ଵେ ସେମାନଙ୍କର ଧର୍ମ, ଶୃଙ୍ଖଳା ଏବଂ ସଂସ୍କୃତିରୁ ଜୈନଧର୍ମ ଏକ ବୋଲି ଗଣନା କରାଯାଏ ।

 

ଜୈନଗ୍ରନ୍ଥମାନଙ୍କର ନାମ

 

୧ ବଡ଼, ୨ ଅଶୁଳ, ୩ ଅଞ୍ଚଳ, ୪ ଜିରବଳ, ୫ ଖରତର, ୬ ଲଙ୍କା ବା ରିଚମତି, ୭ ତପ, ୮ ଗଙ୍ଗେଶ୍ୱର, ୯ କୋରଣ୍ଟବକ, ୧୦ ଆନନ୍ଦପୁର, ୧୧ ଉରବଳି, ୧୨ ଉଢ଼ବୀୟ, ୧୩ ଗୁଡ଼ବ, ୧୪ ଦେକାଓ୍ୱା, ୧୫ ଭୀମମାଳ, ୧୬ ମହୁଦୀୟ, ୧୭ ଗଚ୍ଛପାଲା, ୧୮ ଗୋଷୋବାଳ, ୧୯ ମଗତ୍ରଗଗଦ, ୨୦ ବୃଂହଣୀୟ, ୨୧ ତଲର, ୨୨ ବିକଡ଼ୀୟ, ୨୩ ମୁଝୀୟ, ୨୪ ଚିତ୍ରୋଦା, ୨୫ ସଚୋର ୨୬ ଯଚ୍ଛନ୍ଦ୍ରୀୟ, ୨୭ ସିଦ୍ଧଲବ, ୨୮ ମିୟଣୀୟ, ୨୯ ଆଗମ୍ୟ ୩୦ ମଳଧାରୀ, ୩୧ ଭାବନରୀୟ, ୩୨ ପଲ୍ଲିବାଳ, ୩୩. ନାଗଦିବେଶ୍ୱର, ୩୪ ଧର୍ମଘୋଷ, ୩୫ ନାଗପୁର, ୩୬ ଉଚ୍ଚାଟକଳ, ୩୭ ନନ୍ନବଳ, ୩୮ ସଦେରା ୩୯ ମନ୍ଦୋବର, ୪୦ ସୁରଣୀ, ୪୧ ଖମ୍ଭାବତୀ, ୪୨ ପାଚେଣ୍ଡ, ୪୩ ସୋପାରୀୟା ୪୪ ମାଣ୍ଡଳୀୟା, ୪୫ କଚ୍ଛିପଣ, ୪୬ ଜଗମ୍ନା ୪୭ ଲାପରବଳ, ୪୮ ବସାରଡ଼, ୪୯ ଦ୍ୱୀବନ୍ଦନୀୟ, ୫୦ ଚିତ୍ରବଳ ୫୧ ବେଗଦା, ୫୨ ବାପଦା, ୫୩ ବୀଜହର, ୫୪ କୌପୁରୀ ୫୫ କଚାଳ, ୫୬ ହଳନ୍ଦୀୟ, ୫୭ ମହୁକର, ୫୮ ପୁତଳୀୟା, ୫୯ କାମିନରିଶେୟ, ୬୦ ରେବାର୍ଦ୍ଦିୟ, ୬୧ ଧନ୍ଦୁକ, ୬୨ ଧସ୍‍ହଣୀପଣ, ୬୩. ପଞ୍ଚବଳ, ୬୪ ପାଳନପୁର, ୬୫ ଗାନ୍ଧରୀୟ, ୬୬ ବେଲୀୟ, ୬୭ ଷଡ଼ପୁନମୀୟ, ୬୮ ନଗରକୋଟୀୟ, ୬୯ ହାସୋରା, ୭୦ ଭଟ୍ଟନେରା, ୭୧ ଜଣହର, ୭୨ ଯଗାୟନ, ୭୩ ଭୀମସେନ, ୭୪ ଡକାଦୀୟ, ୭୫ କମ୍ୱୋଜ, ୭୬. ସେନଡ଼ା ୭୭ ବଘେରା, ୭୮ ବହେଦୀୟ, ୭୯ ସିନ୍ଧପୁର, ୮୦ ଘୋଘରୀ, ୮୧ ନିଗମୀୟ, ୮୨ ପୁନମୀୟ, ୮୩ ବରହଦୀୟ, ୮୪ ନମିଳା ।

 

ଖ୍ରୀ : ଅ: ଦଶମ ମଧ୍ୟ ଭାଗରେ ଉଦ୍ୟତନ ନାମରେ ଜଣେ ଉଚ୍ଚ ଜୈନ ପୁରୋହିତ ଥିଲେ । ତାଙ୍କର ୮୪ ଗଚ୍ଛ ଥିଲେ । ସେମାନଙ୍କର ନାମ ଦିଆଗଲା ।

 

୨୪ ତୀର୍ଥଙ୍କରକୁ ପ୍ରାର୍ଥନା

 

ଚବିଶ ତୀର୍ଥଙ୍କରଙ୍କପାଇଁ ଚବିଶଟି ପ୍ରାର୍ଥନା ଅଛି ।

 

ଆଦିନାଥ ଋଷଭଦେବଙ୍କପାଇଁ ନିମ୍ନଲିଖିତ ପ୍ରାର୍ଥନାଟି ବୋଲାଯାଏ ।

 

ହେ ଆଦିପ୍ରଭୁ କରୁଣାକର

ଶୀଘ୍ର ଆସି ଆମର ଭୟ, ବେଦନା ଦୂର କର,

ସର୍ବାଙ୍ଗ ଜଳିଯାଉଛି ଭବତାପରୁ ଆମକୁ ରକ୍ଷା କର ।

 

ଅଜିତନାଥଙ୍କପାଇଁ ପ୍ରାର୍ଥନା–

 

ଯେଉଁ ନର ହୃଦୟରେ ଆପଣଙ୍କ ସହଗୁଣ ଟିକିଏ ବି ଧାରଣ କରେ, କଳି ତାକୁ ଡରେ-। ଆପଣଙ୍କର ଦିବ୍ୟ ଧ୍ୱନି କରି ଜଗତ ସୁଖୀ ହୁଏ, ମେଘର ଗର୍ଜନ ଶୁଣିଲେ ମୟୁର ଯେପରି ସୁଖୀ ହୁଏ ।

 

ଶ୍ରୀ ସଂଭବନାଥଙ୍କପାଇଁ ପ୍ରାର୍ଥନା–

 

ହେ ପ୍ରଭୁ ! ସୁଖ ପ୍ରାପ୍ତି ଅଶାରେ ମୁଁ ବୁଲୁଛି । ପାପରେ ଠୋକର ଖାଇ ଦୁଃଖ ଭୋଗ କରୁଅଛି । ଆପଣ କୃପା କରି ନିଜ ହାତରେ ମୋ ହାତକୁ ଧରନ୍ତୁ । ଆପଣଙ୍କୁ ଛାଡ଼ି ମୁଁ ଯିବି କୁଆଡ଼େ ପ୍ରଭୁ ?

 

ଶ୍ରୀ ଅଭିନନ୍ଦନନାଥଙ୍କୁ, ପ୍ରାର୍ଥନା କରାଯାଏ–

 

ହେ ପ୍ରଭୁ ! ତୁମ ନିକଟରେ ମୋର ଭକ୍ତି ଯେପରି ସର୍ବଦା ଅବିଚଳ ରହେ । ଯେଉଁ ହୃଦୟରେ ଆପଣ ବାସ କରୁଅଛନ୍ତି ସେଠି ଆଉ ଦୁଃଖ ନାହିଁ । ସୂର୍ଯ୍ୟ ଉଦୟ ହେଲେ ଆଉ ଅନ୍ଧକାର କି ରହିପାରେ ?

 

ଶ୍ରୀ ସ୍ମତିନାଥଙ୍କୁ ପ୍ରାର୍ଥନା କରାଯାଏ–

 

ହେ ପ୍ରଭୁ ! ଆପଣ କାମ, କ୍ରୋଧ, ମଦ, ମୋହ ସବୁ ଜୟ କରିଛନ୍ତି । ଆପଣଙ୍କୁ ପ୍ରାର୍ଥନା, ଆପଣ ମୋତେ ସଦ୍‍ବୁଦ୍ଧି ଦିଅନ୍ତୁ । କର୍ତ୍ତବ୍ୟ ନିଷ୍ଠାରେ ବଳ ଦିଅନ୍ତୁ ଏବଂ ସୁସାହସ ଦିଅନ୍ତୁ-

 

ଶ୍ରୀ ପଦ୍ମପ୍ରଭୁଙ୍କୁ ପ୍ରାର୍ଥନା–

 

ହେ ଆର୍ଯ୍ୟ ! ଆପଣଙ୍କର ପାଦପଙ୍କଜରେ ଲକ୍ଷ୍ମୀ ସର୍ବଦା ବିରାଜମାନ । ହେ ପ୍ରଭୁ, ଆପଣଙ୍କୁ ମୁଁ ପ୍ରାର୍ଥନା କରୁଅଛି ମୋତେ ଐହିକରଣରୁ ମୁକ୍ତ କରନ୍ତୁ ।

 

ସୁପାର୍ଶ୍ୱନାଥଙ୍କ ପ୍ରାର୍ଥନା–

 

ହେ ପ୍ରଭୁ, ଶତ୍ରୁ, ମିତ୍ର ଭଉୟରେ ଆପଣଙ୍କର ସମଭାବ ରହିଛି । ଆପଣଙ୍କର ସେହି ଉଚ୍ଚ ସ୍ୱଭାବ ମୁଁ ଯେପରି ପ୍ରାପ୍ତ ହୁଏ, ସେ ଆଶୀର୍ବାଦ କରନ୍ତୁ ।

 

ଶ୍ରୀ ଚନ୍ଦ୍ରପ୍ରଭୁଙ୍କ ପ୍ରାର୍ଥନା–

 

ହେ ପ୍ରଭୁ, ଶୀଘ୍ର ମୋର ଅନ୍ତରର ଅନ୍ଧକାର ଦୂର କରନ୍ତୁ । ଆପଣ ଚନ୍ଦ୍ର । ପୃଥିବୀର ଚନ୍ଦ୍ର ଦିବସରେ ଦ୍ୟୁତିହୀନ ହୁଏ । ଆପଣ ଦିନ ରାତି ସବୁବେଳେ ଦ୍ୟୁତିପୂର୍ଣ୍ଣ । ଆପଣ ମୋତେ ଆଶୀର୍ବାଦ କରନ୍ତୁ ।

 

ପୁଷ୍ପଦନ୍ତ–

 

ତୁମଭଳିଆ ମୁଁ ଯେପରି ହୁଏ । ପୁଷ୍ପଭଳିଆ ସ୍ୱଚ୍ଛ ଓ କୋମଳ । ଆଉ ଜାଗତିକ ପୁଷ୍ପ ମ୍ଳାନ ହୁଏ । ତୁମେ ଚିର ଅମ୍ଳାନ । ମୋତେ ଅଶୀର୍ବାଦ କରନ୍ତୁ ପ୍ରଭୋ ।

 

ଶ୍ରୀ ଶୀତଳନାଥ–

 

ଆପଣ ଜଗତକୁ ଶୀତଳ କରନ୍ତୁ । ଚନ୍ଦ୍ରମାରେ ସେ ଶୀତଳତା ନାହଁ ଆପଣଙ୍କ ପାଖରେ ଯାହା ଅଛି । ତଦ୍ଦ୍ୱାରା ଆମକୁ ଏବଂ ଏହି ଜଗତକୁ ଶାନ୍ତ ଶୀତଳ କରନ୍ତୁ ।

 

ଶ୍ରେୟାଂଶନାଥ–

 

ସମ୍ପୂର୍ଣ୍ଣ ଦେବ ମଧ୍ୟରେ ଆପଣ ସମ୍ପୂର୍ଣ୍ଣ ଅଟନ୍ତି, ତେଣୁ ଆପଣ ଶ୍ରେୟାଂଶନାଥ । ମୋତେ ଅର୍ଶୀବାଦ କରନ୍ତୁ ।

 

ବାସୁପୂଜ୍ୟ–

 

ଜଗତରେ ଆପଣ ପୂଜ୍ୟ । ଅଭିମାନ ରହିତ ଆପଣ । ମୋତେ ଆଶୀର୍ବାଦ କରନ୍ତୁ ।

 

ବିମଳନାଥ–

ଆପଣଙ୍କ ଗୁଣଗାନ କରି ଗଣଧରମାନେ ମଧ୍ୟ ଥକି ଗଲେ । ଆପଣ ସେ ମଧୁକାଳ, ମୁଁ ଯେପରି ଚିର କୋକିଳ ହୋଇ ଆପଣଙ୍କ ଗୁଣଗାନ କରେ ।

 

ଅନନ୍ତନାଥ–

 

ଆପଣ ଅନନ୍ତ, ଆପଣଙ୍କ ସଦ୍‍ଗୁଣ ଅନନ୍ତ । ଆପଣଙ୍କ ଅନନ୍ତ ମୂର୍ତ୍ତି ଉପରେ ମୋ ନେତ୍ର ଯେପରି ଚିର ଲାଖି ରହେ ।

 

ଧର୍ମନାଥ–

 

ମୁଦିତ ବିଧ୍ୱସ୍ତ ଜଗତର ଦୁଷ୍କର୍ମକୁ ଆପଣ ଦୂର କରି ସିଦ୍ଧର୍ମର ବାଟ ଦେଖାଉଛନ୍ତି । ମୋତେ ଆଶୀର୍ବାଦ କରନ୍ତୁ, ପ୍ରଭୁ ।

 

ଶାନ୍ତିନାଥ–

 

ଆପଣଙ୍କ ଅନ୍ତଃକରଣରେ ଯେଉଁ ଶାନ୍ତି ବିରାଜମାନ, ସେହି ଶାନ୍ତି ମୋତେ ଦିଅନ୍ତୁ, ପ୍ରଭୁ ।

 

କୁନ୍ଥୁନାଥ–

 

ଆପଣ ସମଗ୍ର ପ୍ରଜାକୁ ନିଜ ପୁତ୍ରଭଳି ପାଳନ କରିଥିଲେ । ନଶ୍ୱରତା ଅନୁଭବ କରି ସମସ୍ତ ରାଜ୍ୟ ଛାଡ଼ିଦେଲେ । ହେ ପ୍ରଭୁ ! ମୋତେ ମଧ୍ୟ ସେହିପରି ଉତ୍ସାହିତ କରନ୍ତୁ । ନଶ୍ୱରତା ପରିତ୍ୟାଗ ମୁଁ ଯେପରି ଶାଶ୍ୱତକୁ ଉପଲବ୍ଧି କରେ ।

 

ଅରନାଥ–

 

ଆପଣ ସଦା ବିଶ୍ୱନେତା । ନିଜ ଶକ୍ତିରେ ମିଥ୍ୟାତ୍ୱକୁ ଆପଣ ଜିଣିଥିଲେ । ମୋତେ ସେହି ଅଶୀର୍ବାଦ କରନ୍ତୁ ଯବ୍ଦ୍ୱାରା ମିଥ୍ୟାତ୍ୱକୁ ମୁଁ ଜିଣି ପାରେଁ ।

 

ମଲ୍ଲି ନାଥ–

 

ନିଜ ବୀରତାରେ ଆପଣ ମୋହ ଜୟ କରିଥିଲେ । ମୋତେ ସେହି ଆଶୀର୍ବାଦ କରନ୍ତୁ ମୁଁ ଯେପରି ମୋହ ଜୟ କରିପାରେ ।

 

ମୁନି ସୁବ୍ରତନାଥ–

 

କଷ୍ଟର ହତ୍ତା ଆପଣ । ଅବିଚଳ, ଅବାଧିତ ଦିବାକର ଆପଣ । ମୋତେ ଆଶୀର୍ବାଦ କରନ୍ତୁ ।

 

ନମି ନାଥ–

 

ଆପଣଙ୍କ ବାଣୀ ସଦା ନିର୍ମଳ ନିର୍ଦ୍ଦୋଷ ଅଟେ । ଆପଣଙ୍କ ହୃଦୟ ନିରୁପଣ ଗୁଣର କୋଷ । ହେ ପ୍ରଭୁ ! ମୁଁ ଯେପରି ଆପଣଙ୍କର ସନ୍ନିକଟ ହୋଇପାରେ ।

 

ନେମିନାଥ–

 

ଆପଣ ସମ୍ପୂର୍ଣ୍ଣ ଗର୍ବବିହୀନ, ସଂସାରକୁ ସଦ୍‍ବୋଧ ଦେବାରେ ଆପଣ ଅତି ପ୍ରବୀଣ । ଆପଣ ମୋତେ ଭବଭ୍ରମଣରୁ ମୁକ୍ତି ଦିଅନ୍ତୁ।

 

ପାର୍ଶ୍ୱନାଥ -

 

ଯେଉଁ ଶକ୍ତିରେ ଆପଣ ଦୈତ୍ୟେନ୍ଦ୍ରର ଅତ୍ୟାଚାର ସହିଲେ, ସେହି ଶକ୍ତି ମୋତେ ଦିଅନ୍ତୁ ପ୍ରଭୁ ।

 

ବୀରନାଥ ବା ମହାବୀର–

 

ହେ ପ୍ରଭୁ ! ମୋତେ କ୍ରୁର ଦୁଃଖରୁ ଊଦ୍ଧାର କରନ୍ତୁ ଆପଣଙ୍କ ଦୟା ମୋ ଉପରେ ପଡ଼ୁ।

 

ଜୈନ ଗଳ୍ପ

ସତ୍ୟ ଘୋଷଙ୍କ ଆଖ୍ୟାନ

 

ସିଂହପୁର ନାମକ ନଗରରେ ସିଂହେଶ୍ୱର ନାମରେ ଜଣେ ପରାକ୍ରମଶାଳୀ ରାଜା ରାଜତ୍ୱ କରୁଥିଲେ । ତାଙ୍କର ରାମଜଭା ନାମ୍ନୀ ଜଣେ ପାଟରାଣୀ ଥିଲେ । ଶ୍ରୀଭୂତି ନାମରେ ରାଜାଙ୍କର ଜଣେ ଶାସ୍ତ୍ରଜ୍ଞ ପୁରୋହିତ ଥିଲେ । ସେ ଆଦୌ ମିଥ୍ୟା କହିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ । ତାଙ୍କର ଏହି ପ୍ରତିଜ୍ଞାର କିଛି ଦିନ ପରେ ଜଣାପଡ଼ିବାରୁ ରାଜା ତାଙ୍କ ନାମ ସତ୍ୟଘୋଷ ଦେଇଥିଲେ । ପଦ୍ମ ଖଣ୍ଡ ନାମକ ନଗରରେ ସୁଦତ୍ତ ନାମକ ଜଣେ ବଣିକ ଶ୍ରେଷ୍ଠୀ ବାସ କରିଥିଲେ-। ତାଙ୍କ ସ୍ତ୍ରୀଙ୍କର ନାମ ସୁମିତ୍ରା । ଏହି ସୁମିତ୍ରାଙ୍କ ଗର୍ଭରୁ ଉଦ୍ରମିତ୍ର ନାମକ ଗୋଟିଏ ପୁତ୍ର ଜନ୍ମଗ୍ରହଣ କରିଥିଲା । କ୍ରମେ ସେ ପୁତ୍ରଟି ବଡ଼ ହେବାରୁ ଦିନେ ସେହି ନଗରର ଧନୀ ପୁତ୍ରମାନଙ୍କ ସହିତ କ୍ରୀଡ଼ା କରିବାକୁ ଯାଇଥିଲା । କ୍ରୀଡ଼ା ରତଥିବା ସମୟରେ ଧନୀ ପୁତ୍ର ମାନେ କହିଲେ, ହେ ଭଦ୍ର ମିତ୍ର ! କର୍ମ ନକରି ବସି ଖାଇବା ବଡ଼ ଅନ୍ୟାୟ ଅଟେ । ତେଣୁ ଆମ୍ଭେମାନେ ଧନ ଅର୍ଜନ କରିବା ନିମନ୍ତେ ରତ୍ନଦୀପକୁ ଯାଉଛୁ, ତୁ ଆମ ସଙ୍ଗରେ ଧନ ଉପାର୍ଜନ ନିମନ୍ତେ ଚାଲ । ଏହା ଶୁଣି ଭଦ୍ର ମିତ୍ର ନିଜ ଗୃହକୁ ଆସି ତାଙ୍କର ପିତା ସୁଦତ୍ତଙ୍କୁ କହିଲେ, ହେ ପିତା, ମୁଁ ଧନ ଅର୍ଜନ କରିବା ନିମନ୍ତେ ଧନୀ ପୁତ୍ରମାନଙ୍କ ସହିତ ରତ୍ନଦୀପକୁ ଯାଉଛି । ସୁଦତ୍ତ ଏହା ଶୁଣି କହିଲେ, ହେ ପୁତ୍ର, ଆମ ଘର ଅନେକ ଧନ ଅଛି, ତୁ ଶିଶୁ ଅବସ୍ଥାରେ ବା କିପରି ଧନ ଅର୍ଜନ କରିବୁ ? ଆମ ଘର ଯାହା ଧନ ଅଛି, ସେହି ଆମ ପକ୍ଷେ ଯଥେଷ୍ଟ, ତୁ ଯାଅ ନାହିଁ । କିନ୍ତୁ ଭଦ୍ର ମିତ୍ର ତାଙ୍କ ପିତାଙ୍କ ଆଜ୍ଞା ନମାନି ତା’ର ସାଥିମାନଙ୍କ ସହିତ ଧନ ଅର୍ଜନ କରିବା ନିମନ୍ତେ ରତ୍ନଦୀପକୁ ଯାଇଥିଲେ । ଜାହାଜଦ୍ୱାରା ସମୁଦ୍ରର ଅଗଭୀର ଜଳରାଶି ମଧ୍ୟ ଦେଇ ରତ୍ନଦୀପକୁ ଯିବା ବାଟରେ ସେମାନେ ଅନେକ ଦ୍ୱୀପରୁ ଧନ ଅର୍ଜନ କରି ଶେଷରେ ରତ୍ନଦୀପରେ ପହଞ୍ଚିଥିଲେ । ସେଠାରେ ବାଣିଜ୍ୟ କରି ସେମାନେ ଅତି ମୂଲ୍ୟବାନ ରତ୍ନଗୁଡ଼ିକ ସହ ନିଜ ନିଜ ଗୃହକୁ ଯାତ୍ରା କରିଥିଲେ । ଭଦ୍ରମିତ୍ରଙ୍କ ରତ୍ନ ମଧ୍ୟରୁ ତିନୋଟି ରତ୍ନ ଉତ୍କୃଷ୍ଟ ଓ ମୂଲ୍ୟବାନ୍ ଥିଲା । ତାହାକୁ ସେ ନିଜ ପାଖରେ ସଦାସର୍ବଦା ଯତ୍ନ ସହକାରେ ରଖିଥିଲେ । ଦୈବଦୁର୍ବିପାକରୁ ଜଳଯାତ୍ରା ସମୟରେ ତାଙ୍କର ଜାହାଜଟି ସମୁଦ୍ର ମଧ୍ୟରେ ଜଳମଗ୍ନ ହୋଇଥିଲା । ଭଦ୍ରମିତ୍ର ଗୋଟିଏ କାଠପଟା ସାହାଯ୍ୟରେ ଭାସି ଭାସି କୂଳରେ ଲାଗିଥିଲେ । ସେଠାରୁ ସେ ନିକଟସ୍ଥ ଭ୍ରମଣ କରିବାକୁ ଯାଇଥିଲେ, ସେ ନଗରର ନାମ ସିଂହଘୋଷଥିଲା । ସେ ନଗରରେ ଭ୍ରମଣ କରିବା ସମୟରେ ଶୁଣିବାକୁ ପାଇଥିଲେ ଯେ ରାଜାଙ୍କ ସର୍ବଶାସ୍ତ୍ରଜ୍ଞ ପୁରୋହିତ ସତ୍ୟଘୋଷ ଏଠାରେ ବାସ କରିଛନ୍ତି, ସେ ଜଣେ ସତ୍ୟନିଷ୍ଠ ଲୋକ ଥିଲେ। ସେ ସତ୍ୟଘୋଷଙ୍କ ନିକଟକୁ ଯାଇ ନିଜର ଦୁଃଖ କାହାଣୀ ତାଙ୍କ ଆଗରେ ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଆପଣ ମୋର ଏତକ ରତ୍ନ ରଖନ୍ତୁ, ମୁଁ ପୁନର୍ବାର ଧନ ଉପାର୍ଜନ କରିବାକୁ ଯିବି, ମୁଁ ଫେରିବାସମୟରେ ମୋର ରତ୍ନଗୁଡିକ ନେଇ ଘରକୁ ଯିବି । ସତ୍ୟଘୋଷ ସେହି ଜ୍ୟୋତିଃମାନ ରତ୍ନଗୁଡ଼ିକୁ ଦେଖି ଲୋଭାସକ୍ତ ହୋଇଥିଲେ । ଭଦ୍ରମିତ୍ର ରତ୍ନଗୁଡ଼ିକୁ ସତ୍ୟଘୋଷଙ୍କ ପାଖରେ ରଖି ପୁନଶ୍ଚ ଧନ ଉପାର୍ଜନାର୍ଥେ ବିଦେଶ ଯାତ୍ରା କରିଥିଲେ । ଏହି ଘଟଣାର ଏକ ବର୍ଷ ପରେ ଭଦ୍ରମିତ୍ର ଭ୍ରମଣ କରି ସତ୍ୟଘୋଷଙ୍କ ନିକଟକୁ ଫେରୁଥିବା ସମୟରେ ସତ୍ୟଘୋଷ ଭଦ୍ରମିତ୍ରଙ୍କୁ ଦୂରରୁ ଆସୁଥିବାର ଦେଖି ତାଙ୍କ ନିକଟରେ ବସିଥିବାର ଲୋକମାନଙ୍କୁ କହିଲେ, ମୁଁ ଆଜି ରାତ୍ରରେ ଗୋଟିଏ ସ୍ୱପ୍ନ ଦେଖିଛି ଯେ ଯାହା ଦ୍ଵାରା କି ମୋତେ ଅପମାନିତ ଓ ଲଜ୍ଜିତ ହେବାକୁ ପଡ଼ିବ । ସେହି ସମୟରେ ଭଦ୍ରମିତ୍ର ତାଙ୍କ ପାଖରେ ପହଞ୍ଚି ରଖିଯାଇଥିବା ରତ୍ନଗୁଡ଼ିକ ମାଗିବାରୁ ସତ୍ୟଘୋଷ କହିଲେ, ତୁ ଜଣେ ଦରିଦ୍ର ଲୋକ, ମୂଲ୍ୟବାନ ରତ୍ନ କେଉଁଠାରୁ ପାଇଲୁ ଓ କେବେ ମୋ ପାଖେ ଆଣି ରତ୍ନ ରଖିଥିଲୁ ମୁଁ ତ ଆଦୌ ଜାଣେ ନାହଁ କି ତୋତେ ମଧ୍ୟ ଚିହ୍ନି ନାହିଁ ? ତୁ ମିଥ୍ୟାରେ ଏଠାରେ ପାଗଳ ପରି କ’ଣ ଗୁଡ଼ାଏ ବକିଯାଉଛୁ ! ତୋର ବୋଧ ହୁଏ ମତିଚ୍ଛନ୍ନ ଘଟିଛି, ତାହା ନ ହୋଇଥିଲେ ତୁ ଏପରି କଥା କହନ୍ତୁ ନାହିଁ । ସତ୍ୟଘୋଷ ଭଦ୍ରମିତ୍ରଙ୍କୁ ଏହିପରି କୁବାକ୍ୟ କିହ ଘଉଡ଼ାଇ ଦେଇଥିଲେ । ସେ ଦୁଃଖରେ କାତର ହୋଇ ତା’ର ସମସ୍ତ ଦୁଃଖ ରାଜାଙ୍କୁ ଜଣାଇଥିଲେ । ରାଜା ସତ୍ୟଘୋଷଙ୍କୁ ଡକାଇଲେ ଏବଂ ସମ୍ମାନ ସହକାରେ ଶେଠ ପୁତ୍ରର ରତ୍ନ ବିଷୟ ପଚାରିଲେ । ସତ୍ୟଘୋଷ କହିଲେ ମହାରାଜ, ଏ ଲୋକଟି ପାଗଳ, ଏହାର ଧନ ନଷ୍ଟ ହୋଇ ଯାଇଥିବାରୁ ଏହାର ମତିଭ୍ରଂଶ ଘଟିଛି ତେଣୁ ସେ ଏପରି ମିଥ୍ୟା କଥା କହୁଛି । ରାଜା ସତ୍ୟଘୋଷଙ୍କ କଥାକୁ ବିଶ୍ୱାସ କରି ଭଦ୍ରମିତ୍ରଙ୍କୁ ଦରବାରରୁ ଲଜ୍ଜା ଦେଇ ବାହାର କରିଦେଇଥିଲେ-। ଭଦ୍ରମିତ୍ରଙ୍କ ଧନ ହରଣ ହୋଇଯାଇଥିବାରୁ ସେ ପ୍ରତିଦିନ ପ୍ରାତଃକାଳରେ ବୃକ୍ଷ ଆରୋହଣ କରି ଦୀନ ଓ ନମ୍ରଚିତ୍ତରେ କହେ, ବିନା ଅପରାଧରେ ଏହି ଦୃଷ୍ଟ ବ୍ରାହ୍ମଣ ସତ୍ୟଘୋଷ ମୋର ଧନ ଅପହରଣ କରି ନେଇଛି, ମୁଁ ଯାହାକୁ ମୋର ଦୁଃଖ ଜଣାଉଛି ସମସ୍ତେ ମୋର କଥା ଅବିଶ୍ୱାସ ଘଉଡ଼ାଇ ଦେଉଛନ୍ତି, ମୁଁ କାହା ଆଗରେ କହିବି ବା କେଉଁଠାକୁ ଯିବି ? ହେ ମନ୍ତ୍ରୀ, ମହାରାଜ ସିଂହଶେନଙ୍କ କୃପାରୁ ତୋ ପାଖରେ ସବୁ ଅଛି, ତୋ ପକ୍ଷେ ପର ଧନ ଅପହରଣ କରିବା ଉଚିତ ନୁହେଁ, ପର ଧନ ଅପହରଣ କଲେ, ଧର୍ମ, ଯଶ, ଧନ ଓ ଜନ ନଷ୍ଟ ହୋଇଯାଏ । ରେ ବ୍ରାହ୍ମଣ, ବିଦ୍ୱାନ୍, ହୋଇ, ତୁ ଏପରି କୁକର୍ମ କଲୁ କାହିଁକି, ମୁଁ ତୋର କୌଣସି ଅନିଷ୍ଟ କରିନାହିଁ, ଏପରି ନୀଚ କର୍ମ କରି ତୁ ଧର୍ମଚ୍ୟୁତ ହେଉଛୁ କାହିଁକି ? ଏହିପରି ଛଅମାସ ବିତିଯାଇଥିଲା,, ଦିନେ ରାଣୀ ରାମଦତ୍ତା ଏହି କଥାକୁ ଶୁଣି ରାଜାଙ୍କୁ କହିଲେ ମହାରାଜ, ଏହି ଲୋକଟି ପ୍ରତିଦିନ ପ୍ରାତଃକାଳରେ ବୃକ୍ଷ ଆହୋରଣ କରି ସେହି ଗୋଟିଏ କଥାକୁ ପ୍ରକାଶ କରୁଅଛି । ସେ ଯଦି ପ୍ରକୃତରେ ପାଗଳ ହୋଇଥାନ୍ତା, ତେବେ ସେ ଗୋଟିଏ କଥାକୁ ବାରମ୍ବାର କହି ପାରନ୍ତା ନାହିଁ । ଆପଣ ଏହାର ଯଥୋଚିତ ବିଚାର କରନ୍ତୁ । ରାଜା କହିଲେ, ମୁଁ ଏହାର ଯଥାର୍ଥ ବିଚାର କରିଛି । ଯଦି ତୁମର ସନ୍ଦେହ ହେଉଥାଏ, ତୁମେ ନିଜେ ଏହାର ବିଚାର କର । ଏହା ଶୁଣି ରାଣୀ ସତ୍ୟଘୋଷଙ୍କୁ ଡକାଇ ତାଙ୍କୁ ଅତିଥି ସତ୍କାର ପୂର୍ବକ ଉତ୍ତମ ଭୋଜନ ଦେଇ କହିଲେ, ଆଜି ମୁଁ ତୁମ ସହିତ ଜୁଆ ଖେଳିବାକୁ ଇଚ୍ଛା କରୁଛି, ଆମର ଏଥିରେ ବାଜି ରହି ଖେଳ ହେବ, ତୁମେ ହାରିଗଲେ କ’ଣ ଦେବ ଓ ମୁଁ ହାରିଗଲେ କ’ଣ ନେବ ? ଏହା ଚୁକ୍ତିରେ ରାଣୀ ଓ ସତ୍ୟଘୋଷ ମଧ୍ୟରେ ଜୁଆଖେଳ ଆରମ୍ଭ ହେଲା । ଖେଳରେ ସତ୍ୟଘୋଷ ହାରିଯିବାରୁ ରାଣୀ ତାଙ୍କଠାରୁ କଟାରୀ ଯଜ୍ଞୋପବୀତ ଓ ହସ୍ତରେ ପିନ୍ଧିବା ମୁଦି ନେଇଥିଲେ । ରାଣୀ ସତ୍ୟଘୋଷଙ୍କୁ ସେଠାରେ ଅପେକ୍ଷା କରିବାକୁ କହି, ନିଜ ଉଆସକୁ ଯାଇଥିଲେ ଏବଂ ତାଙ୍କର ଦାସୀ ନିପୁଣମତୀ ହସ୍ତରେ ତିନୋଟି ଜିନିଷକୁ ସତ୍ୟଘୋଷଙ୍କ ସ୍ତ୍ରୀ ନିକଟକୁ ପଠାଇଥିଲେ । ରାଣୀ ନିପୁଣମତୀକୁ କହିଲେ, ତୁ ସତ୍ୟଘୋଷଙ୍କ ସ୍ତ୍ରୀଙ୍କୁ କହିବୁ ଯେ ତୁମେ ମୋତେ ବିଶ୍ୱାସ ନ କରିବ ଭାବି ତୁମର ସ୍ୱାମୀ ମୋ ହସ୍ତରେ ତାଙ୍କର କଟାରୀ ଯଜ୍ଞୋପବୀତ ଓ ହସ୍ତର ମୁଦ୍ରିକା ଦେଇ ତୁମ ପାଖକୁ ପଠାଇଛନ୍ତି, ସେ କହିଛନ୍ତି ଘରେ ରଖିଯାଇଥିବା ତନୋଟି ରତ୍ନ ମୋତେ ଦେବେ । ଦାସୀ ନିପୁଣମତୀ ସତ୍ୟଘୋଷଙ୍କ ଘରକୁ ଯାଇଥିଲେ ଓ ତାଙ୍କ ସ୍ତ୍ରୀଙ୍କୁ ସ୍ୱାମୀଙ୍କର ତିନୋଟିଯାକ ଜିନିଷ ଦେଖାଇଥିଲେ । ସତ୍ୟଘୋଷଙ୍କ ସ୍ତ୍ରୀ ନିପୁଣମତୀ କଥାରେ ବିଶ୍ୱାସ କରି ତିନୋଟି ରତ୍ନକୁ ନିପୁଣମତୀକୁ ଦେଇଥିଲେ । ଦାସୀ ତାହାକୁ ନେଇ ରାଣୀଙ୍କୁ ଦେଇଥଲେ ଏବଂ ରାଣୀ ରାଜାଙ୍କୁ ଦେଇଥିଲେ । ରାଜା ସେ ରତ୍ନଗୁଡ଼ିକୁ ନିଜ ଗୃହରେ କେତେ ରତ୍ନ ସହିତ ମିଶାଇ ଭଦ୍ରମିତ୍ରଙ୍କୁ ଡକାଇଥିଲେ ଏବଂ କହିଥିଲେ ଏଥରୁ ତୁମେ ତୁମର ରତ୍ନଗୁଡ଼ିକ ବାଛି ନିଅ । ଭଦ୍ରମିତ୍ର ସତ୍ୟନିଷ୍ଠ ଲୋକ ଥିବାରୁ ଅକ୍ଳେଶରେ ବା ସହଜରେ ତାଙ୍କ ତିନୋଟି ମୂଲ୍ୟବାନ୍ ରତ୍ନଗୁଡ଼ିକ ବାଛି ନେଇଥିଲେ । ରାଜା ଏହା ଦେଖି ବିଶେଷ ଆନନ୍ଦିତ ହୋଇଥିଲେ ଓ ତାଙ୍କୁ ସମ୍ମାନ ସହିତ ବିଦାୟ ଦେଇଥିଲେ । ରାଜା ସତ୍ୟଘୋଷଙ୍କୁ ତାଙ୍କୁ ତିନୋଟି ଦଣ୍ଡରେ ଦଣ୍ଡିତ କରିବାକୁ ସ୍ଥିର କଲେ । ପ୍ରଥମଟି ଅଗ୍ନିରେ ପ୍ରବେଶ କରିବା, ଦ୍ୱିତୀୟଟି ସାତଗ୍ରାସ ଗୋବର ଭକ୍ଷଣ କରିବା, ତୃତୀୟଟି ମଲ୍ଲଙ୍କ ହସ୍ତରୁ ତିନୋଟି ମୁଷ୍ଟିଘାତ ସହ୍ୟ କରିବା । ଏପରି କଠୋର ଦଣ୍ଡ ଶୁଣି ସତ୍ୟଘୋଷ ପ୍ରଥମଟି ପାଳନ କରି ପାରିବି ନାହିଁ ବୋଲି କହିଲେ, ତେଣୁ ଦ୍ୱିତୀୟ ଦଣ୍ଡଟି ଦିଆଯିବାରୁ ତାହା ମଧ୍ୟ ସେ ପାଳନ କରି ପାରିନଥିଲେ । ସର୍ବ ଶେଷରେ ତୃତୀୟ ଦଣ୍ଡରେ ତାକୁ ଦଣ୍ଡିତ କରାଯାଇଥିଲା, ସେଥିରେ ସତ୍ୟଘୋଷଙ୍କ ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ଏହି ଲୋକୋକ୍ତି ଚଳିଆସୁଛି ଯେ: ଲୋଭ ପାପ, ପାପ ମୃତ୍ୟୁ ।

ଖଣ୍ଡିଏ ଚିଠି

 

ଓଡ଼ିଶା ଷ୍ଟେଟ ମ୍ୟୁଜିୟମ, ଭୁବନେଶ୍ୱର ୩୧-୬-୬୦

 

ପ୍ରିୟ ରାଧାଚରଣ ବାବୁ, ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କଠାରୁ ଆପଣ ଖଣ୍ଡିଏ ଚିଠି ଲେଖିଥିଲେ । ସେଥିରେ ଆପଣ କହିଥିଲେ ଯେ, ଶୈଲୋଦ୍ଭବ ଧର୍ମରାଜଙ୍କ ତାମ୍ର ଶାସନରେ ଜୈନ ଗୁରୁଙ୍କୁ ଦାନ କଥ। ଜଣା ନାହିଁ । ଏ ସମ୍ବନ୍ଧେ ମୁଁ ଆପଣଙ୍କ ଦୃଷ୍ଟି ବାଣପୁର ପ୍ଲେଟ୍‌ ସବୁ ଧର୍ମରାଜଙ୍କର-ପ୍ରତି ଦୃଷ୍ଟି ଆକର୍ଷଣ କରୁଅଛି । E. P. Ind. Vol XXIX ରେ Dr. D. C. Sirkar ତାହା edit କରିଛନ୍ତି ଓ ମୁଁ ମୋର Inscriptions of Orissa Vol I Part II Page 222 - 28 ମଧ୍ୟରେ ଶୁଦ୍ଧ ପାଠ ପ୍ରକାଶ କରିଛି । ଏ ତାମ୍ର, ଶାସନରେ ଧର୍ମରାଜଙ୍କ ରାଣୀ ମହାଦେବୀ ଦର୍ହଦାଚାର୍ଯ୍ୟ ନାଶିଚନ୍ଦ୍ର ଓ ତାଙ୍କ ଶିଷ୍ୟ ଏକଶାଟ ପ୍ରବୁଦ୍ଧ ଚନ୍ଦ୍ରଙ୍କୁ ଦାନ କରି ସେଥି ସଙ୍ଗେ ଭଗବତୀଙ୍କ ବଳୀ-ସତ୍ର-ଚରୁ ସକାଶେ ଧାରଣ ବିଷୟରେ ଉଣ୍ଡ ନାମକ ଗ୍ରାମ ଦାନ କରିଛନ୍ତି । ଏହି ଗୁରୁ ଓ ଶିଷ୍ୟ ଜୈନଧର୍ମାବଲମ୍ବୀ–ତାହା ତାଙ୍କ ନାମରୁ ପ୍ରମାଣିତ ହୁଏ । ଏଣୁ କଲ୍ୟାଣଦେବୀ (ଧର୍ମରାଜଙ୍କ ରାଣୀ) ଜୈନଗୁରୁଙ୍କୁ ଓ ତଦୀୟ ଶିଷ୍ୟମାନଙ୍କୁ ଭଗବତୀଙ୍କ ବଳୀଚରୁପାଇଁ ଯେଉଁ ଗ୍ରାମ ଦେଇଥିଲେ ସେ ତାମ୍ର ଶାସନଟି ବାଣପୁରରୁ ମିଳିଥିବାରୁ ସେ ଭଗବତୀ ବାଣପୁରର ଭଗବତୀ ବୋଲି ପ୍ରମାଣିତ ହୁଏ । ଏ ଦୃଷ୍ଟିରୁ ବିଚାର କଲେ ବାଣପୁର ଭଗବତୀ ଜୈନମାନଙ୍କ ପ୍ରତିଷ୍ଠାତା ଦେବୀ– ପରେ ହିନ୍ଦୁମାନେ ତାଙ୍କୁ ଆତ୍ମସାତ୍‌ କରିଥିବା ଅନୁମେୟ ।

 

।। ଇତି ।।

ଅପଣଙ୍କର

ଶ୍ରୀ ସତ୍ୟନାରୟଣ ରାଜଗୁରୁ

 

ଗୋଟିଏ ଜୈନ ଗଳ୍ପ

 

ଯମଦଣ୍ଡ ସୁଯୋଧନ ରାଜଙ୍କର ପୋଲିସ୍ ଇନ୍ସପେକ୍ଟର ଜେନେରାଲ ଥିଲେ । ରାଜା ସୁଯୋଧନ ହସ୍ତିନାପୁରରେ ବାସ କରୁଥିଲେ । ରାଜା ଯମଦଣ୍ଡ ଉପରେ ଭୟଙ୍କର ବିରକ୍ତ ହେଲେ ଏବଂ ତାଙ୍କୁ ଦଣ୍ଡ ଦେବାପାଇଁ ଇଚ୍ଛା କଲେ । ଏହି ସୁବଧା ଦେଖି ଅନ୍ୟ ମନ୍ତ୍ରୀମାନେ ରାଜାଙ୍କୁ ଖୁସି କରିବାକୁ ଲାଗିଲେ ଏବଂ ସୁଯୋଧନଙ୍କ ବିରୋଧରେ ନାନା କଥା କହିଲେ । ରାଜାଙ୍କ ଗନ୍ତାଘରୁ ଟଙ୍କା ଚୋରି ହେଲା । ଏହି ମନ୍ତ୍ରୀମାନ ଟଙ୍କା ଚୋରାଇ ନେଲେ, କିନ୍ତୁ ଯମଦଣ୍ଡକୁ କହିଲେ, ଚୋରଙ୍କୁ ଶୀଘ୍ର ଧର ନହେଲେ ଦଣ୍ଡ ପାଇବ । ରାଜା ତ ତାଙ୍କରିଆଡ଼େ ।

 

ଯମଦଣ୍ଡ କିନ୍ତୁ ବଡ଼ ଅଭିଜ୍ଞ ଲୋକ ଥିଲେ । ସାତଦିନ ଭିତରେ ଚୋର ଧରିବାକୁ ହେବ, ନଚେତ୍ ଇନ୍ସ୍‌ପେକ୍ଟର ଜେନେନରାଲଙ୍କୁ ଦଣ୍ଡ ହେବ ।

 

ଇନ୍‌ସ୍‌ପେକ୍ଟର ଜେନେରାଲ ସାତଦିନ ସମୟ ପାଇଲେ । ସେ ସେହି ସମୟରେ ପ୍ରତିଦିନ ଚୋର ଧରିବାରେ ଯାହା ଯାହା ଉଦ୍ୟମ କରନ୍ତି, ସେ ସବୁ ରାଜାଙ୍କୁ ଜଣାନ୍ତି । କିନ୍ତୁ ଚୋରତ ଧରା ପଡ଼ୁନାହିଁ । ଏଣେ ଦିନ ଗଡ଼ିଯାଉଛି ଏକ, ଦୁଇ, ତିନି- ଏହିପରି ପାଞ୍ଚଦିନ ଚାଲିଗଲା । କିନ୍ତୁ ସୋର ମିଳିଲା ନାହିଁ । ଷଷ୍ଠଦିନ ସେ କିଛି ସନ୍ଦେହ କଲେ, କିନ୍ତୁ ମୁହଁଖୋଲି କିଛି କହି ପାରିଲେ ନାହିଁ । ଶେଷ ଦିନ ଅର୍ଥାତ୍ ସପ୍ତମଦିନ ଇନ୍ସ୍‌ପେକ୍ଟର ଜେନେରାଲ ସନ୍ଧାନ ପାଇଲେ-। ସେ ପ୍ରତ୍ୟକ୍ଷ ଭାବରେ କିଛି ନକହି ରାଜାଙ୍କ ଆଗରେ ଗୋଟିଏ ଗପ କହିବାର ଅବତାରଣା କଲେ ।

 

ସେ ଗପଟି ଆରମ୍ଭ କଲେ–‘‘କୁରୁରାଜାଙ୍ଗଳର ରାଜା ସୁଭଦ୍ର ଗୋଟିଏ ଉଦ୍ୟାନ କରିଥିଲେ, ସେଥିରେ ସେ ବିଶ୍ରାମ ନିଅନ୍ତି । ନାନାପ୍ରକାର ଫୁଲ ଓ ଫଳ ଗଛ ସେଥିରେ ଥାଏ । ବଗିଚାରେ ଥିବା ପୋଖରୀରେ ଯେତେବେଳେ ହଂସ, ବତକ ଆଦି ମନଖୁସିରେ ପହଁରୁଥାନ୍ତି ତାହା ଭାରି ସୁନ୍ଦର ଦେଖାଯାଏ । ପାଣି ମଧ୍ୟ ଖୁବ ସଫା, ସ୍ୱଚ୍ଛକାଚପରି ନିର୍ମଳ ।

 

ସୁଭଦ୍ର ଏହା ଦେଖି ମୁଗ୍ଧ, ହୁଅନ୍ତି । ସେ ବଗିଚାରେ କେତେଗୁଡ଼ଏ ମାଙ୍କଡ଼ ଆସି ଆଶ୍ରୟ ନେଲେ, ସେଗୁଡ଼ିକ ବଡ଼ ଦୁଷ୍ଟ । ତାଙ୍କଯୋଗେ ବଗିଚାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଗଲା; ଗଛ, ଫୁଲ, ଫଳ ଉଜୁଡ଼ିଗଲା ।

 

ମାଳୀ ଏହି କଥା ରାଜାଙ୍କୁ କହିଲା, କିନ୍ତୁ କ’ଣ ଘଟୁଛି, କାହିଁକି ଏହିପରି ହେଉଛି, ତାହା ଠିକ୍‌ରୂପେ ଅନୁସନ୍ଧାନ କରି କହି ପାରିଲା ନାହିଁ ।

 

ରାଜା ! ମାଳୀଠାରୁ କଥା ଶୁଣି ନଅରରେ ଥିବା ମାଙ୍କଡ଼ଗୁଡିକୁ ବଗିଚାକୁ ଛାଡ଼ିଦେଲେ । ସେ ଭାବିଲେ, ନଅରର ମାଙ୍କଡ଼ ସବୁ ଯାଇ ବଗିଚାର ମାଙ୍କଡ଼ଗୁଡ଼ିକୁ ତଡ଼ିଦେବେ ।”

 

ଗପ ଏହି ପର୍ଯ୍ୟନ୍ତ କହି ଯମଦଣ୍ଡ ନିଜ ମନ୍ତବ୍ୟ ଦେଲେ, “ଏ ବଡ଼ ମୂର୍ଖ ତା’ର କାମ ହେଲାନାହିଁ ?”

 

ଯମଦଣ୍ଡ ଏହି ଗପ କହି ରାଜକୋଷରୁ କିଏ ଧନ ଚୋରି କରିଛି, ତା’ର ଇସାରା ଦେଲେ । ମାତ୍ର ତାହା ବୁଝି ପାରିଲେ ନାହିଁ ।

 

ଶେଷଦିନ ଦରବାର ବସିଛି, ରାଜା ଯମଦଙ୍କୁ ଦଣ୍ଡ ଦେବାପାଇଁ ସ୍ଥିର କଲେ; କାରଣ ସେ ଚୋର ଧରିବାକୁ ଅସମର୍ଥ ହୋଇଛନ୍ତି । ସେ ଚୋର ଧରିଦେବ, ସେ ବହୁତ ଅର୍ଥ ପାଇବ ଓ ଅନ୍ୟାନ୍ୟ ପୁରସ୍କାର ପାଇବ ବୋଲି ରାଜା ଘୋଷଣା କଲେ ।

 

ଏହି ସମୟରେ ଯମଦଣ୍ଡ ମୁଦି, ଯୋତା, ସୂତା ଇତ୍ୟାଦି ଆଗରେ ରଖି । ତାକୁ ଦେଖାଇ କହିଲେ, ସେ ଏହି ସବୁ ଜିନିଷ ଗନ୍ତାଘର ପାଖରୁ ପାଇଛନ୍ତି । ତା ପରେ ସେ କହିଲେ, ଏବେ ଚୋର ଧରିବାର ଅସୁବିଧା ନାହିଁ, ଏହି ସବୁ ଜିନିଷ ଯେଉଁମାନଙ୍କର ସେହିମାନେହିଁ ଚୋର ।

 

ରାଜା; ମନ୍ତ୍ରୀ ପୁରୋହିତ ତିନିହେଁ ମିଶି ଯେବେ ଚୋରି, କରିବେ, ତେବେ ମୋର ଏକମାତ୍ର କାମ ହେଉଛି ଘର ଛାଡ଼ି ବଣ ଭିତରକୁ, ଚାଲିଯିବା ।

 

ଦେଶବାସୀ ଯମଦଣ୍ଡଙ୍କ କଥାରୁ ପ୍ରକୃତ ରହସ୍ୟ ବୁଝି ପାରିଲେ । ସେମାନେ ମେଳି ହୋଇ ରାଜା ଓ ମନ୍ତ୍ରୀମାନଙ୍କୁ ରାଜ୍ୟରୁ ତଡ଼ିଦେଲେ । ଯୁବରାଜଙ୍କୁ ରାଜା କରାଇଲେ ।

 

ଓଡ଼ିଶାରେ ଜୈନଧର୍ମ

 

ଓଡ଼ିଶାରେ ଜୈନଧର୍ମ ଏକ ସମୟରେ ପ୍ରବଳ ହୋଇଥିଲା । ତାହା ଦୁଇହକାର ବର୍ଷର କଥା । ଖାରବେଳ ରାଜା ଅତି ପ୍ରବଳ ପ୍ରତାପୀ ରାଜା ଓଡ଼ିଶାରେହିଁ ଥିଲେ । ଖଣ୍ଡଗିର ଉଦୟଗିରିରେ ତାଙ୍କର କୀର୍ତ୍ତିମାନ ରହିଛି । ସେଠାରେ ମହାବୀର, ପାର୍ଶ୍ୱନାଥ, ଆଉ ଅନ୍ୟାନ୍ୟ ତୀର୍ଥଙ୍କରଙ୍କର ମୂର୍ତ୍ତିମାନ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇ ରହିଛି । ଭାରତବର୍ଷରେ ଜୈନଧର୍ମର ଯେତେ ପ୍ରାଚୀନ କୀର୍ତ୍ତି ଅଛି, ସେଥିମଧ୍ୟରୁ ଭୁବନେଶ୍ୱରସ୍ଥ ଖଣ୍ଡଗିରି, ଉଦୟଗିରି ଅତି ପ୍ରସିଦ୍ଧ । ଓଡ଼ିଆମାନଙ୍କର ରୀତିନୀତି ବହୁ ପରିମାଣରେ ଜୈନଧର୍ମଦ୍ୱାରା ଗଠିତ ହୋଇଛି । ଭାରତୀୟ ଜାତିମାନଙ୍କ ମଧ୍ୟରେ ଓଡ଼ିଆ ଅତି ନିରହଙ୍କାର, ଧୀରସ୍ଥିର ଓ ଆଡ଼ମ୍ବରବିହୀନ । ସାରଲ୍ୟ ଓଡ଼ିଶାର ବୈଶିଷ୍ଟ୍ୟ । ସେହି ସାରଲ୍ୟ ଜୈନଧର୍ମର ପ୍ରଭାବରୁ ହୋଇଅଛି ।

 

ବର୍ତ୍ତମାନ ଜୈନଧର୍ମ କଥା ଦେଖାଯାଉ । ପ୍ରଥମ କଥା ଜୈନଧର୍ମରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଏପରି ଭେଦ ନାହିଁ । ସେ କୌଣସି ହିନ୍ଦୁ, ମୁସଲମାନ ବା ଖ୍ରୀଷ୍ଟିୟାନ ଜୈନ ହୋଇ ପାରିବ । ଜୈନଧର୍ମରେ ସେମାନଙ୍କୁ ଗ୍ରହଣ କରିବାରେ କିଛି ଆପତ୍ତି ନାହିଁ।

 

ଜୈନ, ‘ଜିନ’ ଶବ୍ଦରୁ ହୋଇଅଛି । ଜିନ ଅର୍ଥାତ୍‌ ରାଗ ଦ୍ୱେଷ ବିମୁକ୍ତ ଯେ, ସେ ଜିନ । ଅତି କଠୋର କଥା । କିନ୍ତୁ ଏହି ସର୍ବୋତ୍ତମ ଆଦର୍ଶ ହିଁ ଜୈନଧର୍ମର ଆଦର୍ଶ ।

 

କ୍ରୋଧ, ଗର୍ବ, ମାୟା, କପଟତା ଜୈନ ପାଖରେ ରହିବା କଥା ନୁହେଁ । କ୍ରୋଧ, ମାନ, ଲୋଭ ଇତ୍ୟାଦିକୁ ଯେ ଜିଣିଛି, ସେହି ହେଉଛି ସଚ୍ଚା ଜୈନ ।

 

ଜୈନଧର୍ମରେ କ୍ରୋଧୀ, ଲୋଭୀ, ମାନୀ, ଦେବତା ପୂଜା ନାହିଁ । ସାଧୁ; ସଚ୍ଚା ଜୈନ ଅନେକ ଜନ୍ମିଛନ୍ତି, ଅନେକ ମରିଛନ୍ତି; ଏବେବି ଯେ ନାହାନ୍ତି, ତାହା ନୁହେଁ । ତେବେ ସେମାନଙ୍କ ସଂଖ୍ୟା ଖୁବ୍ କମ୍ ।

 

ରାଗ ଦ୍ୱେଷକୁ ଜିତି, କର୍ମ ରୂପୀ ବନ୍ଧନକୁ ଆସ୍ତେ ଆସ୍ତେ ଏଡ଼ି ମନୁଷ୍ୟକୁ ଜିନ ହେବାକୁ ହେବ ।

 

କାଳଚକ୍ର ଘୂରୁଛି-ଅନବରତ ଘୁରୁଛି । ବର୍ତ୍ତମାନ କାଳଚକ୍ରରେ ପ୍ରଥମ ଜିନ ଦେଖାଦେଇଥିଲେ ଋଷଭଦେବ । ଏହା କେତେ ହଜାର ବର୍ଷ ପୂର୍ବର କଥା । ପରେ ପରେ ଭଗବାନ୍ ନେମିନାଥ, ପାର୍ଶ୍ୱନାଥ, ମହାବୀର ଇତ୍ୟାଦି ଜିନ ହୋଇଛନ୍ତି । ଏମାନେ ତୀର୍ଥଙ୍କର ।

 

ଜୈନଧର୍ମରେ ଗୁରୁ ପରମ୍ପରାନାହିଁ । ତେବେ ବିଶିଷ୍ଟ ଯେ, ଗୁରୁ ହୋଇ ପାରନ୍ତି । କିନ୍ତୁ ପରମ୍ପରା ନାହିଁ । ଜୈନଧର୍ମରେ ଆତ୍ମଚେଷ୍ଟାହିଁ ପ୍ରଧାନ କଥା । ସେଥିରେ ପୁରୁଷକାରକୁ ପ୍ରଧାନ ଏବଂ ପ୍ରଥମ ସ୍ଥାନ ଦିଆହୋଇଛି । ଏପରିକ ଜୈନର ସ୍ଥାନ ଜୈନଧର୍ମରେ ନାହିଁ । ନିଜର କର୍ମରେ ନିଜର ବନ୍ଧନ ବା ନିଜର ମୁକ୍ତି । ଅତଏବ ଦୈବ ବା ଭାଗ୍ୟ ଜୈନଧର୍ମରେ ନାହିଁ ।

 

ପ୍ରତି ଜୈନ ସାଧୁଙ୍କୁ ପାଞ୍ଚଟି ମହାବ୍ରତ ପାଳନ କରିବାକୁ ହେବ–

 

୧.

ଅହିଂସା

ମନରେ, ବଚନରେ, ଶରୀରରେ, ଜୀବ ହିଂସା କରିବାକୁ ହେବ ନାହିଁ ବା କରାଇବାକୁ ହେବ ନାହିଁ ।

୨.

ସତ୍ୟ

ମନରେ, ବଚନରେ, ଶରୀରରେ କେବେ ମିଛ କହିବ ନାହିଁ କିମ୍ବା ଅନ୍ୟଦ୍ୱାରା କୁହାଇବ ନାହିଁ ।

୩.

ଅଚୌର୍ଯ୍ୟ

 

ମନରେ, ବଚନରେ, ଶରୀରରେ ନିଜେ ଚୋରି କରିବ ନାହିଁ କିମ୍ବା ଅନ୍ୟଦ୍ୱାରା କରାଇବ ନାହିଁ ।

୪.

ବ୍ରହ୍ମଚର୍ଯ୍ୟ

ମନରେ, ବଚନରେ, ଶରୀରରେ ବ୍ୟଭିଚାର କରିବ ନାହିଁ ବା କରାଇବ ନାହିଁ ।

୫.

ଅପରିଗ୍ରହ

ମନ, ବଚନ, ଶରୀରରେ ଧନ ରଖିବ ନାହିଁ ।

 

ଏହି କଠୋର ତପସ୍ୟା ଜୈନ ସାଧୁମାନଙ୍କପାଇଁ ନଷ୍ଟ ହୋଇଅଛି । ଏପରିକି କୌପୀନ ଖଣ୍ଡିକ ମଧ୍ୟ ଗୋଟିଏ ପରିଗ୍ରହ । ଅତଏବ ତାକୁ ମଧ୍ୟ ଗ୍ରହଣ କରିବାକୁ ହେବ ନାହିଁ । ଏଥିପାଇଁ ଜୈନ ସାଧୁ ମାନେ ନଗ୍ନ,–ଏକାବେଳକେ ବସ୍ତ୍ରହୀନ, ନିର୍ଗନ୍ଥୀ ବା ଗ୍ରନ୍ଥିହୀନ।

 

ଜୈନଧର୍ମର ମୂଳବସ୍ତୁ ହେଲା ଜୀବଦୟା । ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବା । ତା ନିଷ୍ଠୁର ନ ହେବା ।

 

ଜୈନଧର୍ମର ମୂଳତଥ୍ୟ କେତେଗୁଡ଼ିଏ ଏଠାରେ କହୁଅଛି–

 

୧.

ଜଗତ୍ ଅନାଦି ଅଟେ ।

୨.

ଆତ୍ମା ଅମର ।

୩.

ଆତ୍ମା ଅନନ୍ତ ।

୪.

ଆତ୍ମାହିଁ ପରମାତ୍ମା ହୁଏ ।

୫.

ଆତ୍ମାହିଁ କର୍ମ ସଞ୍ଚୟ କରେ ।

୬.

ଆତ୍ମାହିଁ କର୍ମ କ୍ଷୟ କରେ ।

୭.

କର୍ମହିଁ ସଂସାର ।

୮.

କର୍ମକ୍ଷୟହିଁ ମୁକ୍ତି ।

 

ଜୈନ ସାଧୁ ମାନଙ୍କୁ ତୀର୍ଥଙ୍କର କୁହାଯାଏ । ସଂସାର ସମୁଦ୍ରକୁ ପାରିହେବାରେ ଯେଉଁମାନେ ସାହାଯ୍ୟ କରନ୍ତି, ସେମାନେ କହନ୍ତି, ସେମାନେ ତୀର୍ଥଙ୍କର । ପାରିହେବାପାଇଁ ସମ୍ୟକ୍‌ ଦର୍ଶନ, ସମ୍ୟକ ଜ୍ଞାନ ଓ ସମ୍ୟକ୍‌, ଚାରିତ୍ର ଲୋଡ଼ା ।

 

ଦେବ ଅରିହନ୍ତ ଭଗବତ୍‌; - ଗୁରୁ ନିଗ୍ରନ୍ଥ ଜୈନ ସାଧୁ ଆଉ ଧର୍ମ (ଅହିଂସା, ସତ୍ୟ ଆଦି)- ଏହି ତିନି ପ୍ରତି ଶ୍ରଦ୍ଧାର ନାମ ସମ୍ୟକ୍‌ ଦର୍ଶନ ।

 

ତା ପରେ ସମ୍ୟକ୍‌ ଜ୍ଞାନ । ଜୀବ, ଅଜୀବ, ପାପ, ପୁଣ୍ୟ, ଆସିବ, ସମ୍ବର, ନିର୍ଜରା, ବନ୍ଧ ଆଉ ମୋକ୍ଷ । ଏହି ନଅ ତତ୍ତ୍ୱର ଉପଲବଧିହିଁ ସମ୍ୟକ୍ ଜ୍ଞାନ ।

 

ତା ପରେ ସମ୍ୟକ୍ ଚାରିତ୍ର । ଜ୍ଞାନ ଲାଭ ପରେ ଆଚରଣରେ ସେହି ସବୁ ଗୁଣକୁ ହାସଲ କରିବାହିଁ ସମ୍ୟକ୍ ଚାରିତ୍ର ।

 

ଓଡ଼ିଶାରେ ପାର୍ଶ୍ୱନାଥ, ମହାବୀରଙ୍କ ୨୫୦ ବର୍ଷ ପୂର୍ବରୁ ଏହି ଧର୍ମ ପ୍ରଚାର କରିଥିଲେ । ତା ପରେ ମହାବୀର ।

 

ମହାବୀର ଖଣ୍ଡଗିରିର କୁମାର ପର୍ବତ ଓ କୁମାରୀ ପର୍ବତରେ ବାଳକ ବ୍ରହ୍ମଚର୍ଯ୍ୟ ଆଶ୍ରମ ଏବଂ ବାଳିକା ବ୍ରହ୍ମଚର୍ଯ୍ୟ ଆଶ୍ରମ କରିଥିଲେ।

 

ଏହି ମହାବୀର ଶିଷ୍ୟମାନଙ୍କର ଚରିତ୍ର ଠିକ୍‌ ଠିକ୍‌ ପର୍ଯ୍ୟବେକ୍ଷଣ ଏବଂ ଚାଳନା କରିବାପାଇଁ ଗଣଧର ସୃଷ୍ଟି କରିଥିଲେ । ଜଣେ ଗଣଧରଙ୍କ ଅଧୀନରେ ହଜାରେ ଦୁଇହଜାର ଏହିପରି ଶିଷ୍ୟ ରହୁଥିଲେ ।

 

ଆହା ! ସେ କି ଯୁଗ ଥିଲା, ସେ ଯୁଗ ଆଜି ନାହିଁ ! ତଥାପି ସେ ଯୁଗର ସେହି ସବୁ କରଣୀ, କାହାଣୀ ରୂପରେ ରହିଛି ଏବଂ ଏବେବି ଆମକୁ ଉଦ୍‌ବୋଧନ ଦେଉଅଛି ।

 

ଓଡ଼ିଆଙ୍କର ଖଣ୍ଡିଏ ଲୁଗା ଆଉ ଖଣ୍ଡିଏ ଗାମୁଛା ପାର୍ଶ୍ୱନାଥଙ୍କ ସମୟରୁ ଆଜିପର୍ଯ୍ୟନ୍ତ ଚାଲିଆସିଅଛି । ସାଧୁ ସନ୍ଥମାନଙ୍କର ସେବା ଓଡ଼ିଶାରେ ଏବେବି ଚାଲିଛି ।

Image